• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଜର ନୃତ୍ୟ ନିପୁଣତା ଓ ଯାଦୁଗରୀ ଅଭିନୟ କ୍ୟାରିୟର ପୂର୍ବରୁ ଗଞ୍ଜାମ କଳା ପରିଷଦ ମଞ୍ଚରେ ପଡ଼ିଥିଲା ମୁଳୁଦୁଆ । ଆମେ କହୁଛୁ ନିକଟରେ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିବା ବଲିଉଡର ବର୍ଷିଆନ ଅଭିନେତ୍ରୀ ୱାହିଦା ରେହମାନଙ୍କ କଥା । ମାୟାନଗରୀ ମୁମ୍ବାଇରେ ଲମ୍ବା ଅଭିନୟ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ବ୍ରହ୍ମପୁରର ଗଞ୍ଜାମ କଳା ପରିଷଦ ସହ ରହିଛି ୱାହିଦାଙ୍କ ଭାବଗତ ସମ୍ପର୍କ ।

ସ୍ଥାନୀୟ ପୁରୁଖା ବ୍ୟକ୍ତି ତଥା ଗଞ୍ଜାମ କଳା ପରିଷଦ ସହ ସଂଶ୍ଲିଷ୍ଟ କଳାପ୍ରେମୀ କୁହନ୍ତି, ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ । ଭାରତନାଟ୍ୟମ ନୃତ୍ୟରେ ଖୁବ୍ ନିପୁଣା ଥିବା ୱାହିଦା ଏକ ଚାରିଟି ସୋ ଲାଗି ଏଠାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ । ଯାହା ସେତେବେଳେ ସାଧାରଣ ଦର୍ଶକଙ୍କଠୁ ଆରମ୍ଭ କରି ବହୁ କଳାପ୍ରେମୀ ତଥା ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଆଉ ଏବେ ୱାହିଦା ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତି ହେବା ତାଙ୍କୁ ନେଇ ଏ ମଞ୍ଚ, ଗଞ୍ଜାମ ମାଟି ଓ ସମଗ୍ର ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ଗଞ୍ଜାମ କଳାପରିଷଦ ସହ ଜଡ଼ିତ ବ୍ୟକ୍ତି ।

ତାମିଲନାଡୁ ଚେଙ୍ଗୱଲାପେଟର ମୂଳ ବାସିନ୍ଦା ୱାହିଦାଙ୍କ ବାପା ଥିଲେ ଜଣେ ମାଜିଷ୍ଟ୍ରେଟ୍ । ସେ ମାଡ୍ରାସ୍ ପ୍ରେସିଡେନ୍ସିରେ ଚାକିରି କରୁଥିବା ବେଳେ ବିଶାଖାପାଟଣାରେ ପାଠ ପଢୁଥିଲେ ୱାହିଦା । ଏହି ସମୟରେ ଗଞ୍ଜାମରେ ରହୁଥିଲେ ତାଙ୍କ ମାମୁଁ ତଥା ବିଶିଷ୍ଟ ଚିକିତ୍ସକ ଡାକ୍ତର ଫିରୋଜ ଅଲ୍ଲୀଙ୍କ ଖାନ୍ । ଫିରୋଜ ଅଲ୍ଲୀ ଖାନ ଥିଲେ ଗଞ୍ଜାମ କଳାପରିଷଦର ତତ୍କାଳୀନ ଉପସଭାପତି ।

ତେବେ ମାମୁଁଘରକୁ ଆସିବା ସମୟରେ ହିଁ ୱାହିଦା ଗଞ୍ଜାମ କଳା ପରିଷଦ ମଞ୍ଚରେ ଆୟୋଜିତ ଏକ ଚାରିଟି ସୋ ପାଇଁ ନୃତ୍ୟ ପ୍ରଦର୍ଶନ କରିଥିଲେ । ଯେଉଁ ସୋ ସମ୍ପର୍କରେ ଫିରୋଜ୍ ଅଲ୍ଲୀଙ୍କ ଝିଅ ନର୍ଗୀସ ଲେଖିଥିବା ଡାଡି ନାଁରେ ଏକ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି । ଅନ୍ୟପଟେ ସେତେବେଳେ ସେହି ସୋ ଦେଖିଥିବା ଦର୍ଶକେ ଆଜି ବି ଭାବବିହ୍ୱଳ ବୋଲି କୁହନ୍ତି ।

ଗଞ୍ଜାମ କଳା ପରିଷଦରେ ୱାହିଦାଙ୍କ ଡ୍ୟାନ୍ସ ସୋ କେବେ ହୋଇଥିଲା, ତାର ରେକର୍ଡ କିଛି ରେକର୍ଡ ନଥିଲେ ବି, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମାନ୍ନା ଦେ ସେହି ସୋରେ ଉପସ୍ଥିତ ଥିବା ସୂଚନା ମିଳେ ।

  • Reported by:
  • ASHOK BRAHMA