• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ରିଲିଜ୍ ପୂର୍ବରୁ ବିବାଦ, ରିଲିଜ୍ ବେଳେ ବିବାଦ...ଆଉ ରିଲିଜ୍ ପରେ ବି ପିଛା ଛାଡ଼ୁନି ବିବାଦ। ଦେଶର ସବୁଠୁ ବଡ଼ ସିନେମା କୁହାଯାଉଥିବା ‘ଆଦିପୁରୁଷ’, କେତେ ଭଲ ଆଉ କେତେ ଖରାପ ? ଏନେଇ ଏବେ ଦେଶରେ ଦୁଇ ପ୍ରକାର ମତ ଆସୁଛି। କିଛି ଏହାର ସପକ୍ଷରେ ମତ ବାଢ଼ିଛନ୍ତି, ଆଉ କିଛି ଏହାକୁ ଇମୋସନାଲ୍‌, ଗୁସବମ୍ପ ଆହୁରି କେତେ କଣ ଇଂରାଜୀ ଭାଷାରେ ଏହାର ଅନୁଭୂତି ବାଣ୍ଟିଛନ୍ତି।

କିନ୍ତୁ ଅନେକ ଏମିତି ଯେଉଁମାନେ ସିନେମା ଦେଖିବା ପରେ ଏହାକୁ ନେଇ ନିଜର ନିରାଶା ଖୋଲାଖୋଲି ଜାହିର କରିଛନ୍ତି। ଏତେ ସବୁ କମେଣ୍ଟ, ଭ୍ୟୁ ଭିତରେ ଆପଣ ବି ଭାବୁଥିବେ ଯେ ‘ଆଦିପୁରୁଷ’ କେମିତି ହୋଇଛି ? ଭଲ ନା ଖରାପ...ଆସନ୍ତୁ ଜାଣିବା ‘ଆଦିପୁରୁଷ’ରେ କ’ଣ ଖରାପ ? ଆଉ ଯଦି ଭଲ ତା’ହେଲେ କ’ଣ ?

ଖରାପ କ’ଣ?

କାଳ୍ପନିକ କାହାଣୀ ସହ ସିନେମା ପ୍ରସ୍ତୁତ କରିବାରେ ସ୍ୱାଧୀନତା ଥାଏ। ସ୍କ୍ରେଲ୍ ଯେତେ ଚାହିଁବେ ସେତେ ବଢ଼ାଇ ପାରିବେ, ଡାଇଲଗ୍ ଯାହା ଚାହିଁବେ ତାହା ଦେଖାଇ ପାରିବେ, କଥାବସ୍ତୁ ଯେପରି ଚାହିଁବେ ସେମିତି କରିପାରିବେ। କିନ୍ତୁ ଯାହା ପୌରାଣିକ, ଯାହା ଲେଖା ବିଧିତ ତାକୁ ବଦଳାଇବା ସମ୍ଭବ ନୁହେଁ ଅର୍ଥାତ୍‌ ଅସମ୍ଭବ। ରାମାୟଣ, ପ୍ରତିଟି ଭାରତୀୟଙ୍କ ପରିଚୟ। ପ୍ରଭୁ ଶ୍ରୀରାମ ହେଉଛନ୍ତି ମର୍ଯାଦା ପୁରୁଷୋତ୍ତମ। ପ୍ରଭୁ ଶ୍ରୀରାମ ଭାରତୀୟଙ୍କ ଭାବନାରେ, ବିଶ୍ୱାସରେ।

ଯେଉଁ ବୟସର, ଯେଉଁ ଧର୍ମର ହେଉନା କାହିଁକି ପ୍ରତିଟି ଭାରତୀୟ ପ୍ରଭୁ ଶ୍ରୀରାମଙ୍କୁ ଜାଣିଛନ୍ତି। ତାଙ୍କର ରୂପ ବର୍ଣ୍ଣନା କରିପାରିବେ। କିନ୍ତୁ ଫିଲ୍ମ ‘ଆଦିପୁରୁଷ’ରେ ଏହାର ଠିକ୍‌ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ନା ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭଳି ଦେଖା ଯାଉଛନ୍ତି ନା ରାମାୟଣରେ ବର୍ଣ୍ଣିତ ପ୍ରଭୁ ଶ୍ରୀରାମଙ୍କ ଅବତାର ଭଳି ଆଭାସ ବି ମିଳୁଛି। ନମ୍ର, ସ୍ପିତ ହସ ଥିବା ପ୍ରଭୁ ଶ୍ରୀରାମଙ୍କୁ ଏଠି ଗୋଟିଏ ସେକେଣ୍ଡ ପାଇଁ ଫିଲ୍ମରେ ଦେଖିବାକୁ ପାଇବେନିା 

