Advertisment

Kapil Sharma: ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା; ନିର୍ଦ୍ଦେଶକ ଦେଲେ ମୁହଁତୋଡ ଜବାବ

ନିର୍ଦ୍ଦେଶକ ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା। ଲୋକମାନେ ଏ କଥାକୁ ନେଇ କପିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କୁ ରେସିଷ୍ଟ୍ ବୋଲି କହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kapil sharma commented on atlee complexion people troll him

Kapil sharma commented on atlee complexion people troll him

କପିଲ ଶର୍ମା 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ଶେଷ ଏପିସୋଡ୍‌ରେ 'ଜୱାନ୍' ନିର୍ଦ୍ଦେଶକ ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଛନ୍ତି। ଲୋକମାନେ ଏ କଥାକୁ ନେଇ କପିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କୁ ରେସିଷ୍ଟ୍(ରଙ୍ଗଭେଦ କରିବା ବାଲା) ବୋଲି କହୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଘରେ କାହାର ରାଜୁତି ଅଧିକ ଚାଲେ…. ଏମିତି ପ୍ରଶ୍ନର ସାଙ୍ଘାତିକ ଉତ୍ତର ଦେଲେ ଅମିତାଭ ବଚ୍ଚନ

Advertisment

ତେବେ କପିଲଙ୍କ ଏହି ମଜାଳିଆ କମେଣ୍ଟର ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି ଏଟଲୀ। ସେ ହୁଏତ କପିଲଙ୍କୁ କହିବା ବନ୍ଦ କରିଦେଇଥିବେ, କିନ୍ତୁ ଦର୍ଶକମାଙ୍କୁ (ବିଶେଷକରି ତାମିଲନାଡୁର ପ୍ରଶଂସକ) ଏହାକୁ ଆଦୌ ପସନ୍ଦ ଆସି ନାହିଁ। ବରୁଣ ଧାୱନ, କୀର୍ତ୍ତି ସୁରେଶ, ଭାମିକା ବବି ଏବଂ ଜ୍ୟାକି ଶ୍ରଫ୍‌ ଷ୍ଟାରର୍ ‘ବେବି ଜନ୍’ର ପ୍ରମୋସନ ପାଇଁ ଏଟଲୀ ଆସିଥିଲେ।

ଏଟଲୀଙ୍କ ଜବାବ:

କପିଲ ଶର୍ମାଙ୍କ କମେଣ୍ଟ୍ ଉପରେ ଏଟଲୀ କହିଛନ୍ତି ଯେ ଦେଖିବାକୁ ନେଇ କିଛି ଫରକ ପଡେ ନାହିଁ। ତେବେ କପିଲ ଶର୍ମା ଏଟଲୀଙ୍କ ରଙ୍ଗକୁ ନେଇ ହାସ୍ୟାତ୍ମକ ଢଙ୍ଗରେ ପଚାରିଥିଲେ, “ଯେତେବେଳେ ଆପଣ ପ୍ରଥମ ଥର ପାଇଁ କୌଣସି ଏକ ଷ୍ଟାର୍‌ଙ୍କୁ ଭେଟନ୍ତି, ତେବେ ସେମାନେ କ’ଣ ପଚାରନ୍ତି, ଏଟଲୀ କେଉଁଠାରେ?”

ଅଧିକ ପଢ଼ନ୍ତୁ: ପୁଣି ଏକାଠି ହେବେ କପିଲ-ସୁନିଲ୍-କୃଷ୍ଣା; ଖୁବ ମଜେଇବେ, ହସେଇବେ

ଏଟଲୀ ଉତ୍ତର ଦେଇ କହିଥିଲେ, “ଗୋଟିଏ ଉପାୟରେ ମୁଁ ଆପଣଙ୍କ ପ୍ରଶ୍ନ ବୁଝିଗଲି। ମୁଁ ଉତ୍ତର ଦେବାକୁ ଚେଷ୍ଟା କରୁଛି। ମୁଁ ଏଆର୍ ମୁରୁଗାଦାସ୍ ସାରଙ୍କ ପାଖରେ କୃତଜ୍ଞ, କାରଣ ସେ ମୋର ପ୍ରଥମ ଫିଲ୍ମ ପ୍ରଡ୍ୟୁସ୍ କରିଥିଲେ। ”

ଏଟ୍‌ଲୀ ଆହୁରି କହିଛନ୍ତି, “ସେ ସ୍କ୍ରିପ୍ଟ ମାଗିଥିଲେ, କିନ୍ତୁ ସେ ଏହା ଦେଖି ନ ଥିଲେ ଯେ ମୁଁ କିପରି ଦେଖାଯାଏ ବା ମୁଁ ଏହା ପାଇଁ ସକ୍ଷମ କି ନୁହେଁ। କିନ୍ତୁ, ସେ ମୋର କାହାଣୀକୁ ପସନ୍ଦ କରିଥିଲେ। ମୁଁ ଭାବୁଛି ଦୁନିଆକୁ ଏହା ଦେଖିବା ଆବଶ୍ୟକ। ଆମେ ରୂପକୁ ଦେଖି ବିଚାର କରିବା ଉଚିତ ନୁହେଁ। ଆପଣଙ୍କୁ ନିଜ ହୃଦୟରେ ବିଚାର କରିବାର ଅଛି।”

