Advertisment

'ଚନ୍ଦୁ ଚମ୍ପିଅନ୍' ଦେଖି କାନ୍ଦିପକେଇଲେ କପିଲ ଦେବ; କହିଲେ ଏମିତି…

ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
kapi dev praised kartik aaryan chandu champion

kapi dev praised kartik aaryan chandu champion

କାର୍ତ୍ତିକ ଆର୍ଯ୍ୟନ ଆଜିକାଲି ତାଙ୍କ ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍'କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଛି। ସାଜିଦ ନାଡିୟାଡୱାଲା ଏବଂ କବୀର ଖାନଙ୍କ ଦ୍ୱାରା ନିର୍ମିତ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍'କୁ ଦର୍ଶକ ତଥା ସମାଲୋଚକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ସହିତ କାର୍ତ୍ତିକ ଆର୍ଯ୍ୟନ ପୁଣି ଥରେ ନିଜକୁ ଜଣେ ଶକ୍ତିଶାଳୀ ଅଭିନେତା ଭାବରେ ପ୍ରମାଣିତ କରିଛନ୍ତି।

Advertisment

ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।

କପିଲ ଦେବ ଫିଲ୍ମକୁ ପ୍ରଶଂସା କରି ଏକ ସୁନ୍ଦର ନୋଟ୍‌ ସହିତ 'ଚନ୍ଦୁ ଚମ୍ପିଅନ୍'ର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ତାଙ୍କ ନୋଟ୍‌ରେ ଲେଖିଛନ୍ତି, “'ଚନ୍ଦୁ ଚମ୍ପିଅନ୍' ଏମିତି ଏକ ଚଳଚ୍ଚିତ୍ର ଯାହାକୁ ଆପଣ ଆଦୌ ମିସ୍ କରି ପାରିବେ ନାହିଁ। ମୁଁ କ୍ରୀଡାଭିତ୍ତିକ ଚଳଚ୍ଚିତ୍ର ଦେଖିବାକୁ ଭଲ ପାଏ ଏବଂ ମୁଁ ସେସବୁକୁ ମଧ୍ୟ ପ୍ରଶଂସା କରେ। କିନ୍ତୁ ଏହା କେବଳ ଏକ କ୍ରୀଡ଼ା ଚଳଚ୍ଚିତ୍ର ନୁହେଁ, ଏହାଠାରୁ ବହୁତ ଅଧିକ। ଏହା ଦେଖି ମୁଁ ହସିଲି, କାନ୍ଦିଲି, ଗର୍ବିତ ଅନୁଭବ କଲି ଏବଂ ପୁଣି କାନ୍ଦିଲି।”

Advertisment

ସେହି ପୁଣି କହିଛନ୍ତି, “କାର୍ତ୍ତିକଙ୍କ ଏହି ଚଳଚ୍ଚିତ୍ର ଏକ ‍ଇମୋସନ୍। ଆପଣ ଏହି ଚଳଚ୍ଚିତ୍ର ଦେଖୁ ଦେଖୁ କେତେବେଳେ ଫିଲ୍ମ ସହ ଜଡିତ ହୋଇଯିବେ ଆପଣ କେବେ ଜାଣିପାରିବେ ନାହିଁ। କବୀର ଖାନ ଏକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ଏହି ଚଳଚ୍ଚିତ୍ର ଦେଖିବା ପରେ ମୁଁ କ’ଣ ଅନୁଭବ କରୁଛି ତାହା ବ୍ୟାଖ୍ୟା କରିପାରିବି ନାହିଁ। ଏହି ଚଳଚ୍ଚିତ୍ରର କାହାଣୀ ଜବରଦସ୍ତ।”

ସେ ଆହୁରି ଲେଖିଛନ୍ତି, “କବୀର ଖାନଙ୍କୁ ସଲାମ୍, ଆପଣ ପୁଣି କରି ଦେଖେଇଛନ୍ତି। ଆଉ ଏକ ମହାନ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। କାର୍ତ୍ତିକ ଆର୍ଯ୍ୟନ୍ ଖୁବ୍ ଚମତ୍କାର ଅଭିନୟ କରିଛନ୍ତି। ଆପଣଙ୍କ କଠିନ ପରିଶ୍ରମ ଏବଂ ପ୍ରତିଭା ସ୍ପଷ୍ଟ ଭାବରେ ଚମକୁଛି। ପୂରା କାଷ୍ଟ୍‌ ଏବଂ କ୍ରୁଙ୍କୁ ଅଭିନନ୍ଦନ ଏବଂ ଏମିତି ଚଳଚ୍ଚିତ୍ର ଦେଖିବା ପାଇଁ ଆମକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଆପଣମାନେ ସମସ୍ତେ ଚମ୍ପିଅନ୍!”

ସୂଚନାଯୋଗ୍ୟଯେ, କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' ମୁରଲିକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ।

Bollywood Kartik Aaryan Kapil Dev
Advertisment
Advertisment