Advertisment

Happy Birth Day: ରାଖୀ ସାୱନ୍ତଙ୍କ ସଂଘର୍ଷମୟ ଜୀବନ; ଫିଙ୍ଗା ଖାଦ୍ୟ ଗୋଟେଇ ଖାଉଥିଲେ

ଆଜି ରାଖୀ ସାୱନ୍ତ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା। ରାଖୀଙ୍କୁ ଏଠାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି। ଦିନ ଏମିତି ଥିଲା ତାଙ୍କୁ ବାହାରେ ଫିଙ୍ଗାଯାଇଥିବା ଖାଦ୍ୟକୁ ଗୋଟେଇ ଖାଇବାକୁ ପଡୁଥିଲା। ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସଂଘର୍ଷମୟ ଜୀବନ ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
Rakhi Sawant Birthday

Know about drama queen rakhi sawant personal and professional life struggle

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାଖୀ ସାୱନ୍ତ ଚର୍ଚ୍ଚାରେ ରହିବା ନେଇ କିଛି ବି କରନ୍ତି। କିପରି ଚର୍ଚ୍ଚାରେ ରହିହେବ ରାଖୀଙ୍କୁ ତାହା ଭଲଭାବେ ଜଣା। ଏହି କାରଣରୁ ରାଖୀ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି। ତେବେ ଦୁନିଆ ଆଖିରେ ରାଖୀ ସାୱନ୍ତ ଭାବେ ପରିଚିତ ଏହି ଅଭିନେତ୍ରୀଙ୍କ ପ୍ରକୃତ ନାମ ହେଉଛି ନୀରୁ ଭେଡା।

Advertisment

ଆଜି ରାଖୀ ସାୱନ୍ତଙ୍କ ଜନ୍ମଦିନ। ରାଖୀ ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ରାଖୀ ଅଭିନୟରେ ସେମିତି ନାଁ କରି ନଥିଲେ ବି ସେ ତାଙ୍କ ଡ୍ୟାନ୍ସ ଷ୍ଟାଇଲ୍ ଦ୍ୱାରା ଲୋକଙ୍କ ହୃଦୟରେ ଏଜ ସ୍ୱତନ୍ତ୍ର ଜାଗା କିଣିପାରିଛନ୍ତି।

ଆଜି ରାଖୀ ଇଣ୍ଡଷ୍ଟ୍ରିରେ ବେଶ ଜଣାଶୁଣା। ରାଖୀଙ୍କୁ ଏଠାରେ ପହଞ୍ଚିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି। ତେବେ ଆସନ୍ତୁ ଆଜି ରାଖୀଙ୍କ ଜନ୍ମଦିନ ଅବସରରେ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ଜାଣିନେବା ଯାହା ଆପଣଙ୍କୁ ଭାବପ୍ରବଣ କରିବ।

Advertisment


ଗରିବ ପରିବାର ରାଖୀ:

ଆଜି ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ରାଖୀ ସାୱନ୍ତଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ଥିଲା। ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପାଇଁ ସେ ନିଜ ନାଁ ନୀରୁ ଭେଡାରୁ ରାଖୀ ସାୱନ୍ତରେ ପରିବର୍ତ୍ତନ କରିଥିଲେ। ରାଖୀ ଥରେ ଅଭିନେତା ରାଜୀବ ଖଣ୍ଡେଲୱାଲଙ୍କ ଶୋ 'ଜଜ୍‌ବାତ୍'ରେ ତାଙ୍କ ଜୀବନର କଷ୍ଟଦାୟକ ଦିନଗୁଡିକ କହିଥିଲେ। ରାଖୀ କହିଥିଲେ ଯେ ସେ ବହୁତ ଗରିବ ପରିବାରରୁ ଆସିଛନ୍ତି।

ଫିଙ୍ଗା ଖାଦ୍ୟ ଗୋଟେଇ ଖାଉଥିଲେ:

ତାଙ୍କ ମା’ ଏକ ଡାକ୍ତରଖାନାରେ ଆୟା ଥିଲେ ଏବଂ ତାଙ୍କ ବାପା ମୁମ୍ବାଇ ପୋଲିସରେ ଜଣେ କନଷ୍ଟେବଳ ଥିଲେ। ଏକ ବଡ ପରିବାର ହୋଇଥିବା ତାଙ୍କ ଜୀବପଯାପନ ବହୁତ କଷ୍ଟକର ଥିଲା। ବେଳେବେଳେ ଏମିତି ମଧ୍ୟ ହେଉଥିଲା ଯେ ସେମାନଙ୍କ ପାଖରେ ଖାଇବାକୁ ମଧ୍ୟ କିଛି ନଥିଲା। ଫଳରେ ପଡୋଶୀ ଫିଙ୍ଗି ଦେଉଥିବା ଖାଦ୍ୟକୁ ଗୋଟେଇ ରାଖୀ ଏହାକୁ ଖାଉଥିବା ସେ କହିଛନ୍ତି।

