Advertisment

ସେଟ୍‌ରେ ନାୟିକାଙ୍କୁ ଅପମାନ; କାହାକୁ ନାଭିରେ ନଡ଼ିଆ ରଖିବାକୁ, କାହାକୁ ରେପ୍ ସିନ୍ ପାଇଁ ବାଧ୍ୟ କରୁଥିଲେ

ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍‌ରେ ଲଜ୍ଜିତ ହୋଇଛନ୍ତି। କାହାକୁ ନାଭିରେ ନଡ଼ିଆ ରଖିବାକୁ ଦାବି କରାଯାଇଛି ତ ଆଉ କାହାକୁ ରେପ୍ ସିନ୍ ଦେଖେଇବାକୁ ବାଧ୍ୟ କରାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
actresses got upset on movies set after hearing strange demand

actresses got upset on movies set after hearing strange demand

ନିକଟରେ ଏକ ସାକ୍ଷାତକାରରେ ବଲିଉଡ ନିର୍ଦ୍ଦେଶକଙ୍କ ଅପମାନଜନକ ଦାବିକୁ ପ୍ରକାଶ କରି ହେମାମାଳିନୀ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଫିଲ୍ମର ଏକ ସିନ୍‌ ପାଇଁ ନିର୍ଦ୍ଦେଶକ ତାଙ୍କୁ ତାଙ୍କ ଶାଢିର ପିନ୍ କାଢିବାକୁ କହିଥିଲେ। ସେ ଚାହୁଥିଲେ ତାଙ୍କ ଶାଢି ତଳେ ଖସିପଡୁ। ଏହାକୁ କରିବାକୁ ହେମା ମାଲିନୀ ମନା କରିଦେଇଥିଲେ ଏବଂ ସେ ଫିଲ୍ମରୁ ବାହାରକୁ ଯାଇଥିଲେ।

Advertisment

ତେବେ ଖାଲି ହେମାମାଳିନୀ ନୁହଁନ୍ତି, ତାଙ୍କ ପରି ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ନିର୍ଦ୍ଦେଶକଙ୍କ ଏଭଳି ଦାବି ଯୋଗୁଁ ସେଟ୍‌ରେ ଲଜ୍ଜିତ ହୋଇଛନ୍ତି। ଫିଲ୍ମ ସେଟ୍‌ରେ କିଛି ନିର୍ଦ୍ଦେଶକ ଅଭିନେତ୍ରୀମାନଙ୍କୁ ନାଭିରେ ନଡ଼ିଆ ରଖିବାକୁ ଦାବି କରିଛନ୍ତି ତ ଆଉ କିଛି ନାୟିକାଙ୍କୁ ନାଇଟି ପିନ୍ଧିବାକୁ ବାଧ୍ୟ କରିଛନ୍ତି। ପୁଣି କାହାକୁ ଅଣ୍ଡରଗାର୍ମେଣ୍ଟ ଦେଖେଇବା ପାଇଁ କୁହାଯାଇଛି ତ ପୁଣି କାହାକୁ ରେପ୍ ସିନ୍‌ ପାଇଁ ଦାବି କରାଯାଇଛି। ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରା, ନୀନା ଗୁପ୍ତା, ମୌସୁମୀ ଚାଟାର୍ଜୀ, ତାପସୀ ପନ୍ନୁ, ମାହି ଗିଲ, ଟ୍ୱିଙ୍କଲ ଖାନ୍ନା ଇତ୍ୟାଦିଙ୍କ ନା’ ରହିଛି।

ତାପସୀ ପନ୍ନୁ:

ସାଉଥ୍‌ ଫିଲ୍ମ ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ ନିଜର ନା’ କମେଇଥିବା ତାପସୀ ପନ୍ନୁ ମଧ୍ୟ ଏହି ତାଲିକାରେ ଅଛନ୍ତି। ତାପସୀ ଥରେ କହିଥିଲେ ଯେ ଯେତେବେଳେ ସେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ, ନିର୍ଦ୍ଦେଶକ ତାଙ୍କୁ ଫିଲ୍ମର ଏକ ସିନ୍‌ ପାଇଁ ପାଣିରେ ଭର୍ତ୍ତି ଏକ ନଡ଼ିଆକୁ ତାଙ୍କ ନାଭିରେ ଉପରେ ରଖିବାକୁ ଦାବି କରିଥିଲେ। ନିର୍ଦ୍ଦେଶକଙ୍କ ଏହି ଲଜିକ୍ ତାପସୀଙ୍କ ବୁଝିବା ବାହାରେ ଥିଲା।

