• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଙ୍ଗନା ରାଣାୱତଙ୍କ ଶୋ’ ଲକ୍‌ଅପ୍‌କୁ ନେଇ ଏବେ ସବୁଠି ଚର୍ଚ୍ଚା । ଖବରର ସିରୋନାମା ପାଲଟିଛି ଲକ୍‌ଅପ୍‌ । କଙ୍ଗନାଙ୍କ ଏହି ଲକ୍‌ଅପରେ କଏଦୀ ହୋଇ ରହିଥିବା ଅଭିନେତା - ଅଭିନେତ୍ରୀମାନେ ପ୍ରତ୍ୟେକ ଦିନ କରୁଛନ୍ତି କଳହ । ସେମାନଙ୍କ ଏହି କହଳ ଦର୍ଶକମାନଙ୍କୁ ଶୋ’ ସହ ବାନ୍ଧି ରଖୁଛି । ଦର୍ଶକଙ୍କ ମନରେ ଉତ୍ସୁକତା ଭରୁଛି । ଆଗାମୀ ଏପିସୋଡ୍‌ରେ କ’ଣ ହେବ, କିଏ କାହା ପରେ ଭାରି ପଡ଼ିବ ? ଏହା ଜାଣିବା ପାଇଁ ଦର୍ଶକ ଚାହିଁ ରହୁଛନ୍ତି ।

ତେବେ ଏହାରି ଭିତରେ ଆସିଛି ଆଉ ଏକ ନୂଆ ରୋଚକ ଖବର । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦର୍ଶକଙ୍କ ମନରେ ଭରିଦେଇଛି ଉତ୍କଣ୍ଠା । କାରଣ ହଠାତ ପୁଣି ଥରେ ପୁନମ ପାଣ୍ଡେ ଦର୍ଶକଙ୍କୁ ଦେବାକୁ ଯାଉଛନ୍ତି ସରପ୍ରାଇଜ୍‌ । ତେବେ ଆସନ୍ତୁ ଜାଣିବା କ’ଣ ସେହି ସରପ୍ରାଇଜ୍‌ ।

ଆପଣ ଅନେକଥର ‘ଟପ୍‌ଲେସ୍’ ଶବ୍ଦ ନିଶ୍ଚିତ ଭାବେ ଶୁଣିଥିବେ । ଏହି ଶବ୍ଦ ସହ ପୁନମ ପାଣ୍ଡେଙ୍କର ରହିଛି ଗଭୀର ସମ୍ପର୍କ । ଅନେକ ଥର ଏହି ଶବ୍ଦ ପ୍ରୟୋଗ କରି ପୁନମ ପାଣ୍ଡେ ପୂର୍ବରୁ ଚର୍ଚ୍ଚାରେ ରହିଥିଲେ । ଏବେ ପୁଣି ଥରେ ସେହି ଶବ୍ଦ ତାଙ୍କୁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ କରିଛି । ପୁନମ କହିଛନ୍ତି ସେ ଲକ୍‌ଅପ୍‌ରେ ନିଜର ଟି-ସାର୍ଟ ଖୋଲିବେ । ଆପଣ ଜାଣିଥିବେ ଲକଅପ୍‌ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ଚାରିଆଡ଼େ କ୍ୟାମେରା ଲାଗିଛି । ଛୋଟରୁ ଛୋଟ ଘଟଣା କ୍ୟାମେରାରେ କଏଦ ହେଉଛି । ଏହି ଏତେ ସବୁ କ୍ୟାମେରା ଆଗରେ ପୁନମ ଟପ୍‌ଲେସ୍‌ ହେବା କଥା କହିଛନ୍ତି । ପୁନମଙ୍କ ଟପ୍‌ଲେସ୍‌ କଥା ଶୁଣି ତାଙ୍କ ଫ୍ୟାନ୍‌ମାନେ ତ ଖୁବ୍‌ ଖୁସି ହୋଇଥିବେ ନିଶ୍ଚୟ । ହେଲେ ଏଥିରେ ସାମାନ୍ୟ ଟ୍ୱିଷ୍ଟ ରହିଛି । ଯାହାକି ଫ୍ୟାନ୍‌ମାନଙ୍କୁ ଟିକେ ଝଟ୍‌କା ଲାଗିପାରେ ।

ପୁନମ କହିଛନ୍ତି ମୋତେ ରକ୍ଷା କର । ଲକ୍‌ଅପ୍‌ରେ ତାଙ୍କ ନାଁରେ ହେବାକୁ ଥିବା ଚର୍ଜସିଟ୍‌ରୁ ତାଙ୍କୁ ରକ୍ଷା କରାଯାଉ । ଦର୍ଶକମାନେ ତାଙ୍କୁ ଭୋଟ ଦେଇ ଏଥରୁ ରକ୍ଷା କରନ୍ତୁ । ସେ ରକ୍ଷା ପାଇଲେ ଦର୍ଶକଙ୍କୁ ଏକ ସରପ୍ରାଇଜ୍‌ ଦେବେ । ଆଉ ତାହା ପୁଣି ପୁନମ ପାଣ୍ଡେ ଷ୍ଟାଇଲ୍‌ରେ । ଯଦି ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ରକ୍ଷା କରନ୍ତି, ତେବେ ସେ ନିଜର ଟି-ସାର୍ଟ କାଢ଼ିବେ ।

ପୁନମଙ୍କ ମୁହଁରୁ ଏସବୁ ଶୁଣିବା ପରେ ଲକ୍‌ଅପ୍‌ରେ ଥିବା ସମସ୍ତ ସଦସ୍ୟ ଚୁପ୍ ହୋଇଯାଇଥିଲେ । କିନ୍ତୁ ପୁନମ୍ ସେହି ସମୟରେ ଜୋରରେ ହସିବାକୁ ଲାଗିଲେ । ତେବେ ସବୁ ସଦସ୍ୟଙ୍କ ସାମ୍ନାରେ ପୁନମ ଟି-ସାର୍ଟ କାଢ଼ିବା କଥା ତ କହିଦେଲେ, ହେଲେ ଏବେ ଦେଖିବାକୁ ବାକି ରହିଲା ଦର୍ଶକ ତାଙ୍କୁ ଭୋଟ୍‌ ଦେଉଛନ୍ତି ନା ନାହିଁ । ଆଉ ଯଦି ସେ ବିପଦରୁ ବର୍ତ୍ତିଯାଆନ୍ତି ତେବେ ନିଜର ପ୍ରତିଶ୍ରୁତି କେତେ ରକ୍ଷା କରୁଛନ୍ତି ତାକୁ ଅପେକ୍ଷା ।