Advertisment

ପିଲାଦିନେ ଲାଜକୁଳା ଥିବା କରଣ ଜୋହର କେତେ ପାଠ ପଢ଼ିଛନ୍ତି ?

ବଲିଉଡ୍‌ର ଚର୍ଚ୍ଚିତ ଚେହେରା ଭିତରେ କରଣ ଜୋହର ଅନ୍ୟତମ। ପିଲାଦିନେ କାହା ସହ ମିଶିପାରୁ ନଥିଲେ। ଭାବୁଥିଲେ ସେ ଅନ୍ୟମାନଙ୍କଠାରୁ ଅଲଗା। ଶିକ୍ଷାଗତ ଯୋଗ୍ୟତା ଥିଲା…

author-image
Pramod Behera
ଅଦ୍ୟତନ ହୋଇଛି
Karan Johar education Karan Johar biography

Karan Johar education Karan Johar biography

ବଲିଉଡ୍‌ର ଚର୍ଚ୍ଚିତ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ କରଣ ଜୋହର ଅନ୍ୟତମ। ସେ ଜଣେ ମଲ୍ଟିଟାସ୍କର୍। ବଲିଉଡ୍‌ ଦୁନିଆରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ନିର୍ଦ୍ଦେଶକ, ନିର୍ମାତା, ଟିଭି ହୋଷ୍ଟ, ସ୍କ୍ରିନ୍ ରାଇଟର୍ ହେବା ବ୍ୟତୀତ ସେ ଜଣେ ଭଲ ପୁଅ, ବାପା ଆଉ ଜଣେ ଭଲ ବନ୍ଧୁ ମଧ୍ୟ।

Advertisment

ବିଭିନ୍ନ କାମକୁ ନେଇ କରଣ ଜୋହର ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ଫିଲ୍ମକୁ ନେଇ ହେଉ କି ପୁଣି କେତେବେଳେ ଷ୍ଟାର୍‌ କିଡ୍ସ ଲଞ୍ଚ କରିବାକୁ ନେଇ ହେଉ ତାଙ୍କୁ ନେଇ ଆଲୋଚନା ହୁଏ। ତାଙ୍କର ପ୍ରଥମ ପୁସ୍ତକ 'An Unsuitable Boy’ ରେ ସେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଥିଲେ। ତେବେ ଆସନ୍ତୁ କରଣ ଜୋହରଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ସେ ବିଷୟରେ ଜାଣିନେବା।

ବିବାହ ଓ ସନ୍ତାନ:

କରଣ ଜୋହର ମେ ୨୫, ୧୯୭୨ରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ତାଙ୍କ ବାପା ୟଶ୍‌ ଜୋହର ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ୍ସର ପ୍ରତିଷ୍ଠାତା ଥିଲେ। ତାଙ୍କ ମା’ଙ୍କ ନାଁ ହୀରୁ ଜୋହର। କିନ୍ତୁ ୨୦୧୭ରେ କରଣ ଜୋହର ସିଙ୍ଗଲ ଡ୍ୟାଡ୍ ହୋଇଥିଲେ। ସେ ସରୋଗେସୀ ମାଧ୍ୟମରେ ଜନ୍ମ ହୋଇଥିବା ଯାଆଁଳା ୟଶ ଏବଂ ରୁହୀଙ୍କୁ କୋଳେଇ ନେଇଥିଲେ।

Advertisment

ପାଠ ପଢା:

କରଣ ଜୋହର ମୁମ୍ବାଇରେ ବଢିଥିଲେ। ସେ ମୁମ୍ବାଇର ସ୍କୁଲ୍‌ ଏବଂ କଲେଜରେ ଶିକ୍ଷା ଲାଭ କରିଥିଲେ। ସେ ମୁମ୍ବାଇର ଗ୍ରୀନ୍‌ଲାନ୍ସ ହାଇସ୍କୁଲ ଏବଂ ଏଚ୍‌ଆର୍‌ କଲେଜ୍‌ ଅଫ୍ କମର୍ସ ଆଣ୍ଡ୍‌ ଇକୋନୋମିକ୍ସରେ ପଢିଥିଲେ। କରଣ ଜୋହର ଫରାସୀ ଫ୍ରେଞ୍ଚରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

ଚଳଚ୍ଚିତ୍ରରେ କ୍ୟାରିଅର୍:

କରଣ ଜୋହର ପିଲାଦିନରୁ ଏକ ଚଳଚ୍ଚିତ୍ର ପରିବେଶରେ ଲାଳନ ପାଳନ ହୋଇଥିଲେ। ୧୯୮୯ରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ସିରିଏଲ୍‌ 'ଇନ୍ଦ୍ରଧନୁଷ'ରେ ସେ ଶ୍ରୀକାନ୍ତ ଚରିତ୍ରରେ ଅଭିନୟ କରିଥିଲେ। ସେ 'ଦିଲ୍‌ୱାଲେ ଦୁଲ୍‌ହାନିଆ ଲେ ଜାୟେଙ୍ଗେ' ରେ ଶାହରୁଖ ଖାନଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିଲେ। ଏହା ପରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶନା ଏବଂ ପ୍ରଡକ୍ସନ୍ କାମରେ ନିୟୋଜିତ ହୋଇଥିଲେ।

ଟିଭିରେ ପ୍ରାଧାନ୍ୟ ବିସ୍ତାର:

ଜଣାଶୁଣା ବଲିଉଡ୍‌ ସେଲିବ୍ରେଟୀ କରଣ ଜୋହର ହଟ୍‌ଷ୍ଟାର୍‌ରେ ଶୋ 'କଫି ୱିଥ୍ କରଣ'ର ହୋଷ୍ଟ କରୁଛନ୍ତି। ଏଥିରେ ସେ ଇଣ୍ଡଷ୍ଟ୍ରିର ବିଭିନ୍ନ ସେଲିବ୍ରେଟୀମାନଙ୍କୁ ନିମନ୍ତ୍ରଣ କରନ୍ତି ଏବଂ ସେମାନଙ୍କ ସହିତ କାଜୁଆଲ୍ କଥାବାର୍ତ୍ତା କରନ୍ତି। ଏହି ଶୋ ଏବେ ବହୁତ ଲୋକପ୍ରିୟ ହୋଇପାରିଛି। କରଣ ଜୋହର ମଧ୍ୟ OTT ରେ ‘ବିଗ୍ ବସ୍ OTT’ ରେ ହୋଷ୍ଟିଂ କରିଥିଲେ।

ପିଲାଦିନ:

କରଣ ଜୋହର ପିଲାଦିନେ ବହୁତ ଲାଜକୁଳା ଥିଲେ। ସେ କାହା ସହ ମିଶି ପାରୁ ନଥିଲେ। କରଣ ଭାବୁଥିଲେ ସେ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ସେଥିପାଇଁ ସେ କାହା ସହିତ କଥା ହେବାକୁ ପସନ୍ଦ କରୁ ନଥିଲେ। ତଥାପି, ତାଙ୍କ ବାପା-ମା ତାଙ୍କୁ ସବୁବେଳେ ଫ୍ରି କରିବାକୁ ଚେଷ୍ଟା କରୁଥିଲେ।

Karan Johar Bollywood
Advertisment
Advertisment