Advertisment

Happy Birthday: ଗୋବିନ୍ଦା ଜନ୍ମ ହେବାବେଳେ ତାଙ୍କ ବାପା ତାଙ୍କୁ କୋଳକୁ ନେଇ ନଥିଲେ; କାରଣ…

ବଲିଉଡ୍‌ର ଜଣେ ଜଣାଶୁଣା ନା’ ହେଲା ଗୋବିନ୍ଦା। ଆଜି ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ପିଲାଦିନ ଖୁବ ଦାରିଦ୍ର୍ୟରେ କଟିଥିଲା। ଜନ୍ମବେଳେ ତାଙ୍କ ବାପା ତାଙ୍କୁ କୋଳକୁ ମଧ୍ୟ ନେଇ ନଥିଲେ। ଇଂଲିଶ ଜାଣି ନଥିବାରୁ ଚାକିରି ମିଳି ନଥିଲା। ଆସନ୍ତୁ ଜାଣିବା ତାଙ୍କ ବିଷୟରେ ଏମିତି ଆଉ କିଛି ଅଜଣା କଥା।

author-image
Pramod Behera
ଅଦ୍ୟତନ ହୋଇଛି
Govinda Birthday Today

Know interesting facts about Govinda

ବଲିଉଡ୍‌ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ହିରୋ ନମ୍ବର ଗୋବିନ୍ଦା ଆଜି ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। ଗୋବିନ୍ଦାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଏକ ସୁପରହିଟ୍ ହୋଇଛି ଏବଂ ସେ ତାଙ୍କର କମିକ୍ ଟାଇମିଙ୍ଗ୍‌ ପାଇଁ ବେଶ ଜଣାଶୁଣା। ଗୋବିନ୍ଦା ତାଙ୍କ ସୁପରହିଟ୍ ଚଳଚ୍ଚିତ୍ର କ୍ୟାରିୟରରେ ଏପରି ଅନେକ କମେଡି ଫିଲ୍ମ କରିଛନ୍ତି, ଯେଉଁଥିରେ ଆଜି ବି ଲୋକମାନେ ଗୋବିନ୍ଦାଙ୍କ କମେଡି ଦେଖିବା ପରେ ହସିବାକୁ ବାଧ୍ୟ ହେଉଛନ୍ତି।

Advertisment

୮୦ ଏବଂ ୯୦ ଦଶକରେ ଗୋବିନ୍ଦାଙ୍କ ଷ୍ଟାର୍‌ଡମ୍‌ ଖୁବ ଉଚ୍ଚରେ ଥିଲା ଏବଂ ସେ ଯେକୌଣସି ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ, ଅଧିକାଂଶ ବକ୍ସ ଅଫିସରେ ସୁପରହିଟ୍ ହେଉଥିଲା। ତାଙ୍କ ସମୟରେ ଗୋବିନ୍ଦା ଏକମାତ୍ର ଅଭିନେତା ଥିଲେ ଯିଏ ଏକା ହିଁ ବଲିଉଡ୍‌ର ତିନି ଖାନ୍‌ଙ୍କୁ ଜବରଦସ୍ତ ଟକ୍କର ଦେଉଥିଲେ।

ଗୋବିନ୍ଦା ଡିସେମ୍ବର ୨୧, ୧୯୬୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ଖୁବ୍ କମ୍ ବୟସରେ ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ଯୁବକକୁ ୨୧ ବର୍ଷ ପର୍ଯ୍ୟନ୍ତ କେହି ଜାଣି ନଥିଲେ ସେ ଗୋଟିଏ ବର୍ଷ ପରେ, ଅର୍ଥାତ୍ ୨୨ ବର୍ଷ ବୟସରେ ୫୦ ଟି ଫିଲ୍ମରେ ସାଇନ୍ କରିଥିଲେ।

Advertisment

ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ୧୬୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଏବଂ ଏହା ସହିତ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଗୋବିନ୍ଦା ତାଙ୍କର ଜବରଦସ୍ତ ଅଭିନୟ ତଥା ସୁପରହିଟ୍ ଡ୍ୟାନ୍ସ ପାଇଁ ଜଣାଶୁଣା।