ମାତା ସୀତାଙ୍କୁ ଅପହରଣ ହେଉ ଅବା ସେତୁ ନିର୍ମାଣ ବେଳେ ଆସିଥିବା କଠିନ ସମୟ, ସବୁବେଳେ...ଯେକୌଣସି ବି ପ୍ରତିକୂଳ ପରିସ୍ଥିତିରେ ପ୍ରଭୁ ଶ୍ରୀରାମ ଥିଲେ ଧର୍ଯ୍ୟର ପ୍ରତୀକା। ସେହିପରି ଫିଲ୍ମରେ ମାଆ ସୀତା ଓ ଲକ୍ଷ୍ମଣଙ୍କ ଅଭିନୟ ସମ୍ପୂର୍ଣ୍ଣ ସଙ୍କୋଚିତ ତେଣୁ ଆଲୋଚନା ନକରିବା ଭଲା ହନୁମାନ...ଶକ୍ତି ଓ ବୃଦ୍ଧିରେ ବିଶ୍ୱର ସର୍ବତ୍ତୋମ। କିନ୍ତୁ ଏଠି ହନୁମାନଙ୍କ ଅଭିନୟ ଦେଖି ଲାଗିବ ଯେମିତି କୌଣସି କମେଡିଆନ୍। ଡାଇଲଗ୍ ତ ଶୁଣିବା ପରେ ବିଶ୍ୱାସ ବି କରିହେଉନି କି ଏମିତି ଲେଖିବା ପଛର କାରଣ କ’ଣ? ‘ତେଲ୍ ତେରେ ବାପ୍ କି’, ‘ଆଗ ତେରେ ବାପ୍ କି’...ହନୁମାନଙ୍କୁ ଏପରି କଳନା କରିବା ସମ୍ଭବ ନୁହେଁ।

ଆଉ ରାବଣ...ଯେମିତି ନିର୍ଦ୍ଦେଶକ ଚାହିଁଛନ୍ତି ଜାଣିଶୁଣି ୟାଙ୍କୁ ଅଲଗା ସମ୍ପ୍ରଦାୟର ଦେଖାଇବାକୁ ଚେଷ୍ଟା କରାଯାଇଛି। ସ୍ପାଏ କଟ୍ ଚୁଟି, ଟି ସାର୍ଟ କଷ୍ଟ୍ୟୁମ...୧୦ଟି ମୁଣ୍ଡ ରାବଣଙ୍କ ଥିଲା, ଆଜି ଯାଏ ସେସବୁ ଯେମିତି ଦେଖିଥିଲେ ଏଠି ପୁରା ଓଲଟା। ଗୋଟେ ମୁଣ୍ଡ ଉପରେ ଆଉ ଗୋଟେ...ହଁ ଠିକ୍ ବୁଝିଲେ, ଫ୍ରିଣ୍ଡମ୍ ଚକ୍କରରେ ‘ଆଦିପୁରୁଷ’ରେ ସବୁ ସମ୍ଭବା ଏତିକି ନୁହେଁ ରାବଣ ମାଆ ସୀତାଙ୍କୁ ଅପହରଣ ବେଳେ ପୁଷ୍ପକ ବିମାନ ନୁହେଁ ଅସୁର ମୁହାଁ ବାଦୁଡ଼ିରେ ଆଣିଥିଲେ, ସୁନାର ଲଙ୍କା ‘ଗେମସ୍ ଅଫ୍ ଥ୍ରୋନ’ର ସେଟ୍ ଭଳି ଥିଲା, ଲୁହା ପିଟୁଥିଲେ ରାବଣ, ଅସୁର ମୁହାଁ ବାଦୁଡ଼ିକୁ କଞ୍ଚା ମାଂସ ଖୁଆଉଥିଲେ...ଏମିତି କିଛି ଦୃଶ୍ୟ
‘ଆଦିପୁରୁଷ’ରେ ଦେଖିବାକୁ ମିଳିଛି। 

