Advertisment

Throwback Video: ବାସନ ଧୋଇଲେ, ଝାଡ଼ୁ ମାରିଲେ...ଭାଇରାଲ୍‌ ହେଉଛି କ୍ୟାଟ୍ରିନାଙ୍କ ଏହି ଭିଡିଓ

ଏବେ କ୍ୟାଟ୍ରିନାଙ୍କ କିଛି ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କ୍ୟାଟ୍ରିନା ରୋଷେଇ ଘରେ ବାସନ ଧୋଉଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Katrina Kaif

Katrina Kaif

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକି କୌଶଲଙ୍କ ବିବାହ ବେଶ୍‌ ଚର୍ଚ୍ଚାରେ ଥିବାବେଳେ ଏବେ କ୍ୟାଟ୍ରିନାଙ୍କ କିଛି ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଯଦିଓ ଭିଡିଓ ଗୁଡ଼ିକ ପୁରୁଣା, ହେଲେ ସୋସିଆଲ୍‌ ମିଡିଆରେ ଏବେ ଏହାକୁ ଶେଆର କରାଯିବା ସହ ଫ୍ୟାନ୍ସମାନେ ଏହା ଉପରେ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି। 

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, କ୍ୟାଟ୍ରିନା ରୋଷେଇ ଘରେ ବାସନ ଧୋଉଛନ୍ତି। ଭିଡିଓକୁ ନେଇ ଫ୍ୟାନ୍ସମାନେ ମଜାଳିଆ କମେଣ୍ଟସ୍‌ ମଧ୍ୟ ଦେଇଥିବା ନଜର ଆସିଛି। ଭାବିଜୀ ଏହା ବହୁତ ପୁରୁଣା ଭିଡିଓ, ହେଲେ ଆପଣ କ’ଣ ଏବେବି ଘର କାମ କରୁଛନ୍ତି ? ଭାବିଜୀ ଆପଣ ଏକାକୀ କାହିଁକି ଅଛନ୍ତି, ଭାଇ କୁଆଡ଼େ ଗଲେ ? ଫ୍ୟାନ୍ସମାନେ ଏଭଳି କିଛି କମେଣ୍ଟସ୍‌ ଦେଇଛନ୍ତି। ଏହା ପୂର୍ବରୁ କ୍ୟାଟ୍ରିନାଙ୍କ ଝାଡ଼ୁ ମାରିବା ଭିଡିଓ ସାମ୍ନାକୁ ଆସିଥିଲା। ହାତରେ ଝାଡ଼ୁ ଧରି କ୍ୟାଟ୍ରିନା ଘର ସଫା କରୁଥିବା ଦେଖିବାକୁ ମିଳିଥିଲା। 

Advertisment

ବିବାହ ପରେ କ୍ୟାଟ୍ରିନା ଶୁଟିଂରେ ଫୋକ୍‌ସ୍‌ କରୁଥିବା ନଜର ଆସିଛି। ଗତ ଦିନରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ନିକଟରେ କ୍ୟାଟ୍ରିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍‌ ହୋଇଥିଲା। ସଲମାନ୍‌ଙ୍କ ସହ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ କ୍ୟାଟ୍ରିନା। 


 
 
 
 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)


 
 
 
 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)


 
 
 
 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)

Katrina Kaif Vicky Kaushal Viral Video Vicky Kaushal Katrina Kaif
Advertisment
Advertisment