Advertisment

‘ଲାଇଗର୍‌’କୁ ପଛରେ ପକେଇଲା 'କାର୍ତ୍ତିକେୟ ୨'

ଟଲିଉଡ୍ ଆଗରେ ପୁଣି ଫେଲ୍ ମାରିଲା ବଲିଉଡ୍। ‘ଲାଇଗର୍’କୁ ପଛରେ ପକେଇ 'କାର୍ତ୍ତିକେୟ ୨' ଆଗେଇ ଚାଲିଛି। ୧୫ ରୁ୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଫିଲ୍ମ ଏବେ ସୁଦ୍ଧା ଏତେ ରୋଜଗାର କରି ସାରିଲାଣି। ଜାଣନ୍ତୁ ପୂରା ଖବର…

author-image
Pramod Behera
ଅଦ୍ୟତନ ହୋଇଛି
Karthikeya 2 grossed over rs 100 crores

Karthikeya 2 grossed over rs 100 crores

ବଲିଉଡ୍‌ର ଫିଲ୍ମ ଗୋଟିଏ ପରେ ଗୋଟିଏ ଫ୍ଲପ୍‌ ହେଉଥିବା ବେଳେ ତେଲୁଗୁ ଫିଲ୍ମ ଲୋକଙ୍କ ହୃଦୟରେ ରାଜ୍ କରୁଛି। ଆଜିକାଲି, ଗୋଟିଏ ପଟେ ବଡ ବଜେଟ୍ ହିନ୍ଦୀ ଫିଲ୍ମ ୧୦୦ କୋଟି ପାଇଁ ସଂଘର୍ଷ କରୁଥିବାବେଳେ ଅନ୍ୟପଟେ ସ୍ୱଳ୍ପ ବଜେଟ୍ ତେଲୁଗୁ ଫିଲ୍ମ ବକ୍ସ ଅଫିସରେ ସହଜରେ ଶତକ ମାରିବାରେ ଲାଗିଛି। ବର୍ତ୍ତମାନ 'କାର୍ତ୍ତିକେୟ ୨' ତା’ର କମାଲ ଦେଖଉଥିବା ବେଳେ ‘ଲାଇଗର୍‌’ ପଛରେ ପଡିଯାଇଛି।

Advertisment

ଅନୁପମା ପରମେଶ୍ୱରନ୍ ଏବଂ ନିଖିଲ ସିଦ୍ଧାର୍ଥ 'କାର୍ତ୍ତିକେୟ ୨'ରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଅନୁପମ ଖେର ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଏବଂ ଲୋକମାନେ ତାଙ୍କ ଭୂମିକାକୁ ମଧ୍ୟ ଖୁବ୍ ପ୍ରଶଂସା କରୁଛନ୍ତି। ‘କାର୍ତ୍ତିକେୟ ୨’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଥିବା ବେଳେ ଅନ୍ୟ କୌଣସି ନୂଆ ରିଲିଜ୍ ଦ୍ୱାରା ଏହା ପ୍ରଭାବିତ ହୋଇନାହିଁ। 'ଲାଲ ସିଂହ ଚଡ୍‌ଢା', 'ରକ୍ଷା ବନ୍ଧନ' ଏବଂ 'ଲାଇଗର୍' ଭଳି ବଲିଉଡ୍‌ର ବଡ ଫିଲ୍ମକୁ ଏହା କଡ଼ା ଟକ୍କର ଦେଉଥିବା ବେଳେ ଲୋକେ ଏହାକୁ ଖୁବ ପ୍ରଶଂସା କରୁଛନ୍ତି।

ଚନ୍ଦୁ ମୋଣ୍ଡେତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୦୦ କୋଟି ଟଙ୍କାର କ୍ଲବ୍‌ରେ ପ୍ରବେଶ କରିସାରିଛନ୍ତି ଏବଂ ତୃତୀୟ ସପ୍ତାହରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଏ ସପ୍ତାହରେ ବି ଏହି ଫିଲ୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେହି ନାହାଁନ୍ତି। ଏନେଇ ଚତୁର୍ଥ ସପ୍ତାହରେ ଏହା ଭଲ ରୋଜଗାର କରିବ ବୋଲି ଆଶା ମଧ୍ୟ ରହିଛି। କୁହାଯାଉଛି ଯେ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଏହା ପାଖାପାଖି ୨୫ କୋଟି ଆହୁରି ରୋଜଗାର କରି ସାରିଥିବ।

Advertisment

ଏହି ଫିଲ୍ମର ହିନ୍ଦୀ ସଂସ୍କରଣର ବକ୍ସ ଅଫିସ୍ ବ୍ୟବସାୟ ପ୍ରାୟ ୨୮ କୋଟି ଟଙ୍କା ହୋଇଥିବା ବେଳେ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହା ବହୁତ ଭଲ ବ୍ୟବସାୟ କରିଛି। ବୁଧବାର ନିଖିଲ ସିଦ୍ଧାର୍ଥ କହିଛନ୍ତି ଯେ ‘କାର୍ତ୍ତିକେୟ ୨’  ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି, ଯାହା ଏକ ବ୍ଲକବଷ୍ଟର ଭାବେ ପରିଣତ ହୋଇଛି।

ନିଖିଲ ଇନ୍‌ଷ୍ଟାଗ୍ରାମ୍‌ରେ କହିଛନ୍ତି, “ଆମେ ଆନୁଷ୍ଠାନିକ ଭାବେ ୧୦୦ କୋଟି ଅତିକ୍ରମ କରିଛୁ। ‘କାର୍ତ୍ତିକେୟ ୨’ ଉପରେ ସାରା ଭାରତ ଏବଂ ବିଶ୍ୱର ଆଶୀର୍ବାଦ ରହିଛି।”

ଏହି ଫିଲ୍ମଟି ପ୍ରଥମେ ୫୦ଟି ସ୍କ୍ରିନ୍‌ ସହିତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ଲୋକଙ୍କ ଚାହିଦା ବଢୁଥିବାରୁ ଏହା ୩ ହଜାରରୁ ଅଧିକ ସ୍କ୍ରିନ୍‌ ପାଇଥିଲା। ‘କାର୍ତ୍ତିକେୟ ୨’କୁ ନେଇ ନିଖିଲ ସିଦ୍ଧାର୍ଥ କହିଛନ୍ତି ଯେ “ବିଦେଶରେ ଏହା ମୋର ପ୍ରଥମ ଫିଲ୍ମ ହୋଇଥିବା ବେଳେ ଏହା ୧.୫ ମିଲିୟନ ଡଲାର ଅତିକ୍ରମ କରିଛି।”

ଏହି ଫିଲ୍ମ ୧୫ ରୁ୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ କରାଯାଇଥିବା ବେଳେ ଏବେ ସୁଧା ଏହା ୧୦୦ କୋଟି ରୋଜାଗାର କରି ନିର୍ମାତାଙ୍କୁ ମାଲେମାଲ୍ କରି ଦେଇଛି।

Bollywood Liger Karthikeya 2
Advertisment
Advertisment