ଏହାର ଏକ ଭିଡିଓ କ୍ଲିପ୍ ଇଣ୍ଟରନେଟରେ ଖୁବ୍ ଜୋର୍‌ରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓକୁ ଦେଖି ଲୋକମାନେ ଜମେଇକି ପ୍ରତିକ୍ରିୟା କରୁଛନ୍ତି।


କପିଲ ଶର୍ମାଙ୍କୁ ଟ୍ରୋଲ୍‌:

ଏଭଲି କଥାକୁ ନେଇ ଲୋକମାନେ କପିଲ ଶର୍ମାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। ଜଣେ ଲେଖିଛନ୍ତି, “କପିଲ ଶର୍ମା ସବୁବେଳେ ବଡୀ ସେମିଂ ଜୋକ୍ସ କରନ୍ତି।” ଅନ୍ୟ ଜଣେ ଲେଖିଛନ୍ତି, “ଏଟଲୀ ପୂରା ଚତୁରତା ଏବଂ ଅନୁଗ୍ରହ ସହିତ ପୂରା କଥାକୁ ସମ୍ଭାଳିଦେଲେ।” ଆଉ ଜଣେ ଲେଖିଛନ୍ତି, “କପିଲ ଶର୍ମା ଏଟଲୀଙ୍କ ରଙ୍ଗକୁ ଅତି ସହଜରେ ଅପମାନିତ କରିଛନ୍ତି। ଏଟଲୀ ଜମେଇକି ଏହାର ଉତ୍ତର ଦେଇଛନ୍ତି: ରୂପକୁ ନେଇ ବିଚାର କର ନାହିଁ, ହୃଦୟରୁ ବିଚାର କର।”

କପିଲଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍:

କପିଲ ତାଙ୍କର ଏଭଳି କଥାକୁ ନେଇ ଟ୍ରୋଲ୍ ହେବା ନୂଆ ନୁହେଁ। ଏହା ପୂର୍ବରୁ ମୁକେଶ ଖାନ୍ନା ମଧ୍ୟ ତାଙ୍କୁ ଟାର୍ଗେଟ୍ କରିଥିଲେ। କପିଲ୍ ଶର୍ମାଙ୍କ ଶୋ’କୁ ନେଇ ସେ କହିଥିଲେ “ମୁଁ ଏକ ପ୍ରୋମୋ ଦେଖିଥିଲି ଯେଉଁଥିରେ ଅରୁଣ ଗୋବିଲ ବସିଥିଲେ ଏବଂ ବାକି ଟିମ୍ ମଧ୍ୟ ସେଠାରେ ଥିଲେ। ସେଥିରେ କପିଲ ଶର୍ମା ପଚାରନ୍ତି ଯେ ଅରୁଣ ଜୀ, ତୁମେ ସମୁଦ୍ରରେ ସ୍ନାନ କରୁଛ ଏବଂ ହଠାତ୍ ଲୋକମାନେ ପାଟିକରି କୁହନ୍ତି ଯେ ଦେଖ, ରାମ ଜୀ ଭିଆଇପି ଅଣ୍ଡର୍‌ୱେର୍ ପିନ୍ଧିଛନ୍ତି। ଅରୁଣ ହସିଦେଲେ ଆଉ ବସିଗଲେ, କିନ୍ତୁ ଯଦି ସେଠାରେ ମୁଁ ଥାଆନ୍ତି ତେବେ ଚଢିଯାଇଥାନ୍ତା। ଯାହାଙ୍କ ପ୍ରତିଛବି ଏତେ ବଡ, ତାଙ୍କୁ ଆପଣ ଏପରି ଶସ୍ତା ପ୍ରଶ୍ନ ପଚାରୁଛନ୍ତି। ଯେତେବେଳେ ରାମଙ୍କୁ ସମ୍ମାନ କରୁନାହଁ, ତେବେ ତୁମେ ଭୀଷ୍ମ ପିତାମହଙ୍କୁ କିପରି ସମ୍ମାନ ଦେବ? ମୁଁ ସ୍ଥିର କରିଥିଲି ଯେ, ମୁଁ ଏହି ଶୋ’କୁ କେବେବି ଯିବି ନାହିଁ।”

ଅଧିକ ପଢ଼ନ୍ତୁ: କପିଲ୍‌ ଶର୍ମାଙ୍କୁ ଆମୀରଙ୍କ ପ୍ରଶ୍ନ, ମତେ କାହିଁକି ତୁମ ସୋ’ କୁ ଡାକିନ ?

Kapil Sharma Bollywood Viral Video Atlee
Advertisment
Advertisment