Advertisment

Kesari 2 Released: ଲୋକେ କହୁଛନ୍ତି, ବହୁତ ଦିନ ପରେ ଏକ ଭଲ ଫିଲ୍ମ ଆସିଛି, ଯାହାକୁ ଦେଖିବା ଉଚିତ

ଫିଲ୍ମର କାହାଣୀ, ଅଭିନେତାମାନଙ୍କ ଅଭିନୟ ଏବଂ ସିନେମାଟୋଗ୍ରାଫି ପୂରା ଚମତ୍କାର ହୋଇଛି। ଫିଲ୍ମରେ ଅକ୍ଷୟ କୁମାର ଏବଂ ଆର୍‌. ମାଧବନଙ୍କ କୋର୍ଟ ରୁମ୍‌ରେ ଯୁକ୍ତି ଦେଖିବା ଭଳି ହୋଇଛି।। ଫିଲ୍ମରେ ସବୁକିଛି ଠିକ୍‌ଠାକ୍ ଅଛି, ସେଥିପାଇଁ ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିବେ

ଅଦ୍ୟତନ ହୋଇଛି
Kesari 2 released cinema halls what public opinion

Kesari 2 released cinema halls what public opinion

Advertisment

ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି ଯାହା ପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଜି ୧୮ ଏପ୍ରିଲରେ ଏହିପରି ଏକ ଫିଲ୍ମ ମୁକ୍ତିଲାଭ କରିଛି। ଅକ୍ଷୟ କୁମାର ଏବଂ ଆର୍‌. ମାଧବନଙ୍କ ଫିଲ୍ମ 'କେସରୀ ଚାପ୍ଟର ୨' ଆଜି ପରଦାକୁ ଆସିଛି। ଟ୍ରେଲର୍‌-ଟିଜର୍‌ ଦେଖିବା ଦିନଠାରୁ ଲୋକମାନେ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିଲେ।

Advertisment

ଆପଣଙ୍କୁ ଜଣାଇ ଦେଉଛୁ ଯେ ‘କେଶରୀ ୨’ ହେଉଛି ସ୍ୱାଧୀନତା ସଂଗ୍ରାମ ସମୟରେ ୧୯୧୯ ମସିହାରେ ଘଟିଥିବା ଜାଲିଆନାୱାଲା ବାଗ୍‌ ହତ୍ୟାକାଣ୍ଡର କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ମୁଖ୍ୟତଃ ବାରିଷ୍ଟର ଶଙ୍କରନ୍ ନାୟାରଙ୍କ ମାମଲା ଏବଂ ଜୀବନ ଉପରେ ଆଧାରିତ, ଯେଉଁଥିରେ ଅକ୍ଷୟ କୁମାର ଓକିଲ ଶଙ୍କରନ୍ ନାୟାରଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଦର୍ଶକଙ୍କ ମତ:

ଫିଲ୍ମକୁ ଦେଖିବା ପାଇଁ ହଲ୍‌ଗୁଡିକରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ଜଣେ ଓକିଲ କିପରି ଜାଲିଆନାୱାଲା ବାଗ୍‌ ହତ୍ୟାକାଣ୍ଡର ସତ୍ୟତାକୁ ସାମ୍ନାକୁ ଆଣିଛନ୍ତି ତାହା ଦେଖାଯାଇଛି। ହଲ୍‌ରେ ଫିଲ୍ମ ଦେଖିବାକୁ ଆସିଥିବା ଲୋକମାନେ କହୁଛନ୍ତି ଯେ ବହୁତ ଦିନ ପରେ ଏକ ଭଲ ଫିଲ୍ମ ଆସିଛି, ଯାହାକୁ ଦେଖିବା ଉଚିତ। ଏହା ଏମିତି ଏକ ଫିଲ୍ମ ଯାହାକୁ ଖାସ୍ କରି ଓକିଲମାନେ ଓ ଲ’ ପଢୁଥିବା ପିଲାମାନେ ଦେଖିବା ଜରୁରୀ।

