Advertisment

KRK ବଦଳେଇଲେ ଭାଷା; ଶାହରୁଖଙ୍କୁ କଲେ ଖୁବ୍ ପ୍ରଶଂସା

KRK ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ'କୁ ନେଇ ସେ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
KRK  On Pathaan

KRK says srk didn’t promote still Pathaan got biggest opening in the history of bollywood

Advertisment

ସୋସିଆଲ ମିଡିଆରେ KRK ବହୁତ ସକ୍ରିୟ। ସେ ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ' କୁ ନେଇ ସେ ପ୍ରଶଂସା କରିଛନ୍ତି।

Advertisment

ନିକଟରେ ମୁକ୍ତିଲାଭ କରିଥିବା 'ପଠାନ' ଦର୍ଶକଙ୍କ ଅହେତୁକ ଭଲ ପାଇବା ସାଉଁଟିଛି। ଫିଲ୍ମଟି ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛି। କୌତୁହଳର ବିଷୟ ହେଉଛି ଚାରି ଦିନ ପୂର୍ବରୁ 'ପଠାନ' ଏବଂ ଶାହରୁଖ ଖାନ ଙ୍କୁ ଟାର୍ଗେଟ୍‌ କରୁଥିବା KRK ଏବେ ବୁଲିପଡିଛନ୍ତି ଆଉ ଫିଲ୍ମକୁ ଖୁବ୍ ପ୍ରଶଂସା କରିବାରେ ଲାଗିଛନ୍ତି।

ବର୍ତ୍ତମାନ 'ପଠାନ'କୁ କେହି ବିରୋଧ କରୁନାହାଁନ୍ତି, ଯଦିବି ଏହା ଫ୍ଲପ୍ ହୁଏ, ତେବେ ଶାହରୁଖ ଖାନ ବୟକଟ୍ ଟ୍ରେଣ୍ଡକୁ ଦାୟୀ କରିପାରିବେ ନାହିଁ। କିନ୍ତୁ, ଗତକାଲି ଫିଲ୍ମ ରିଲିଜ୍ ହେବା ମାତ୍ରେ ହଠାତ୍ KRK ତାଙ୍କ ଭାଷାକୁ ପରିବର୍ତ୍ତନ କରିଛନ୍ତି। ତାଙ୍କ ସ୍ୱର ନରମି ଯାଇଛି। ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରି ଏହାକୁ ଚାରି ଷ୍ଟାର୍ ଦେଇଥିଲେ। ଏବେ ଅନ୍ୟ ଏକ ଟୁଇଟ୍‌ରେ ସେ ଶାହରୁଖ ଖାନଙ୍କୁ ପ୍ରଶଂସା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଜେଲ୍‌ରୁ ଫେରିଲେ KRK: କହିଲେ ପ୍ରତିଶୋଧ ନେବାକୁ ଫେରି ଆସିଲି

KRK ନିକଟରେ କରିଥିବା ଟ୍ୱିଟ୍‌ରେ ଲେଖିଛନ୍ତି, “ଶାହରୁଖ ଖାନ କପିଲଙ୍କ ଶୋ, ବିଗ୍ ବସ୍ ବା ଅନ୍ୟ କୌଣସି ଶୋ’କୁ ଯାଇ ‘ପଠାନ୍‌’ର ପ୍ରମୋଶନ କରିନାହାଁନ୍ତି। ଏହା ବ୍ୟତୀତ ସେ କୌଣସି ଚ୍ୟାନେଲ୍‌ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସାକ୍ଷାତକାର ମଧ୍ୟ ଦେଇ ନାହାଁନ୍ତି। ଅର୍ଥାତ୍ ସେ ଫିଲ୍ମକୁ ପ୍ରମୋଟ୍ କରି ନାହାନ୍ତି। ଏହା ପରେ ମଧ୍ୟ ବଲିଉଡ୍‌ ଇତିହାସରେ ଫିଲ୍ମ ସବୁଠୁ ବଡ ଓପେନିଂ କରିଛି। ଏହା ହେଉଛି ପ୍ରମାଣ ଯେ ପ୍ରମୋଶନ ଏକ ଚଳଚ୍ଚିତ୍ରକୁ ହିଟ୍ କରିପାରିବ ନାହିଁ।” KRK ଙ୍କ ଟ୍ୱିଟ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ମଧ୍ୟ ଶାହରୁଖ ଖାନଙ୍କ ପ୍ରଶଂସକ ହୋଇଯାଇଛନ୍ତି।

KRK ଙ୍କ ଏହି ଟୁଇଟ୍ ଉପରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, “ସାର୍, ଆପଣ ନିଜ ଗୋଡରେ କୁରାଢି ନୁହେଁ, କୁରାଢିରେ ନିଜ ଗୋଡ ମାରିଛନ୍ତି।' ଅନ୍ୟ ଜଣେ ଲେଖିଛନ୍ତି, “ଆପଣମାନେ ଥିଲେ ନା, ସେ କାହିଁକି ପରିଶ୍ରମ କରିବେ!” ଆଉ ଜଣେ ଲେଖିଛନ୍ତି, “ଶାହାରୁଖଙ୍କୁ ପ୍ରମୋଶନର ଆବଶ୍ୟକତା ନାହିଁ।” ଆଉ ଜଣେ KRK ଙ୍କୁ ପ୍ରଶ୍ନ କରିଛନ୍ତି ଯେ “ପ୍ରଥମେ ମୋତେ କୁହ ତୁମେ କିପରି ହଠାତ୍ କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକ ହୋଇଗଲ?”

Advertisment
Deepika Padukone John Abraham Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