Advertisment

ଆସୁଛି କପିଲ ଶର୍ମାଙ୍କ ନୂଆ ଫିଲ୍ମ; ସାଉଥ୍ ହିରୋଇନଙ୍କ ସହ ରୋମାନ୍ସ କରିବେ

କପିଲ ଶର୍ମା ଖୁବ ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ୍‌ କରିବାବେଳେ ସେ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ କହିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ନଜର ଆସିବେ ସାଉଥ୍‌ର ଖୁବ ଜଣାଶୁଣା ଏହି ନାୟିକା। ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Kapil Sharma announces his new movie mega blockbuster

Kapil Sharma announces his new movie mega blockbuster

କପିଲ ଶର୍ମା ଆଜିକାଲି ତାଙ୍କ ସୁପରହିଟ୍ କମେଡି ଶୋ 'ଦି କପିଲ ଶର୍ମା ଶୋ'ର ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥର ଶୋ’ରେ କିଛି ନୂଆ ଚରିତ୍ର ମଧ୍ୟ ଦେଖିବାକୁ ମିଳିବେ। ତାଙ୍କ ଶୋ’ର ପ୍ରତ୍ୟାବର୍ତ୍ତନକୁ ନେଇ ଆଲୋଚନା ମଧ୍ୟରେ ଏବେ କପିଲ ଶର୍ମା ତାଙ୍କ ଆଗାମୀ ଫିଲ୍ମର ପୋଷ୍ଟର୍‌ ରିଲିଜ କରି ପ୍ରଶଂସକଙ୍କ ମଧ୍ୟରେ ହଇଚଇ ଖେଳେଇ ଦେଇଛନ୍ତି। କମେଡି କିଙ୍ଗ୍‌ ଖୁବ୍ ଶୀଘ୍ର 'ମେଗା ବ୍ଲକ୍‌ବଷ୍ଟ୍‌ର' ନାମକ ଏକ ଫିଲ୍ମରେ ନଜର ଆସିବେ। ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ କରିବା ବେଳେ କପିଲ ଶର୍ମା ଫିଲ୍ମର ଟ୍ରେଲର୍‌ ରିଲିଜ ତାରିଖ ମଧ୍ୟ କହିଛନ୍ତି।

Advertisment

'ମେଗା ବ୍ଲକ୍‌ବଷ୍ଟର୍‌'ର ଟ୍ରେଲର୍‌ ସେପ୍ଟେମ୍ବର ୪ରେ ରିଲିଜ୍‌ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ କପିଲ ଶର୍ମାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ଦୀର୍ଘ ଦିନ ପରେ କପିଲ ବଡ ପରଦାରେ ନଜର ଆସିବେ। ବିଶେଷ କଥା ହେଉଛି କପିଲ ଶର୍ମାଙ୍କ ସହ ଫିଲ୍ମରେ ରଶ୍ମିକା ମନ୍ଦାନା, ତୃଷ୍ଣା କୃଷ୍ଣନନ ଏବଂ କାର୍ଥିଙ୍କ ଭଳି ସାଉଥ୍ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀମାନେ ମଧ୍ୟ ନଜର ଆସିବେ।

ସମସ୍ତ କଳାକାର ସୋସିଆଲ ମିଡିଆରେ ନିଜ ନିଜ ଲୁକର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି। କପିଲ ଶର୍ମାଙ୍କ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ ସେ କମଳା ରଙ୍ଗର ଟି-ସାର୍ଟରେ ନଜର ଆସିଛନ୍ତି। ତାଙ୍କ ମୁହଁରେ ହସ ଦେଖାଯାଉଛି। ପୋଷ୍ଟର୍‌ ଶେୟାର କରିବାବେଳେ ସେ କ୍ୟାପ୍‌ସନ୍‌ରେ ଲେଖିଥଛନ୍ତି- “ଏହା ମୋର ମୋ ପ୍ରଶଂସକଙ୍କ ପାଇଁ। ଆଶା କରୁଛି ଆପଣ ଏହାକୁ ପସନ୍ଦ କରିବେ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ଟ୍ରେଲର୍‌ ସେପ୍ଟେମ୍ବର ୪ରେ ରିଲିଜ୍‌ ହେବ।

Advertisment

ଦୀର୍ଘ ସମୟ ପରେ କପିଲ ଶର୍ମାଙ୍କୁ ବଡ ପରଦାରେ ଦେଖିବାକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତାଙ୍କ ଫ୍ୟାନ୍ସ ଓ ଫଲୋର୍ସମାନେ ମଧ୍ୟ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି। ସେମାନେ କପିଲ ଶର୍ମାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ବହୁତ ଆଗ୍ରହୀ ଥିବା ଜଣାଯାଏ। ଅନ୍ୟପକ୍ଷରେ, ‘ଦି କପିଲ ଶର୍ମା ଶୋ’ ମଧ୍ୟ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି, ଯାହାର ଟ୍ରେଲର ରିଲିଜ୍ ହୋଇସାରିଛି।

Kapil Sharma Rashmika Mandanna Bollywood
Advertisment
Advertisment