/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702037419.jpg)
Kgf actor yash announce his new movie
‘କେଜିଏଫ୍’ ଏବଂ ‘କେଜିଏଫ୍ ୨’ ସହିତ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ଅଭିନେତା ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସାଉଥ୍ ରକିଂ ଷ୍ଟାର୍ ୟଶଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ, ଯାହାର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।
ନିଜ ନୂଆ ଫିଲ୍ମର ନାମ ଘୋଷଣା କରିବା ସହିତ ୟଶ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ତେବେ ୟଶଙ୍କ ନୂଆ ଫିଲ୍ମ ପାଇଁ ପ୍ରଶଂସକମାନଙ୍କୁ ୨୦୨୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସୁପରଷ୍ଟାରଙ୍କ ଏହି ଫିଲ୍ମର ନାମ ‘ଟକ୍ସିକ୍ – ଏ କେୟରୀ ଟେଲ୍ ଫୋର୍ ଗ୍ରୋନ୍ ଅପ୍ସ’। ଏକ ଚମତ୍କାର ଭିଡିଓ ଶେୟାର କରି ୟଶ ଏହାର ଘୋଷଣା କରିଛନ୍ତି।
ଭିଡିଓରେ ତାସ୍ ଖେଳିବାତ ଜୋକର ଦେଖିବାକୁ ମିଳେ। ଆହୁରି ମଧ୍ୟ, ଭିଡିଓର ମ୍ୟୁଜିକ୍ ଏହା କହୁଛି ଯେ ୟଶ ପୁଣି ଥରେ ପରଦାରେ ହଇଚଇ କରିବାକୁ ଆସୁଛନ୍ତି। ଫିଲ୍ମର ଘୋଷଣା ସହିତ ସେ କ୍ୟାପ୍ସନ୍ରେ ଲେଖିଛନ୍ତି, “ଆପଣ ଯାହା ଖୋଜୁଛନ୍ତି ତାହା ଆପଣଙ୍କୁ ଖୋଜୁଛି – ରୁମି”। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ୟଶଙ୍କ ପ୍ରଶଂସକଙ୍କ ସମେତ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମ ବିଷୟରେ ସେମାନଙ୍କର ଉତ୍ସାହ ମଧ୍ୟ ପ୍ରକାଶ କରୁଛନ୍ତି।
ପ୍ରକାଶଥାଉ ଯେ ‘ଟକ୍ସିକ୍’ ମୁଥୋନ୍ ଫେମ୍ ଗୀତୁ ମୋହନଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହା କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ହେଉଛି। ତେବେ ‘ଟକ୍ସିକ’ରେ ୟଶଙ୍କ ସହ କିଏ ଅନ୍ୟ କଳାକାର ରହିବେ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ନିର୍ମାତାଙ୍କ ଅନୁଯାୟୀ, ଏ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ। ୧୦ ଏପ୍ରିଲ୍ ୨୦୨୫ରେ ଏହା ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)