Advertisment

Teaser Out: ରିଲିଜ୍ ହେଲା ‘ଲାଲ ସଲାମ’ର ଟିଜର୍‌; ହୋସ୍ ଉଡେଇଲା ରଜନୀକାନ୍ତଙ୍କ ଆକ୍ସନ୍ ସିନ୍

‘ଜେଲର୍‌’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍‌ ରିଲିଜ୍ ହୋଇଛି।

author-image
Pramod Behera
lal salaam teaser out rajinikanth cameo impresses fans

lal salaam teaser out rajinikanth cameo impresses fans

‘ଜେଲର୍‌’ର ଦବଦବା ଆଉ ଏଥିରେ ରଜନୀକାନ୍ତଙ୍କ ଷ୍ଟାଇଲ୍ ଲୋକଙ୍କ ମନକୁ ଯାଇନି। ଏହାରି ଭିତରେ ରଜନୀକାନ୍ତ ପୁଣିଥରେ ଦର୍ଶକଙ୍କୁ ମନୋରଂଜନର ଖୋରାକ ଦେବାକୁ ଆସିଲେଣି। ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଲାଲ ସଲାମ’ର ବହୁ ପ୍ରତୀକ୍ଷିତ ଟିଜର୍‌ ରିଲିଜ୍ ହୋଇଛି।

Advertisment

ରବିବାର ଦୀପାବଳିରେ ନିର୍ମାତା ସ୍ପୋର୍ଟ୍ସ ଆକ୍ସନ୍ ଡ୍ରାମାର ପ୍ରଥମ ଅଫିସିଆଲ୍ ଟିଜର ରିଲିଜ୍ କରିଛନ୍ତି। ଏହି ଟିଜର୍‌ରେ ପ୍ରଶଂସକମାନେ ରଜନୀକାନ୍ତଙ୍କ କୈମିଓର ଝଲକ ଦେଖିବାକୁ ପାଇବେ। ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମଧ୍ୟ ଅଭିନୟ କରିଛନ୍ତି।

‘ଲାଲ ସଲାମ’ର ଆକ୍ସନ୍-ପ୍ୟାକ୍ ଟିଜର ଏକ ଅତ୍ୟନ୍ତ ଚାପଗ୍ରସ୍ତ କ୍ରିକେଟ୍ ମ୍ୟାଚ୍ ସହିତ ଆରମ୍ଭ ହୁଏ ଯେଉଁଠାରେ କମେଣ୍ଟେଟର୍ ଘୋଷଣା କରୁଛନ୍ତି ଯେ ଏହା କେବଳ ଏକ ଖେଳ ନୁହେଁ ବରଂ ଏକ ଯୁଦ୍ଧ। ଟିଜର୍‌ରେ ରଜନୀକାନ୍ତଙ୍କ ଝଲକ ମଧ୍ୟ ଦେଖିବାକୁ ମିଳେ। ମୋଇଦୀନ ଭାଇ ଭୂମିକାରେ ସିଏ ନିଜ କାର ସହିତ ଏକ ଜବରଦସ୍ତ ଏଣ୍ଟ୍ରୀ କରୁଛନ୍ତି ଆଉ ଗୁଣ୍ଡାମାନଙ୍କୁ ଚକ୍‌ମାଚୁର୍ କରୁଛନ୍ତି।

Advertisment

ସେ କୁହନ୍ତି, "ତୁମେମାନେ ଧର୍ମକୁ ଖେଳ ସହିତ ମିଶେଇ ଦେଇଛ। ତୁମେମାନେ ଲୋକଙ୍କ ମନରେ ବିଷ ଭରିଦେଇଛ।" ଏହା ପରେ, ଟିଜର୍‌ରେ ଦେଖାଯାଇଛି ଯେ ଖେଳରେ ଖେଳୁଥିବା ଉଭୟ ଟିମ୍ କିପରି ବିଭିନ୍ନ ସ୍ଥାନରେ ବିଦ୍ରୋହ ସୃଷ୍ଟି କରୁଛନ୍ତି।

