• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଏବେ ଚିକିତ୍ସାଧୀନ

  • ବେଶ୍ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି ଲତା ମଙ୍ଗେସକର

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି । ସେ ବର୍ତ୍ତମାନ ଗୁରୁତର ଅଛନ୍ତି , ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି ବୋଲି ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲ ତରଫରୁ କୁହାଯାଇଛି । ବେଶ୍ କିଛି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିକିତ୍ସିତ ହେଉଛନ୍ତି ଲତା ମଙ୍ଗେସକର ।

ତେବେ ଲତା ମଙ୍ଗେସକରଙ୍କ ପରିବାର କିମ୍ବା ମ୍ୟାନେଜରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ତାଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର କହିଛନ୍ତି, ଲତା ମଙ୍ଗେଶକରଙ୍କ ପରିବାର ତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ କହିବାକୁ ମନା କରିଦେଇଛନ୍ତି । ବର୍ତ୍ତମାନ ଲତା ମଙ୍ଗେସକରଙ୍କ ଅବସ୍ଥା ବିଗିଡି ଯାଇଛି । ସେ ଏବେ ଆଇସିୟୁରେ ଅଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ ।

ଗତ ୮ ଜାନୁଆରୀରେ ୯୨ ବର୍ଷୀୟା ଲତା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରଠୁ ବୟସାଧୀକ ହେତୁ ତାଙ୍କୁ ତୁରନ୍ତ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିଲା । ଲତାଙ୍କ ଅବସ୍ଥା ସୁଧୁରୁଥିବା ନେଇ କିଛି ଦିନ ପୂର୍ବେ ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ଏବେ କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି ।