Advertisment

ଦିନେ ଗୋଟିଏ ରୁମ୍‌ରେ ୧୨ଜଣ ସହ ରହୁଥିବା ରବି କିଶନ ଆଜି କୋଟି କୋଟିର ମାଲିକ

ସେ ଆସିଥିଲେ ଗରିବ ପରିବାରରୁ। ମୁମ୍ବାଇର ମାୟାନଗରୀରେ ଗୋଟିଏ ଘରେ ୧୨ଜଣ ସହ ରହି ଦେଖିଥିଲେ ସିଲିବ୍ରେଟୀର ସ୍ୱପ୍ନ। ଆଜି ସେ ଆଲିସାନ ବଙ୍ଗଳା ଓ ଗାଡିର ମାଲିକ।

author-image
Pramod Behera
Know the struggle story of Ravi Kishan

Know the struggle story of Ravi Kishan

ଜଣେ ସାଧାରଣ ପରିବାରରୁ ଆସିଥିବା ରବି କିଶନ କେବେ ବି ଭାବି ନଥିଲେ ତାଙ୍କ ଭାଗ୍ୟର ସୂର୍ଯ୍ୟ ଏମିତି ଉଦୟ ହୋଇଯିବ ବୋଲି। ନିଜ ନାମ ଭଳି ନିଜ କାମକୁ ଧ୍ୟାନ ସବୁବେଳେ ଭଲ କରିବାକୁ ଚେଷ୍ଟା କରି ଆଜି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ରବି ବା ସୂର୍ଯ୍ୟ ହୋଇ ଯାଇଛନ୍ତି। ତେବେ ରବି କିଶନଙ୍କ ଯାତ୍ରା ଏତେ ସହଜ ନଥିଲା।

Advertisment

ତାଙ୍କ ସଫଳତା ପଛରେ ରହିଛି ନିଷ୍ଠା ଆଉ ପରିଶ୍ରମ ସହିତ ତାଙ୍କ ପରିବାରର ସହଯୋଗ। ଦିନେ ଗୋଟିଏ ଛୋଟ ଘରେ ୧୨ଜଣଙ୍କ ସହ ରହି ସ୍ୱପ୍ନ ଦେଖୁଥିବା ରବି କିଶନ ଆଜି କୋଟି କୋଟି ସମ୍ପତ୍ତିର ମାଲିକ। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବାରୁ ଆସନ୍ତୁ ତାଙ୍କ ସଂଘର୍ଷର କହାଣୀକୁ ଜାଣିନେବା।

ରାମଲିଳାରେ ହୋଇଥିଲେ ସୀତା:

ରବି କିଶନ ହିରୋ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ସଂଘର୍ଷର ଏକ କଠିନ ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ତାଙ୍କ ପିଲାଦିନ ଆର୍ଥିକ ସଙ୍କଟରେ ବିତିଥିଲା। ଏକ ଡାଏରୀ ଚଳାଉଥିବା ତାଙ୍କ ବାପା ଚାହୁଁ ନଥିଲେ ଯେ ପୁଅ ଡ୍ୟାନ୍ସ କରୁ। କିନ୍ତୁ ରବି କିଶନ କିଛି କରିବାକୁ ଚାହୁଁଥିଲେ। ରବି କିଶନ ମୁମ୍ବାଇରେ ଜନ୍ମଗ୍ରହଣ ହୋଇଥିଲେ ମଧ୍ୟ ତାଙ୍କ ବାପାଙ୍କ ବ୍ୟବସାୟ ବନ୍ଦ ହୋଇଯିବାରୁ ସେ ତାଙ୍କ ଗାଁ ଜୈନପୁରକୁ ଫେରିଯାଇଥିଲେ।

Advertisment

ରବି କିଶନ ଆରମ୍ଭରୁ ସିନେମାକୁ ବହୁତ ଭଲ ପାଉଥିଲେ। ସେ ଅଭିନୟକୁ ଏତେ ଭଲ ପାଉଥିଲେ ଯେ ସେ ରାମଲିଳାରେ ସୀତା ଭୂମିକାରେ ଅଭିନୟ କରିବା ଆରମ୍ଭ କରିଥିଲେ। ତାଙ୍କ ବାପା ଏହି କାମକୁ ପସନ୍ଦ କରୁ ନଥିଲେ। ଏନେଇ ତାଙ୍କୁ ବାପାଙ୍କ ମାଡ ମଧ୍ୟ ଖାଇବାକୁ ପଡୁଥିଲା। କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କ ଇଛା ତାଙ୍କୁ ଆଗକୁ ନେଇଯାଇଥିଲା।

୫୦୦ ଟଙ୍କା ଧରି ମୁମ୍ବାଇ ଆସିଥିଲେ:

