• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଲିଉଡର ପଙ୍ଗା ଗାର୍ଲ କଙ୍ଗନା ରାଣାୱତ୍ ନିଜର ଏକ ଯନ୍ତ୍ରଣାଦାୟକ ଅନୁଭୂତି ସେୟାର କରିଛନ୍ତି । ପିଲାଦିନେ ସେ ଯୌନ ଶୋଷଣର ଶିକାର ହୋଇଥିବା ନେଇ ସେ ଏକ ସୋ’ରେ କହିଛନ୍ତି ।

କଙ୍ଗନା ନିଜ କଷ୍ଟଦାୟକ ଅନୂଭୁତି ସେୟାର କରି କହିଛନ୍ତି ଯେ, ପିଲାଦିନେ ସେ ଯୌନ ଶୋଷଣର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାକୁ ସେ କେବେବି ଭୁଲି ପାରିବେ ନାହିଁ ।

ଷ୍ଟାଣ୍ଡପ୍‌ କମେଡିଆନ୍‌ ମୁନାୱାର୍ ଫାରୁକି 'ଲକ୍ ଅପ୍' ସୋରେ ନିଜ ପିଲାଦିନର ଯୌନ ଶୋଷଣର ଯନ୍ତ୍ରଣାଦାୟକ କାହାଣୀ ସେୟାର କରିଥିଲେ । ଏହା ଶୁଣି କଙ୍ଗନା ଭାବପ୍ରବଣ ହୋଇଯାଇଥିଲେ । ଯାହା ପରେ ସେ କହିଥିଲେ ଯେ, ‘ପ୍ରତି ବର୍ଷ ଅନେକ ପିଲା ଏହିଭଳି ଯୌନ ନିର୍ଯାତନା ଦେଇ ଗତି କରିଥାନ୍ତି ହେଲେ ତାହା କେହି ସର୍ବସାଧାରଣରେ ଆଲୋଚନା କରନ୍ତି ନାହିଁ । ମୋ ସହିତ ମଧ୍ୟ ଏହି ସମାନ ଘଟଣା ଘଟିଛି, ଯେତେବେଳେ ମୁଁ ବହୁତ ଛୋଟ ଥିଲି ଆମ ସହରର ଜଣେ ବାଳକ ମୋତେ ଖରାପ ଉଦ୍ଦେଶ୍ୟରେ ସ୍ପର୍ଶ କରୁଥିଲା । କ’ଣ ଘଟୁଛି ସେତେବେଳେ ମୁଁ ବୁଝିପାରୁନଥିଲି । ସେ ମୋ ଠାରୁ ୩ ରୁ ୪ ବର୍ଷ ବଡ଼ ଥିଲା । ସେ ମୋତେ ପୋଷାକ କାଢ଼ିବାକୁ ମଧ୍ୟ କହୁଥିଲା ।’

ମୁନାୱାର୍‌ଙ୍କ ସଙ୍ଘର୍ଷମୟ କାହାଣୀ ଶୁଣି କଙ୍ଗନା ବି ତାଙ୍କ ଯନ୍ତ୍ରଣାଦାୟକ କାହାଣୀ ସେୟାର କରିଥିଲେ । ଫଳରେ ସେ ମୁନାୱାର୍‌ଙ୍କୁ କିଛିଟା ସାନ୍ତ୍ୱନା ଦେଇଥିଲେ ।

ଏନେଇ ସେ ମୁନାୱାର୍‌ଙ୍କୁ କହିଛନ୍ତି, ପୁରୁଷଙ୍କ ପାଇଁ ଯୌନ ଶୋଷଣ ଏକ ବଡ଼ କଳଙ୍କ । ତୁମେ ଏତେ ସାହସୀ ଯେ ଏହି ପ୍ଲାଟଫର୍ମରେ ତୁମେ ତୁମର ଅଭିଜ୍ଞତା ବାଣ୍ଟିଛ । ମୁଁ ଆଶା କରେ ଏହି ସମାନ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅନ୍ୟ ପିଲାମାନେ ମଧ୍ୟ ଆଗକୁ ଆସନ୍ତୁ ଏବଂ ଏହା ବିଷୟରେ କହିବା ସହ ଲୋକଙ୍କୁ ସଚେତନ କରାନ୍ତୁ’ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ‘ମୁନାୱାର୍ ଯେମିତି ନିଜ ସଙ୍ଘର୍ଷମୟ କାହାଣୀ ସେୟାର କରିଛନ୍ତି ସେହିପରି ସମସ୍ତେ ମଧ୍ୟ ନିଜସହ ଘଟିଥିବା କଷ୍ଟଦାୟକ ଘଟଣାକୁ ସେୟାର କରିବା ଆବଶ୍ୟକ । ଯାହା ଦ୍ୱାରା ସେମାନେ ଏହି ପରିସ୍ଥିତିର ମୁକାବିଲା କରିପାରିବେ ।