/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662892313.jpg)
KRK is back on twitter after bail says I am back for my vengeance
ଫିଲ୍ମ ଅଭିନେତା କମଲ ଆର୍ ଖାନ୍ ବା KRK ଜେଲ୍ରୁ ବାହାରିଛନ୍ତି। ଏକ ପୁରୁଣା ଟ୍ୱିଟ୍କୁ ନେଇ କିଛି ଦିନ ପୂର୍ବରୁ ମୁମ୍ବାଇ ବିମାନବନ୍ଦରରୁ KRKଙ୍କୁ ଗିରଫ କରାଯାଇଥିଲା। ଫିଲ୍ମ ତାରକା ଏବଂ ସେମାନଙ୍କ ଚଳଚ୍ଚିତ୍ରର ଧଜିଆ ଉଡଉଥିବା KRK ସୋସିଆଲ ମିଡିଆରେ ଏକ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜେଲରୁ ବାହାରିବା ପରେ KRK ମଧ୍ୟ ପ୍ରଥମ ଥର ପାଇଁ ଏକ ଦମଦାର ଟ୍ୱିଟ୍ କରିଛନ୍ତି।
୨୦୨୦ ମସିହାରେ ହୋଇଥିବା ଏକ ବିବାଦୀୟ ଟ୍ୱିଟ୍ ପାଇଁ KRKଙ୍କୁ ଅଗଷ୍ଟ ୩୦ରେ ମୁମ୍ବାଇ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। କିନ୍ତୁ ଜାମିନ ପାଇବା ପରେ KRK ଆକ୍ରମଣାତ୍ମକ ଢଙ୍ଗରେ ସୋସିଆଲ ମିଡିଆକୁ ଫେରିଛନ୍ତି। ସେ ଜେଲ୍ରୁ ବାହାରିବା ମାତ୍ରେ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ – ‘ମୁଁ ପ୍ରତିଶୋଧ ନେବାକୁ ଫେରି ଆସିଲି।’ KRK ଙ୍କ ଏହି ଟ୍ୱିଟ୍ ପରେ ନେତିଜେନ୍ସମାନଙ୍କ କମେଣ୍ଟ ବାଣ ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ ଲେଖିଛନ୍ତି, 'ବ୍ରହ୍ମାସ୍ତ୍ରର ସମୀକ୍ଷା ପାଇଁ ଅପେକ୍ଷା'। ଅନ୍ୟ ଜଣେ ଲେଖିଛନ୍ତି, 'ପୂର୍ଣ୍ଣ ସ୍ୱାଗତ'।
୨୦୨୦ ମସିହାରେ, ଦୁଇ ଦିବଂଗତ ବଲିଉଡ୍ ଅଭିନେତା ଇରଫାନ ଖାନ୍ ଏବଂ ଋଷି କପୁରଙ୍କ ଉପରେ KRK ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ମଲାଡ ପୋଲିସ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରିଥିଲା। ଏହା ପରେ, ଜୁନ୍ ୨୦୨୧ରେ, ଭାରତୀୟ ଦଣ୍ଡ ସଂହିତାରା ଧାରା ୩୫୪ ଏବଂ ଆଇପିସି ୫୦୯ ଅନୁଯାୟୀ KRKଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ୨୦୧୯ ଜାନୁଆରୀ ପ୍ରଥମ ସପ୍ତାହରେ ଅଭିଯୋଗକାରୀଙ୍କ ହାତ ଧରି ତାଙ୍କଠାରୁ ଯୌନଭିକ୍ଷା ମାଗିଥିବା ଅଭିଯୋଗ ମଧ୍ୟ ହୋଇଥିଲା।
ପ୍ରକାଶଥାଉ କମଲ ଆର ଖାନଙ୍କ ପୁଅ ଫୈସଲ ତାଙ୍କ ବାପାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ବାପାଙ୍କ ଜୀବନ ବିପଦରେ। ଫୈସଲ କମଲ୍ ଟ୍ୱିଟ୍ କରି ବିଜେପି ନେତା ଦେବେନ୍ଦ୍ର ଫଡଣଭିସ୍, ଅଭିଷେକ ବଚ୍ଚନ ଏବଂ ରିତେଶ ଦେଶମୁଖଙ୍କ ସହାୟତା ଲୋଡିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇର କିଛି ଲୋକ ତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଯଦି ତାଙ୍କର କିଛି ହୋଇଯାଏ, ତେବେ ସେ ଏବଂ ତାଙ୍କ ଭଉଣୀ ବଞ୍ଚିପାରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)