ତାଙ୍କ ବାପାଙ୍କ ବିରୋଧ ସତ୍ତ୍ୱେ ରବି କିଶନ ହିରୋ ହେବାର ସ୍ୱପ୍ନ ଦେଖୁଥିଲେ। ଏହି ବିରୋଦ ଭିତରେ ୧୭ ବର୍ଷୀୟ ରବି କିଶନ ତାଙ୍କ ମା’ଙ୍କଠାରୁ ୫୦୦ ଟଙ୍କା ନେଇ ମୁମ୍ବାଇ ପଳାଇଆସିଥିଲେ। ସେ ନିଜ ସ୍ୱପ୍ନ ପୂରା କରିବା ପାଇଁ ନିଜ ଘର ଏବଂ ପରିବାର ଛାଡିଥିଲେ। ତାଙ୍କ ମା ସବୁବେଳେ ତାଙ୍କ ସ୍ୱପ୍ନକୁ ପୂରା କରିବାକୁ ସମର୍ଥନ କରୁଥିଲେ ବୋଲି ସେ କୁହନ୍ତି।

'ତେରେ ନାମ୍‌' ରୁ ମିଳିଲା ପରିଚୟ:

୫୦୦ ଟଙ୍କା ନେଇ ମୁମ୍ବାଇ ଆସିଥିବା ରବି କିଶନ ସେହି ଘରେ ରହିଲେ ଯେଉଁଠାରେ ତାଙ୍କ ପରିବାର ପୂର୍ବରୁ ରହୁଥିଲେ। ଫିଲ୍ମ ଜଗତରେ ସଂଘର୍ଷ କରୁଥିବାବେଳେ ସେ ୧୯୯୨ ମସିହାରେ ବି-ଗ୍ରେଡ୍‌ର ଫିଲ୍ମ 'ପିତାମ୍ବର'ରେ କାମ କରିବାର ସୁଯୋଗ ପାଇଥିଲେ। ଏହା ପରେ ମଧ୍ୟ ତାଙ୍କୁ ତାଙ୍କ ସ୍ୱପ୍ନ ପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା।

ଯେତେବେଳେ ତାଙ୍କୁ ସଲମାନ ଖାନଙ୍କ ‘ତେରେ ନାମ’ରେ କାମ ମିଳିଗଲା ସେତେବେଳେ ରବି କିଶନଙ୍କ ଭାଗ୍ୟର ତାରକାମାନେ ଉଜ୍ଜ୍ୱଳ ହୋଇଗଲେ। ଏହା ପରେ ତାଙ୍କୁ ଅନେକ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା।

ବିଗ୍ ବସ୍‌ରେ ଏଣ୍ଟ୍ରୀ:

ଭୋଜପୁରୀ ଫିଲ୍ମର ଏହି ତାରକା ୨୦୦୬ରେ ବିଗ୍ ବସ୍ ମାଧ୍ୟମରେ ପ୍ରତ୍ୟେକ ଘରେ ପହଞ୍ଚିଥିଲେ ଏବଂ ତାଙ୍କର ଆଞ୍ଚଳିକ ଭାଷା ନେଇ ସେ ଲୋକଙ୍କ ପ୍ରିୟ ହୋଇଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି। ଉତ୍ତର ଭାରତର ଏହି ତାରକା ଦକ୍ଷିଣ ଫିଲ୍ମରେ ମଧ୍ୟ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ ଏବଂ ସେଠାକାର ହିରୋମାନଙ୍କ ଉପରେ ଭାରି ପଡିଥିଲେ। ଭୋଜପୁରୀ ଫିଲ୍ମରୁ ବଲିଉଡ ଏବଂ ଟଲିଉଡ୍‌କୁ ପର୍ଯ୍ୟନ୍ତ ରବି କିଶନଙ୍କ ଯାତ୍ରା କେବଳ ତାଙ୍କୁ ପ୍ରସିଦ୍ଧ କରି ନଥିଲା, ବରଂ ତାଙ୍କୁ ଧନୀ ମଧ୍ୟ କରିଦେଇଥିଲା।

ବିଳାସପୂର୍ଣ୍ଣ ଘର ଏବଂ ଗାଡି:

୧୨ ଜଣଙ୍କ ସହିତ ଏକ ଚାଳ ଘରେ ରହୁଥିବା ରବି କିଶନ୍ ଆଜି ଏକ ବିଳାସପୂର୍ଣ୍ଣ ୧୨ ରୁମ୍‌ବିଶିଷ୍ଟ ଘରର ମାଲିକ। ୨୦୧୯ରେ ସାଂସଦ ହୋଇଥିବା ରବି କିଶନ ଗୋରଖପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ଶପଥପାଠରେ ସେ ନିଜକୁ ସେହି ସମୟରେ ୪ଟି ଗାଡିର ମାଲିକ ବୋଲି କହିଥିଲେ, ଯେଉଁଥିରେ ମର୍ସିଡିଜ୍, ବିଏମ୍‌ଡବ୍ଲୁ, ଇନୋଭା ଏବଂ ଜଗୁଆର ରହିଛି। ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଯେତିକି ଘର ଅଛି ଆଜିର ବଜାର ମୂଲ୍ୟ ଅନୁସାରେ ୨୦ କୋଟି ଟଙ୍କାରୁ ଅଧିକ ହେବ।

Bollywood Ravi Kishan
Advertisment
Advertisment