ଟିଜର୍‌ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ପ୍ରଶଂସକ ମତ ଦେଇଛନ୍ତି, "ବ୍ୟବସାୟିକ ଫିଲ୍ମ ପରିବର୍ତ୍ତେ ଏକ ମେସେଜ୍ ଆଧାରିତ ଫିଲ୍ମ ଆଶା କରାଯାଉଥିଲା। ଏଆର୍‌ଆର୍ ବ୍ୟାକ୍‌ଗ୍ରାଉଣ୍ଡ ସହିତ ଥାଲାଇଭର୍‌ଙ୍କ ଫିଲ୍ମ ରୋମାଞ୍ଚ ସୃଷ୍ଟି କରୁଛି।” ଅନ୍ୟ ଜଣେ କହିଛନ୍ତି, “ଯେତେବେଳେ ସୁପରଷ୍ଟାର ରଜନୀକାନ୍ତ ଆସିଲେ... ଲୋମଟାଙ୍କୁରି ଉଠିଲା!” ସେହିପରି ଆଉ ଏକ ମତ ଅନୁସାରେ “ଥାଲାଇଭରଙ୍କ ଉପସ୍ଥିତି ଟିଜରକୁ ଏକ ଭିନ୍ନ ସ୍ତରକୁ ନେଇଗଲା!”

ତେବେ ‘ଲାଲ ସଲାମ’ ସହ ଦୀର୍ଘ ସାତ ବର୍ଷର ବିରତି ପରେ ଐଶ୍ୱର୍ଯ୍ୟା ନିର୍ଦ୍ଦେଶନାକୁ ଫେରିଛନ୍ତି। ଐଶ୍ୱର୍ଯ୍ୟାଙ୍କ ଶେଷ ଫିଲ୍ମ ଥିଲା ଆକ୍ସନ୍-ଥ୍ରୀଲର ‘ୱେ ରାହା ଭାଇ’। ଧନୁଷ ମଧ୍ୟ ଏଥିରେ ଏକ କୈମିଓ କରିଥିଲେ। କୁହାଯାଉଛି ଯେ ‘ଲାଲ ସଲାମ’ କ୍ରିକେଟ୍ ଏବଂ ସାମ୍ପ୍ରଦାୟିକତାର ବ୍ୟାକ୍‌ଡ୍ରପ୍‌ ଉପରେ ଆଧାରିତ। ଏଥିରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ଅଛନ୍ତି। ରଜନୀକାନ୍ତଙ୍କୁ ‘ଲାଲ ସଲାମ’ରେ ଏକ କୈମିଓ ଭୂମିକାରେ ଦେଖିବାକୁ ମିଳିବ।

ରଜନୀକାନ୍ତଙ୍କୁ ଶେଷ ଥର ପାଇଁ ‘ଜେଲର୍‌’ରେ ଦେଖିବାକୁ ମିଳିଥିଲା ​​ଯାହା ସାରା ବିଶ୍ୱରେ ୬୫୦କୋଟିରୁ ଅଧିକ ଆୟ କରିଥିଲା।​ ତାଙ୍କୁ ବର୍ତ୍ତମାନ ପରବର୍ତ୍ତୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ, ଏହାର ଟାଇଟଲ୍ ‘ଥାଲାଇଭର୍ ୧୭୦’ ରହିଛି। ଏଥିରେ ସେ ୩୩ ବର୍ଷ ପରେ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ୍ ସ୍ପେସ୍ ଶେୟାର୍ କରିବେ। ଗତ ମାସରେ, ପ୍ରଡକ୍ସନ୍ ବ୍ୟାନର ଦ୍ୱାରା ଉଭୟ ମେଗାଷ୍ଟାରଙ୍କ BTS ଫଟୋ ଶେୟାର କରାଯାଇଥିଲା।

Rajnikanth Tollywood Superstar Rajnikanth
Advertisment
Advertisment