Advertisment

ଏହି ଦିନ ବିବାହ କରିବେ ଆଥିୟା-ରାହୁଲ୍; କାଲି ସଙ୍ଗୀତ ଉତ୍ସବ

ଖୁବ ଶୀଘ୍ର ବିବାହ କରିବେ ସୁନୀଲ ଶେଟ୍ଟୀଙ୍କ ଲଳନା ଆଥିୟା। ସୁନୀଲଙ୍କ ଖଣ୍ଡାଲା ବଙ୍ଗଳାରେ ହେବ ବିବାହ। କାଲି ହେବ ‘ସଙ୍ଗୀତ ସେରେମନୀ’। ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ। ଜାଣନ୍ତୁ କେବେ ବିବାହ…

author-image
Pramod Behera
ଅଦ୍ୟତନ ହୋଇଛି
KL rahul Athiya Shetty wedding date and venue

KL rahul Athiya Shetty wedding date and venue

ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟିଙ୍କ ଖୁବ୍ ଶୀଘ୍ର ହାତ ଗଣ୍ଠି ପଡିବାକୁ ଯାଉଛି। କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କ ସମ୍ପର୍କକୁ ନେଇ ବେଶ କିଛି ବର୍ଷ ଧରି ଆଲୋଚନା ଚାଲିଥିଲା। ସେ ଗତ ବର୍ଷ ତାଙ୍କ ପ୍ରଶଂସକଙ୍କୁ ଏହି ସମ୍ପର୍କ ବିଷୟରେ ଜଣେଇଥିଲେ।

Advertisment

ଉଭୟ କିଛି ଦିନ ହେବ୍ ପରସ୍ପରକୁ ଡେଟ୍ କରୁଥିଲେ। ତେବେ ଏହା ପ୍ରଥମ ଥର ନୁହେଁ ଯେ ସେମାନଙ୍କ ବିବାହ ଖବର ଖୁବ ଜୋର୍‌ରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଥର ଲାଗୁଛି ଯେ ସେମାନଙ୍କ ବିବାହର ତାରିଖ ଏବଂ ସ୍ଥାନ ସବୁ ନିଶ୍ଚିତ ହୋଇଛି।

Advertisment

ରିପୋର୍ଟ ଅନୁଯାୟୀ, ଉଭୟ ଚଳିତ ବର୍ଷ ଜାନୁଆରୀ ୨୩ ରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ବିବାହ କରିବେ। କାଲି ବା ଜାନୁୟାରୀ ୨୧ରେ ସେମାନଙ୍କ ‘ସଙ୍ଗୀତ ସେରେମନୀ’ ଅନୁଷ୍ଠିତ ହେବ ଏବଂ ଏଥିରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକେ ଯୋଗଦେବେ।

ଆଥିୟାଙ୍କ ନିକଟତମ ବନ୍ଧୁ ଅଭିନେତ୍ରୀ ଆକାଂକ୍ଷା ରଂଜନ ପୂର୍ବରୁ ଏହି ବିବାହର ଏକ ଅଂଶ ହୋଇଛନ୍ତି। ଅନ୍ୟ ଅତିଥିମାନେ କେବଳ ସଂଗୀତ ସେରେମନୀରେ ଯୋଗଦେବେ। ଆଥିୟାଙ୍କ ବନ୍ଧୁ ଓ ଭାଇ ଅହାନ୍ ଏବଂ ବାପା ମାଆ ଏହି ଉତ୍ସବରେ ସେମାନଙ୍କ ଜଲୱା ଦେଖେଇବେ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ଉଭୟଙ୍କ ବିବାହ ଦକ୍ଷିଣ ଭାରତୀୟ ଷ୍ଟାଇଲ୍‌ରେ ହେବ। ଏନେଇ ଆଉଟ୍‌ଫିଟ୍ ମଧ୍ୟ ଠିକ୍ ହୋଇସାରିଛି।

ଜି.କେ ଇଣ୍ଡିଆ ଏବଂ ବଜାର ଇଣ୍ଡିଆର ପୂର୍ବତନ ଫ୍ୟାଶନ ଏଡିଟର୍ ରାହୁଲ ବିଜୟ କେ.ଏଲ୍ ରାହୁଲଙ୍କ ପୋଷାକ ଡିଜାଇନ୍ ଦାୟିତ୍ୱ ନେଇଛନ୍ତି। ରାହୁଲ ବିବାହରେ ରାଜକୀୟ ଲୁକ୍ ବାଲା ଶେର୍‌ୱାନି ପିନ୍ଧିବାର ସମ୍ଭାବନା ରହିଛି। ସେହିପରି ଆଥିୟା ଶେଟ୍ଟୀଙ୍କ ବିବାହ ପୋଷାକ ଆମି ପଟେଲଙ୍କ ଦ୍ୱାରା ଷ୍ଟାଇଲ୍‌ ହେବାର ସମ୍ଭାବନା ରହିଛି।

ପ୍ରକାଶଥାଉ ଯେ ୨୦୨୧ରେ ଆଥିୟା ଏବଂ ରାହୁଲ ନିଜ ସମ୍ପର୍କକୁ ଖୁଲାସା କରିଥିଲେ। ଯେତେବେଳେ ରାହୁଲ ଅଭିନେତ୍ରୀ ଆଥିୟାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଶେୟାର କରିଥିଲେ। କେବଳ ଏତିକି ନୁହେଁ, ସେ ଆଥିୟାଙ୍କ ପରିବାର ସହିତ ଏକ ଭଲ ସମ୍ପର୍କକୁ ନେଇ ଶେୟାର କରିଥିଲେ।

Bollywood Athiya Shetty KL Rahul KL Rahul And Athiya Shetty
Advertisment
Advertisment