ସିନେମାକୁ ଶୀଘ୍ର ସାରିବା ପାଇଁ ଅନେକ ବଡ଼ ସିନ୍‌କୁ ଛାଡ଼ି ଦିଆଯାଇଛି। ହନୁମାନ ଓ ପ୍ରଭୁ ଶ୍ରୀରାମଙ୍କ ମିଳନ ବେଳର ଦିବ୍ୟ ଘଟଣା, ରାବଣର ଜୀବନ ନାଭିରେ କାହିଁକି ଥିଲା ? କୁମ୍ଭକର୍ଣ୍ଣ କେମିତି ମଲା ? ଖାଲି ଏତିକି ନୁହେଁ ଅନେକ ଭୁଲ୍‌ ବି ଦର୍ଶାଯାଇଛି। ସବୁଠୁ ବଡ଼ କଥା ହେଉଛି, ହନୁମାନ ଗନ୍ଧମାର୍ଦ୍ଦନରେ ସଞ୍ଜିବନୀ ଚିହ୍ନି ପାରିନଥିଲେ କିନ୍ତୁ ଏଠି ଓଲଟା...ଯଦି, କହିବେ ଏତେ ବଡ଼ କାହାଣୀକୁ ୩ ଘଣ୍ଟାରେ ସାରିବା ସମ୍ଭବ ନୁହେଁ ତା’ହେଲେ ଦୁଇଟି ପାର୍ଟ କରିଲେନି କାହିଁକି ? ଯଦି, ତା ବି ସମ୍ଭବ ନୁହେଁ ତାହେଲେ ଅଧା ସତ ଦେଖାଇବାରେ କିଛି ଆବଶ୍ୟକତା ହିଁ ନଥିଲା।

ଭଲ କ’ଣ?

ଆଦିପୁରୁଷ’ରେ ଭଲ କ’ଣ ଖୋଜିବେ ଯଦି ମରୁଭୂମିରେ ପାଣି ଖୋଜିବା ସଦୃଶ୍ୟ। କେବଳ ଦୁଇଟି ଗୀତ ଆପଣଙ୍କୁ ଅତି ପ୍ରଭାବିତ କରିବ। VFX କହିବେ ଯଦି, ୟାଠୁ ଭଲ ବ୍ରହ୍ମାସ୍ତ୍ର କିମ୍ବା ଅନ୍ୟ ହିନ୍ଦୀ ସିନେମାରେ ମିଳିଯିବ। ତେଣୁ ଭଲ କହିବା ପାଇଁ କିଛି ନାହିଁ। ବରଂ କାହିଁକି 
ଚରିତ୍ରକୁ କଦର୍ଥ କରାଗଲା ତାହା ବଡ଼ ପ୍ରଶ୍ନା

୧୯୮୭ରେ ରାମାନନ୍ଦ ସାଗର ଦ୍ୱାରା ନିର୍ଦ୍ଦେଶିତ ରାମାୟଣ ଦୂରଦର୍ଶନରେ ରିଲିଜ୍ ହୋଇଥିଲାା ଅରୁଣ ଗୋଭିଲଙ୍କ ଶ୍ରୀରାମ ଅବତାର ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ଉଜ୍ଜୀବିତା ଅରୁଣଙ୍କୁ ଲୋକେ ଆଜି ବି ଶ୍ରୀରାମ ଭାବନ୍ତି, ପୂଜା କରନ୍ତି, ସମ୍ମାନ ଦିଅନ୍ତି। ଏପରିକି କରୋନା କାଳରେ ଦୂରଦର୍ଶନରେ ରାମାୟଣ ପୁଣି ପ୍ରଦର୍ଶିତ ହୋଇଥିଲା। ସେହି ସମୟରେ ଏହା ଆଣିଥିଲା ସବୁଠୁ ଅଧିକ ଟିଆରପିା ଏଥିରୁ ଅନୁମାନ ପ୍ରଭୁ ଶ୍ରୀରାମଙ୍କୁ କେତେ ଭଲ ପାଆନ୍ତି ଦେଶବାସୀ।

ସମୟ ବଦଳି ପାରେ, ଆମେ ଆଧୁନିକ ହୋଇପାରୁ କିନ୍ତୁ ଆମ ଆଦର୍ଶ ସବୁବେଳେ ଚୀର ସବୁଜା ଏହା ପରିବର୍ତ୍ତନଶୀଳ ନୁହେଁ। ଆମେ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ହନୁମାନଙ୍କ ନିଜ ପ୍ରଭୁ ପ୍ରତି କର୍ତ୍ତ୍ୟବନିଷ୍ଠାର ଉଦାହରଣ ଦେଉ। କିନ୍ତୁ ‘ଆଦିପୁରୁଷ’ ଦେଖିବା ପରେ ଆମ ପରବର୍ତ୍ତୀ ପିଢ଼ି କ’ଣ ଶିଖିବେ? ଏମିତି ଥିଲେ କି ଆମ ଶ୍ରୀରାମ? ପ୍ରଶ୍ନ ସେଇ ଏମିତି କରିବା ପଛରେ କାରଣ କ’ଣ ?