Advertisment

ଟ୍ୱିଙ୍କଲ ଖାନ୍ନା:

ଟ୍ୱିଙ୍କଲ ଖାନ୍ନା ଏକ ସାକ୍ଷାତକାରରେ ଜଣେ ନିର୍ଦ୍ଦେଶକଙ୍କ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏକ ଫିଲ୍ମ ପାଇଁ ନିର୍ମାତା ତାଙ୍କୁ ‘ରାମ ତେରୀ ଗଙ୍ଗା ମୈଲୀ’ ଫିଲ୍ମର ଲୋକପ୍ରିୟ ଝରଣାର ସିନ୍‌ ଦୃଶ୍ୟ କରିବାକୁ ଦାବି କରିଛନ୍ତି। ଏହା ଶୁଣି ଟ୍ୱିଙ୍କଲ ଖାନ୍ନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ନିର୍ଦ୍ଦେଶକଙ୍କ ମୁହଁରେ ନା କରିଦେଇଥିଲେ।

ମାହୀ ଗିଲ୍‌:

'ଦେବ ଡି' ଏବଂ 'ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟର' ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରିଥିବା ଅଭିନେତ୍ରୀ ମାହୀ ଗିଲ୍‌ ଶ୍ରେଷ୍ଠ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣାଯାଆନ୍ତି। ତାଙ୍କର ବୋଲ୍ଡ ଷ୍ଟେଟ୍‌ମେଣ୍ଟ୍ ସର୍ବଦା ଚର୍ଚ୍ଚାରେ ରହିଆସିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମାହୀ ଫିଲ୍ମର ସେଟ୍‌ରେ ମଧ୍ୟ ବହୁତ ଅସହଜ ହୋଇପଡିଥିଲେ ଯେତେବେଳେ ନିର୍ଦ୍ଦେଶକ ତାଙ୍କୁ ନାଇଟିରେ ଦେଖିବା ପାଇଁ ଦାବି କରିଥିଲେ। ମାହୀ ନିଜେ ଏ ବିଷୟରେ କହିଥିଲେ।

ଯେତେବେଳେ ସେ କ୍ୟାରିୟରର ପ୍ରାରମ୍ଭରେ ଜଣେ ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ସାଲୱାର ସୁଟ୍‌ ପିନ୍ଧିଥିଲେ। ଏହା ଦେଖି ନିର୍ଦ୍ଦେଶକ ତାଙ୍କୁ କହିଥିଲେ ଯେ ଯଦି ଆପଣ ସୁଟ୍ ପିନ୍ଧି ଆସନ୍ତି, ତେବେ ଆପଣଙ୍କୁ ଫିଲ୍ମରେ କେହି ନେବେ ନାହିଁ। ଏହା ପରେ ଯେତେବେଳେ ସେ ଅନ୍ୟ ଜଣେ ନିର୍ଦ୍ଦେଶକଙ୍କୁ ଭେଟିଥିଲେ, ସେତେବେଳେ ସେ ମାହୀଙ୍କୁ ନାଇଟିରେ ଦେଖିବା ପାଇଁ ଦାବି କରିଥିଲେ। ନିର୍ଦ୍ଦେଶକଙ୍କ କଥା ଶୁଣିବା ପରେ ସେ ସେହି ଫିଲ୍ମ କରିବାକୁ ମନା କରିଦେଇଥିଲେ।

ମାନ୍‌ଭି ଗଗରୁ:

ଫିଲ୍ମ 'ଉଜଦା ଚମନ୍‌' ରେ ନାଁ କରିଥିବା ମାନ୍‌ଭି ଗଗରୁଙ୍କ ସହ ମଧ୍ୟ ଏମିତି କିଛି ଅପମାନଜନକ ପରିସ୍ଥିତି ହୋଇଥିଲା। ସେ ଥରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ଅଡିସନ ବେଳେ ନିର୍ଦ୍ଦେଶକ ତାଙ୍କୁ ଏକ ରେପ୍ ସିନ୍ ଦେଖାଇବାକୁ ଦାବି କରିଥିଲେ। ସେହି ଅଡିସନ୍‌ରେ ଆଉ ଦୁଇ ପୁଅ ମଧ୍ୟ ଉପସ୍ଥିତ ଥିଲେ ଏବଂ ବିଛଣା ମଧ୍ୟ ରଖାଯାଇଥିଲା। ଏସବୁ ଦେଖି ସେ ଭୟଭୀତ ହୋଇଯାଇଥିଲେ ଏବଂ ଏହାକୁ କରିବାକୁ ମନା କରିଦେଇଥିଲେ।

ପ୍ରିୟଙ୍କା ଚୋପ୍ରା:

ପ୍ରିୟଙ୍କା ଚୋପ୍ରା ମଧ୍ୟ ସେଟ୍‌ରେ ଲଜ୍ଜାର ସମ୍ମୁଖୀନ ହୋଇଛନ୍ତି। ଥରେ ପ୍ରିୟଙ୍କା କହିଥିଲେ ଯେ ଜଣେ ନିର୍ଦ୍ଦେଶକ ସେଟ୍‌ରେ ତାଙ୍କୁ ଅଣ୍ଡରଗାର୍ମେଣ୍ଟ ଦେଖାଇବାକୁ କହିଥିଲେ। ଏହା ପ୍ରାୟ ୨୦୦୨-୦୩ ବେଳର କଥା ଯେତେବେଳେ ସେ ଏକ ଫିଲ୍ମରେ ଏକ ଲଭ୍ ସିନ୍ ପାଇଁ ସୁଟିଂ କରୁଥିଲେ। ଏହି ସିନ୍‌ରେ ତାଙ୍କୁ ଏକ ଯୁବକକୁ ଆକର୍ଷିତ କରିବାର ଥିଲା। ତେଣୁ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ତାଙ୍କ ଅଣ୍ଡରଗାର୍ମେଣ୍ଟ ଦେଖାନ୍ତୁ।

ମୌସୁମୀ ଚାଟାର୍ଜୀ:

ଏକ ସାକ୍ଷାତକାରରେ ମୌସମୀ ଚାଟାର୍ଜୀ କହିଥିଲେ ଯେ ତାଙ୍କୁ ଏକ ଫିଲ୍ମରୁ ବାହାର କରି ଦିଆଯାଇଥିଲା କାରଣ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଟିଂ ସେଟ୍‌ରେ ରହିବାକୁ ମନା କରିଦେଇଥିଲେ। ଏଭଳି ପରିସ୍ଥିତିରେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମରୁ ବାହାର କରି ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ନେଇଥିଲେ।

ନୀନା ଗୁପ୍ତା:

ବଲିଉଡର ଭେଟେରାନ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କ ଆତ୍ମଜୀବନୀରେ ଫିଲ୍ମ 'ଖଳନାୟକ'ର ଆଇକନିକ ଗୀତ' ଚୋଲି କେ ପିଛେ 'ବିଷୟରେ ଉଲ୍ଲେଖ କରିଥିବାବେଳେ ସୁଭାଷ ଘାଇ ତାଙ୍କୁ ଏହି ଗୀତ ପାଇଁ ଫିଲ୍ମର ସେଟ୍‌ରେ ଭାରୀ ପ୍ୟାଡ୍ ବ୍ରା ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ନିର୍ଦ୍ଦେଶକଙ୍କ ଏହି ନିର୍ଦ୍ଦେଶ ଶୁଣି ସେ ଲଜ୍ଜିତ ହୋଇଥିଲେ।

Priyanka Chopra Bollywood Taapsee Pannu Twinkle Khanna
Advertisment
Advertisment