Advertisment

କିଏ ପଢିଛନ୍ତି ଅଧିକ ? ଆଥିୟା ଶେଟ୍ଟୀ ନା କେ.ଏଲ୍ ରାହୁଲ୍...

ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ପାରିବାରିକ ପୃଷ୍ଠଭୂମି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିନେବା କିଏ କେତେ ପାଠ ପଢିଛନ୍ତି।

ଅଦ୍ୟତନ ହୋଇଛି
KL Rahul Athiya Shetty Education Qualification

Kl rahul athiya shetty education

Advertisment

ଭାରତୀୟ କ୍ରିକେଟ୍ ଖେଳାଳି ଏବଂ ବଲିଉଡ୍‌ ଅଭିନେତ୍ରୀଙ୍କ ଯୋଡିରେ ଆଉ ଏକ ନୂଆ ନା’ ଯୋଡି ହୋଇଛି। ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହେଁ ୨୩ ଜାନୁଆରୀରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ବାହା ହୋଇଛନ୍ତି।

Advertisment

ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ୫ ନଭେମ୍ବର ୧୯୯୨ରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ୍ ଏବଂ ଜନ୍ କନନ୍ ସ୍କୁଲ୍ ଏବଂ ବମ୍ବେର ଆମେରିକୀୟ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ। ସେ ଚଳଚ୍ଚିତ୍ର ନିର୍ମାଣ ଏବଂ ଲିବରାଲ୍ ଆର୍ଟ ପାଠ୍ୟକ୍ରମରେ ମଧ୍ୟ ସ୍ନାତକ ହାସଲ କରିଛନ୍ତି। ବଲିଉଡ୍‌ ରେ ଡେବ୍ୟୁ କରିବା ପୂର୍ବରୁ ସେ ଆମେରିକାର ନ୍ୟୁୟର୍କରେ ଥିବା ନ୍ୟୁୟର୍କ ଫିଲ୍ମ ଏକାଡେମୀ (NYFA) ରୁ ଚଳଚ୍ଚିତ୍ର ନିର୍ମାଣର କୌଶଳ ଜାଣିଛନ୍ତି।

ଅଧିକ ପଢ଼ନ୍ତୁ: କେ.ଏଲ୍ ରାହୁଲ - ଆଥିୟା ଶେଟ୍ଟୀ ଯିବେନି ହନିମୁନ୍; କାହିଁକି…

କନ୍ନୁର ଲୋକେଶ ରାହୁଲ ଯାହାଙ୍କୁ କେ.ଏଲ୍ ରାହୁଲ ବା ଲୋକେଶ ରାହୁଲ ଭାବରେ ସମସ୍ତେ ଜାଣନ୍ତି, ୧୮ ଏପ୍ରିଲ ୧୯୯୨ ରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ। ସେ ମାଙ୍ଗାଲୋରରେ ବଡ ହୋଇଥିଲେ। ସେ NITK ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ତାଙ୍କର ଉଚ୍ଚ ବିଦ୍ୟାଳୟ ପରୀକ୍ଷା ଦେଇଥିଲେ। ଏହା ପରେ ପ୍ରି ୟୁନିଭରସିଟି ପାଇଁ ସେଣ୍ଟ୍‌ ଆଲୋଇସିୟସ୍ କଲେଜ୍‌ରେ ଆଡମିଶନ ନେଇଥିଲେ। ବିଦ୍ୟାଳୟ ସମାପ୍ତ ହେବା ପରେ ସେ ବାଙ୍ଗାଲୋରର ଜୈନ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

Advertisment

ଆଥିୟା ଶେଟ୍ଟୀ ଏବଂ କେ.ଏଲ୍ ରାହୁଲଙ୍କ ପାରିବାରିକ ପୃଷ୍ଠଭୂମି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଥିୟା ହେଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ। ତାଙ୍କ ମା ମାନା ଶେଟ୍ଟୀ ଜଣେ ଫ୍ୟାଶନ ଡିଜାଇନର୍ ଏବଂ ସାମାଜିକ କର୍ମୀ। ଆଥିୟାଙ୍କ ଭାଇ ଅହାନ୍ ଶେଟ୍ଟୀ ମଧ୍ୟ ଜଣେ ବଲିଉଡ୍‌ ଅଭିନେତା।

ଅନ୍ୟପଟେ କେ.ଏଲ୍ ରାହୁଲଙ୍କ ବାପା ଲୋକେଶ କର୍ଣ୍ଣାଟକର ନ୍ୟାସ୍‌ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ତଥା ପୂର୍ବତନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କ ମା’ ରାଜେଶ୍ୱରୀ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପ୍ରଫେସର।

Advertisment
Bollywood Athiya Shetty KL Rahul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