/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647762722.jpg)
Kangana Ranaut talks about Vivek Agnihotri
ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ପାଲଟି ଯାଇଛି। କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଉପରେ ଆଧାରିତ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟିକରିଛି। ଦେଶର ସମସ୍ତେ ଏହି ଫିଲ୍ମକୁ ନେଇ ଆଲୋଚନା କରୁଛନ୍ତି। ବର୍ତ୍ତମାନ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ରିଆଲିଟି ଶୋ 'ଲକ୍ଅପ୍'କୁ ପରିଚାଳନା କରୁଥିବାବେଳେ ଏହି ଶୋ’ର ପ୍ରତିଯୋଗୀମାନଙ୍କ ସହ କଥା ହୋଇଛନ୍ତି।
ପ୍ରକାଶଥାଉ ଯେ 'ଦ କାଶ୍ମୀର ଫାଇଲ୍ସ' ରିଲିଜ୍ ହେବା ପରଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମକୁ ସମର୍ଥନ କରୁଛନ୍ତି। ବର୍ତ୍ତମାନ, ମାର୍ଚ୍ଚ ୧୯ ରେ ପ୍ରସାରିତ ହୋଇଥିବା ଏପିସୋଡ୍ 'ଲକ୍ଅପ୍'ରେ ଦେଖାଯାଇଛି ଯେ ଅଭିନେତ୍ରୀ ୧୯୯୦ ମସିହାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ଆଧାରିତ ଏହି ଫିଲ୍ମକୁ ନେଇ ପ୍ରତିଯୋଗୀମାନଙ୍କ ସହ କଥା ହୋଇଛନ୍ତି।
କଙ୍ଗନା କହିଛନ୍ତି ଯେ “ ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ବିଶେଷ କଥା ହେଉଛି ଏହି ଫିଲ୍ମଟି ପ୍ରାୟ ୧୦-୧୫ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଛି ଏବଂ କିନ୍ତୁ ଲାଭର ଦୃଷ୍ଟିକୋଣରୁ ଏହା ସବୁଠୁ ବଡ ବ୍ଲକ୍ବଷ୍ଟର୍କୁ ମଧ୍ୟ ପଛରେ ପକେଇ ଦେଇଛି। ଏହା ଭାରତ ଇତିହାସରେ ସବୁଠାରୁ ସଫଳ ଫିଲ୍ମ।”
କଙ୍ଗନାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କିଛି ଲୋକ କଙ୍ଗନାକୁ ପ୍ରଶଂସା କରୁଛନ୍ତି। ସେହିପରି ଏମିତି ବି କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ “ସରକାରଙ୍କଠାରୁ ଯେଉଁ ଲାଞ୍ଚ ମିଳିଛି... ଋଣ ପରିଶୋଧ କରିବାକୁ ଅତି କମରେ ଏମିତି ତ କିଛି କରିବାକୁ ପଡିବ ନା।” ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, “ଏ ହେଉଛନ୍ତି ଆମର ରାଜକୁମାରୀ।”
ଏହାପୂର୍ବରୁ ଗତ ସପ୍ତାହରେ ଅଭିନେତ୍ରୀ 'ଦ କାଶ୍ମୀର ଫାଇଲ୍ସ' ଦେଖିବା ପରେ ବିଳମ୍ବିତ ରାତିରେ ମୁମ୍ବାଇର ଏକ ଥିଏଟର ବାହାରେ ନଜର ଆସିଥିଲେ। କଙ୍ଗନା ଏହା ପରେ କହିଥିଲେ ଯେ “ଇଣ୍ଡଷ୍ଟ୍ରିର ସବୁ ଲୋକ ଯେଉଁମାନେ ନିଜ ବିଲରେ ମୂଷା ଭଳି ଲୁଚି ରହିଛନ୍ତି, ସେମାନେ ବାହାରକୁ ଆସି ଫିଲ୍ମର ପ୍ରମୋଶନ କରିବା ଉଚିତ।
The Kashmir Files 💖
No other Bollywood celeb supported #KashmirFiles like the way she supported. #TheKashmirFiles#Lockupp#KanganaRanaut#KashmiriPanditpic.twitter.com/nr7dhZT2Qr— Kangana Ranaut 🇮🇳 (@kanganaRanautFP) March 19, 2022
ତେବେ 'ଲକ୍ ଅପ୍'ରେ ମୁନୱର ଫାରୁକୀ, ନିଶା ରାୱଲ, ପୁନମ ପାଣ୍ଡେ, ପାୟଲ ରୋହତଗୀ, କରଣଭୀର ବୋହରା, ସାରା ଖାନ, ଅଲି ମର୍ଚାଣ୍ଟ, ସାୟେଶା ସିନ୍ଦେ, ବବିତା ଫୋଗଟ, ଅଞ୍ଜଲି ଅରୋରା ଏବଂ ଅନ୍ୟାନ୍ୟ ବିବାଦୀୟ ସେଲିବ୍ରିଟି ନଜର ଆସିଥିଲେ। ଏକତା କପୁରଙ୍କ ଦ୍ୱାରା ନିର୍ମିତ କ୍ୟାପ୍ଟିଭ୍ ରିଅଲିଟି ସୋ’ରେ କରଣ କୁନ୍ଦ୍ରା ଜଣେ ଜେଲର ଭୂମିକାରେ ଅଭିନୟ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)