ଡ୍ୟାନ୍ସ ପାଇଁ ଖାଉଥିଲେ ମାଡ:

ପିଲାଦିନରୁ ତାଙ୍କର ଡ୍ୟାନ୍ସ ନୃତ୍ୟ ଓ ଅଭିନୟ ପ୍ରତି ବହୁତ ରୁଚି ଥିଲା। ସେ ବଡ ହୋଇ ଏକ ହିଟ୍ ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ, କିନ୍ତୁ ତାଙ୍କ ମା’ ରାଖୀଙ୍କ ନାଚଗୀତକୁ ପସନ୍ଦ କରୁ ନଥିଲେ। ନାଚିବା ପାଇଁ ସେ ସବୁବେଳେ ରାଖୀଙ୍କୁ ବହୁତ ପିଟୁଥିଲେ। କାରଣ ଝିଅମାନଙ୍କୁ ସେମାନଙ୍କ ପରିବାରରେ ନାଚିବାକୁ ଦିଆଯାଉ ନଥିଲା। ଏଭଳି ପରିସ୍ଥିତିରେ ରାଖୀଙ୍କ ମା’ ଏସବୁକୁ ଆଦୌ ପସନ୍ଦ କରୁ ନଥିଲେ। ତେଣୁ ଯେତେବେଳେ ବି ସେ ନାଚୁଥିଲେ, ତାଙ୍କ ମା’ ତାଙ୍କୁ ବହୁତ ମାଡ ମାରୁଥିଲେ।

ବାପା-ମା’ଙ୍କ ଟଙ୍କା ଚୋରି କରି ଘର ଛାଡିଥିଲେ:

ପରିବାର ଲୋକେ ତାଙ୍କୁ ବାହା କରେଇଦେବାକୁ ଚାହୁଁଥିଲେ। ଏଭଳି ପରିସ୍ଥିତିରେ ସେ ତାଙ୍କ ଅଭିନୟର ସ୍ୱପ୍ନକୁ ପୂରଣ କରିବା ପାଇଁ ଘରୁ ପଳାଇବା ଠିକ୍ ବୋଲି ଭାବିଥିଲେ। ଏହି ସମୟରେ ରାଖୀ ତାଙ୍କ ବାପାମା’ଙ୍କ ଟଙ୍କା ଚୋରି କରି ଘରୁ ପଳେଇ ଯାଇଥିଲେ। ଘରୁ ପଳାଇବା ପରେ ରାଖୀଙ୍କ ପରିବାର ତାଙ୍କ ସହ ସମ୍ପର୍କ ତୁଟେଇ ଦେଇଥିଲେ। ଏହା ପରେ ସେ ସମ୍ପୂର୍ଣ୍ଣ ଏକା ହୋଇ ଯାଇଥିଲେ।

ଫିଲ୍ମ ଇଣ୍ଡଷ୍ଟ୍ରୀରେ କିପରି ପ୍ରବେଶ କରିବେ ସେ ବିଷୟରେ ରାଖୀ କିଛି ଜାଣି ନଥିଲେ। ସେ ଜଣେ ଅଭିନେତ୍ରୀ ହେବା ପାଇଁ ଫଟୋସୁଟ୍ କିପରି କରିବେ ତାହା ମଧ୍ୟ ଜାଣି ନଥିଲେ। ଏହାଛଡା ସେ ଶିକ୍ଷିତ ମଧ୍ୟ ନଥିଲେ, କିମ୍ବା ଆଇଟମ୍ ଗୀତ କ’ଣ ଜାଣି ନଥିଲେ। ସେ କେବଳ ଅଡିସନ୍ ପାଇଁ ଯାଉଥିଲେ କାରଣ ସେ ହିରୋଇନ୍ ହେବାକୁ ଚାହୁଁଥିଲ॥ ତଥାପି, ଏସବୁ ସତ୍ତ୍ୱେ ରାଖୀ ହାର ମାନି ନଥିଲେ। ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଲାଗିପଡିଥିଲେ।

Rakhi Sawant Bollywood
Advertisment
Advertisment