• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିକଟରେ କଙ୍ଗନାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ଆୱାର୍ଡ ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି ଅବସରରେ ସେ ଏକ ବଡ଼ ଖୁଲାସା କରିଛନ୍ତି । ନିଜର ଆଗାମୀ ବୈବାହିକ ଜୀବନ ବିଷୟରେ କଙ୍ଗନା ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ବିବାହ କରିବେ ଏବଂ ମା’ ହେବେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ‘ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛି’ । ଖୁବ୍‌ଶୀଘ୍ର ତାଙ୍କ ପାର୍ଟନର ବିଷୟରେ ଜଣାଇବେ ବୋଲି ମଧ୍ୟ କହିଛନ୍ତି ।

ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମର ପ୍ରଶ୍ନ ଥିଲା ଯେ, କଙ୍ଗନା ନିଜକୁ ଆଗାମୀ ୫ ବର୍ଷ ପରେ କେଉଁଠି ଦେଖିବାକୁ ଚାହାନ୍ତି । ଏହି ପ୍ରଶ୍ନର ଉତ୍ତରରେ ସେ ନିଜର ବିବାହ କଥା ଓ ମାଆ ହେବା କଥା କହିଥିଲେ । ସେ ନିଜକୁ ଆଗାମୀ ୫ ବର୍ଷ ପରେ ଜଣେ ମାଆ ଏବଂ ପତ୍ନୀ ଭାବେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି । ସେ ଏହି ସାକ୍ଷାତକାରରେ ନିଜ ପାର୍ଟନର ବିଷୟରେ ମଧ୍ୟ ସୁରାକ୍‌ ଦେଇଛନ୍ତି । ସେ କହିଛନ୍ତି, ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ବିବାହ କରିବାକୁ ଯାଉଛନ୍ତି ଯିଏ, ନୂଆ ଭାରତ ଗଠନରେ ସକ୍ରିୟ ଭାବେ କାମ କରୁଛନ୍ତି ।

କଙ୍ଗନା ରଣାୱତଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ, ସେ କଣ ପାଞ୍ଚ ବର୍ଷ ମଧ୍ୟରେ ମା ଏବଂ ପତ୍ନୀ ହେବା ନେଇ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି ? କଙ୍ଗନା ହସି ହସି କହିଥିଲେ ହଁ । ଏହାପରେ କଙ୍ଗନାଙ୍କୁ ତାଙ୍କ ସାଥୀ ବିଷୟରେ ପଚରାଯାଇଥିଲା, ସେ ଖୁବ୍‌ଶୀଘ୍ର ଏନେଇ ସୂଚନା ଦେବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କର ପ୍ରେମ ସମ୍ପର୍କରେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି । କିନ୍ତୁ ଅଧିକ ସୂଚନା ଦେବାକୁ ମନା କରିଦେଇଥିଲେ ।

କଙ୍ଗନା ରଣାୱତ ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏଭଳି ସମ୍ମାନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଜଣେ କଳାକାର ଭାବେ ଲୋକଙ୍କଠାରୁ ଖୁବ୍‌ ଭଲପାଇବା ଓ ସମ୍ମାନ ମିଳିଛି । ଏହି ଭିଡିଓରେ କଙ୍ଗନା ଆହୁରି କହିଛନ୍ତି, ଜୀବନରେ ପ୍ରଥମ ଥର ପାଇଁ, ମୁଁ ଜଣେ ଆଦର୍ଶ ନାଗରିକ ହେବାର ପୁରସ୍କାର ପାଇଛି । ଏହି ଦେଶରୁ ଏବଂ ଏହି ସରକାରଙ୍କ ନିକଟରେ ମୁଁ କୃତଜ୍ଞ । ଯେତେବେଳେ ମୁଁ ଅଳ୍ପ ବୟସରେ କ୍ୟାରିୟର୍ ଆରମ୍ଭ କରିଥିଲି ସେତେବେଳେ ମୁଁ ସଫଳତା ପାଇପାରି ନଥିଲି ।

ଶେଷରେ କଙ୍ଗନା ରଣାୱତ କହିଛନ୍ତି, ‘୮-୧୦ ବର୍ଷ ପରେ ଯେତେବେଳେ ମୁଁ ସଫଳତା ପାଇଲି, ସେତେବେଳେ ସଫଳତାକୁ ଉପଭୋଗ କରିନଥିଲି । କିନ୍ତୁ ମୁଁ ବଡ଼ ବଡ଼ ହିରୋଙ୍କ ସହ କାମ କରିବାକୁ ମନା କରିଥିଲି । ବଡ଼ ବଡ଼ ପ୍ରଡକ୍ସନ ହାଉସର କାମକୁ ଗ୍ରହଣ କରିନଥିଲି । ଯେଉଁଥିପାଇଁ ଅନେକ ଶତ୍ରୁ ଅର୍ଜନ କରିଥିଲି । ମୁଁ ଟଙ୍କା ଅପେକ୍ଷା ଅଧିକ ଶତ୍ରୁ ଅର୍ଜନ କରିଛି ।