ଗୋବିନ୍ଦା ତାଙ୍କ କ୍ୟାରିୟରରେ ରାଜା ବାବୁ, କୁଲି ନମ୍ବର ୧, ଦୀୱାନା ମସ୍ତାନା, ବଡେ ମିୟା ଚୋଟେ ମିୟା, ହିରୋ ନମ୍ବର ୧, ସାଜନ ଚଲେ ଶଶୁରାଲ, ଦୁଲାରା, ଶୋଲା ଔର ଶବନମ୍, ଦୁଲ୍‌ହେ ରାଜା, ହସିନା ମାନ ଜାଏଗି ଭଳି ଅନେକ ସୁପର ଡୁପର ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ଅଧିକ ପଢ଼ନ୍ତୁ: ମୁମ୍ବାଇ ଏୟାରପୋର୍ଟରେ ଅସଲି ବନାମ ନକଲି ଗୋବିନ୍ଦା

ଗୋଟିଏ ସମୟ ଥିଲା ଯେତେବେଳେ ଗୋବିନ୍ଦାଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିଲା ସେଠାରେ ଲୋକମାନଙ୍କ ଜବରଦସ୍ତ ଭିଡ ଲାଗୁଥିଲା। ଏହାକୁ ଦୂରକୁ ଲୋକେ ଦେଖି ନିଶ୍ଚିତ ହୋଇଯାଉଥିଲେ ଯେ ଗୋବିନ୍ଦାଙ୍କ ଫିଲ୍ମ ଲାଗିଛି ବୋଲି।

ଗୋବିନ୍ଦାଙ୍କ ବାପାଙ୍କ ନାମ ଅରୁଣ କୁମାର ଆହୁଜା। ସେ ମଧ୍ୟ ତାଙ୍କ ସମୟର ଜଣେ ଜଣାଶୁଣା କଳାକାର ଭାବରେ କାମ କରିଛନ୍ତି ଏବଂ ନିଜ କ୍ୟାରିୟରରେ ୩୦ରୁ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେହିଭଳି ଗୋବିନ୍ଦାଙ୍କ ମାଆଙ୍କ ନାମ ନିର୍ମଳା ଦେବୀ, ଯିଏ ଜଣେ ଜଣାଶୁଣା ଶାସ୍ତ୍ରୀୟ ଗାୟକ ଥିଲେ ଏବଂ ସେ ଅନେକ ଚଳଚ୍ଚିତ୍ରରେ ସ୍ୱର ଦେଇଥିଲେ।

ଗୋବିନ୍ଦା ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ଏବଂ ସେ ୧୯୮୬ ମସିହାରେ ବଲିଉଡରେ ତାଙ୍କର ପ୍ରଥମ ବ୍ରେକ୍ ପାଇଥିଲେ ଏବଂ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇଲଜାମ’ ମୁକ୍ତିଲାଭ କରିଥିଲା। ଏହା ପରେ ଗୋବିନ୍ଦା ତାଙ୍କ କ୍ୟାରିୟରରେ ସଫଳ ହେବା ସହ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।

ଗୋବିନ୍ଦାଙ୍କ ବିଷୟରେ ୮ଟି ଅଜଣା କଥା:

  • ଗୋବିନ୍ଦା ଯେତେବେଳେ ଗର୍ଭରେ ଥିଲେ ତାଙ୍କ ମା’(ନିର୍ମଳା ଦେବୀ) ସାଧ୍ୱୀ ହୋଇଯାଇଥିଲେ। ତାଙ୍କ ଜନ୍ମ ପରେ ତାଙ୍କ ବାପା ତାଙ୍କୁ କୋଳକୁ ନେଲେ ନାହିଁ। ସେ ଭାବୁଥିଲେ ସେ ଗର୍ଭରେ ଆସିଲେ ବୋଲି ନିର୍ମଳା ଦେବୀ ତାଙ୍କ ଠାରୁ ଅଲଗା ରହିଲେ।
  • ତାଙ୍କ ମା’ କେବେ ବି ଚାହୁଁ ନଥିଲେ ସେ ଜଣେ ଅଭିନେତା ହୁଅନ୍ତୁ ବୋଲି। କିନ୍ତୁ ଏ ଦିଗରେ ବାପାଙ୍କର ସହଯୋଗ ଥିଲା। ମା’ ଚାହୁଥିଲେ ସେ ଜଣେ ବ୍ୟାଙ୍କ ଅଫିସର୍ ହୁଅନ୍ତୁ ବୋଲି। କିନ୍ତୁ ବାପାଙ୍କ ପ୍ରେରଣା ଯୋଗୁଁ ସେ ଅଭିନେତା ହୋଇଗଲେ।
  • ସିନେମା କରିବା ପାଇଁ ଯେତେବେଳେ ମା’ଙ୍କ ଠାରୁ ଅନୁମତି ମାଗିଲେ ମା କହିଥିଲେ, ନୋ ସରାବ୍, ନୋ ସିଗାରେଟ୍। ଏଥିରୁ ଦୂରେଇ ରହିବାକୁ ମା କହିଥିଲେ।
  • ସରୋଜ ଖାନଙ୍କୁ ଠାରୁ ଗୋବିନ୍ଦା ଡ୍ୟାନ୍ସ ଶିଖିଥିଲେ। ଏନେଇ ସେ ଟଙ୍କା ମଧ୍ୟ ନେଇ ନଥିଲେ। ଫାଇଟ୍ ମାଷ୍ଟର ରାମ୍‌ଙ୍କ ଠାରୁ ମଧ୍ୟ ଫାଇଟ୍ ବିନା ମୂଲ୍ୟରେ ଶିଖିଥିଲେ।
  • ଗୋବିନ୍ଦାଙ୍କ ୬ ଭାଇ ଭଉଣୀ। ସେ ସବୁଠାରୁ ସାନ।
  • ଗୋବିନ୍ଦାଙ୍କ ପାକିସ୍ତାନ ସହ ମଧ୍ୟ ସଂପର୍କ ଥିଲା। ତାଙ୍କ ବାପାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା। ୧୯୪୦ରେ ତାଙ୍କ ବାପା ମୁମ୍ବାଇ ପଳେଇ ଆସିଥିଲେ ଓ ମହବୁବ୍ ଖାନ୍‌ଙ୍କ ଫିଲ୍ମ ‘ଔରତ୍’ ରେ ବଲିଉଡ୍ ଏଣ୍ଟ୍ରି କରିଥିଲେ।
  • ଗୋବିନ୍ଦାଙ୍କ ଜନ୍ମ ପୂର୍ବରୁ ତାଙ୍କ ବାପା ଫିଲ୍ମ କ୍ୟାରିୟର୍‌ରେ ଅସଫଳ ହୋଇଥିଲେ ଏବଂ ତାଙ୍କର ସବୁ ଟଙ୍କା ବର୍ବାଦ ହୋଇଥିଲା, ସେ ରାସ୍ତା ଉପରକୁ ଚାଲିଆସିଥିଲେ। ଏନେଇ ଗୋବିନ୍ଦାଙ୍କ ପିଲାଦିନ ଖୁବ୍ ଦରିଦ୍ରତାରେ କଟିଥିଲା।
  • କମର୍ସରେ ଗ୍ରାଜୁଏସନ୍ ପରେ ମୁମ୍ବାଇର ହୋଟେଲ୍ ତାଜ୍‌ରେ ଚାକିରି ପାଇଁ ଇଣ୍ଟର୍‌ଭିୟୁ ଦେବାକୁ ଯାଇଥିଲେ। ସେ ଇଂଲିଶ କହି ନ ପାରିବାରୁ ତାଙ୍କୁ ଚାକିରି ମିଳି ନଥିଲା।
Bollywood Govinda Happy Birthday
Advertisment
Advertisment