Advertisment

ଅଧିକ ପଢ଼ନ୍ତୁ: 'କେସରୀ ଚାପ୍ଟର ୨'ର ଦମଦାର୍ ପ୍ରୋମୋ ରିଲିଜ୍; ଦର୍ଶକଙ୍କ ଉତ୍ସାହ ଦ୍ୱିଗୁଣ

ଦର୍ଶକମାନେ କହିଛନ୍ତି ଯେ, ଏହି ଫିଲ୍ମ ଦେଖିବା ପରେ ଲୋକଙ୍କ ମନରେ ସେ ସମୟର ସ୍ମୃତି ଜାଗ୍ରତ ହୋଇଛି। ସେ ସମୟରେ କିପରି ଲୋକଙ୍କୁ ହତ୍ୟା କରାଯାଇଥିଲା, ଜାଲିଆନାୱାଲା ବାଗ୍‌ ହତ୍ୟାକାଣ୍ଡ ପୂର୍ବରୁ ଏବଂ ପରେ କ'ଣ ଘଟିଥିଲା, ଏସବୁ ଜିନିଷକୁ ବହୁତ ବିସ୍ତାର ଭାବରେ ଦର୍ଶାଯାଇଛି।

Advertisment

ପ୍ରତ୍ୟେକ ଦୃଷ୍ଟିରୁ ଭଲ:

‘କେଶରୀ ୨’ ଦେଖିଥିବା ଲୋକମାନେ କହୁଛନ୍ତି ଯେ, ଏହି ଚଳଚ୍ଚିତ୍ର ସେମାନଙ୍କୁ ବହୁତ ଭାବପ୍ରବଣ କରିଛି। ସମ୍ପୂର୍ଣ୍ଣ ଫିଲ୍ମରେ ଏପରି ଗୋଟିଏ ବି ସିନ୍ ନାହିଁ ଯେଉଁଠାରେ ଫିଲ୍ମଟି ବେକାର୍ ବୋଲି ମନେହେବ। ଏହି ଫିଲ୍ମଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲୋକମାନଙ୍କୁ ବାନ୍ଧି ରଖୁଛି।

ଫିଲ୍ମର କାହାଣୀ, ଅଭିନେତାମାନଙ୍କ ଅଭିନୟ ଏବଂ ସିନେମାଟୋଗ୍ରାଫି ପୂରା ଚମତ୍କାର ହୋଇଛି। ଫିଲ୍ମରେ ଅକ୍ଷୟ କୁମାର ଏବଂ ଆର୍‌. ମାଧବନ କୋର୍ଟ ରୁମ୍‌ରେ କରୁଥିବା ଯୁକ୍ତି ଦେଖିବା ଭଳି ହୋଇଛି।। ଫିଲ୍ମରେ ସବୁକିଛି ଠିକ୍‌ଠାକ୍ ଅଛି, ସେଥିପାଇଁ ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିବେ।

ତେବେ ଫିଲ୍ମ କେଶରୀ ୨- ଦି ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନୱାଲା ବାଗ'ର ନିର୍ଦ୍ଦେଶନା କରଣ ସିଂହ ତ୍ୟାଗୀ ଦେଇଛନ୍ତି ଏବଂ ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମିତ ହୋଇଛି। ଏହି ଫିଲ୍ମଟି ଅକ୍ଷୟଙ୍କ ୨୦୧୯ ଫିଲ୍ମ ‘କେଶରୀ’ର ସିକ୍ୱେଲ୍। ଫିଲ୍ମର କାହାଣୀ ରଘୁ ପାଲତ ଏବଂ ପୁଷ୍ପା ପାଲତଙ୍କ ଦ୍ୱାରା ଲିଖିତ ପୁସ୍ତକ 'ଦି କେସ୍ ଦାଟ୍ ଟୁକ୍ ଦି ଏମ୍ପାୟାର' ଉପରେ ଆଧାରିତ।

ଅଧିକ ପଢ଼ନ୍ତୁ: ନ୍ୟାୟ ପାଇଁ ଲଢିବେ ଅକ୍ଷୟ କୁମାର; ଭାଇରାଲ୍ ହେଉଛି ନୂଆ ଲୁକ୍

Bollywood Akshay Kumar R. Madhavan Jallianwala Bagh Jallianwala Bagh Massacre Kesari 2 Kesari Chapter 2 Kesari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