Advertisment

ସାଉଥ୍‌ ସୁପର୍‌ଷ୍ଟାର୍‌ମାନେ ସେମାନଙ୍କର ସଂସ୍କୃତି ସହିତ ଜଡିତ : କଙ୍ଗନା ରାଣାୱତ୍

ସାଉଥ୍‌ ସୁପର୍‌ଷ୍ଟାର୍‌ଙ୍କ ପ୍ରତି କଙ୍ଗନାଙ୍କ କାହିଁକି ଏତେ ଭଲ ପାଇବା? ସେମାନଙ୍କୁ ପ୍ରଶଂସାରେ କାହିଁକି ପୋତି ପକଉଛନ୍ତି ସେ? ଆସନ୍ତୁ ଜାଣିବା ଏହା ପଛର କାହାଣୀ।

author-image
Pramod Behera
Kangana Ranaut praise for south superstars

Kangana Ranaut praise for south superstars

ସାଉଥ୍ ସୁପର୍‌ଷ୍ଟାର୍ ତଥା ‘ପୁଷ୍ପା: ଦି ରାଇଜ୍’ର ଅଲ୍ଲୁ ଅର୍ଜୁନ, ‘ଆର୍‌ଆର୍‌ଆର୍‌’ ଷ୍ଟାର୍ ଜୁନିୟର୍ ଏନ୍‌.ଟି.ଆର୍ KGF-2 ର ଫେମ୍ ୟଶ (ୟଶ କୁମାର) ଓ ରାମ ଚରଣ ଆଜିକାଲି ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛନ୍ତି। ଆମେ ଆପଣଙ୍କୁ ଏହା ପୂର୍ବରୁ କହିସାରିଛୁ ଯେ ସାଉଥ୍ ସିନେମା ବର୍ତ୍ତମାନ ବଲିଉଡ୍‌ରେ ହଇଚଇ ଖେଳଉଛି। କାରଣ ଦକ୍ଷିଣ ଭାରତୀୟ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି।

Advertisment

ଉତ୍ତର ଭାରତର ଲୋକମାନେ ସାଉଥ୍ ଫିଲ୍ମର ଡବଡ୍ ଭର୍ସନକୁ ବହୁତ ପସନ୍ଦ କରିବା ଆରମ୍ଭ କରିଛନ୍ତି ଏବଂ ବଲିଉଡ୍‌କୁ ଜୋରଦାର ଟ୍ରୋଲ୍‌ କରୁଛନ୍ତି। ନିକଟରେ ଅଭିନେତା ସଲମାନ ଖାନ ପଚାରିଥିଲେ ଯେ ଆମ ଏଠି ସାଉଥ୍ ଫିଲ୍ମ ଭଲ ଚାଲୁଥିଲେ ବି ସାଉଥ୍‌ରେ ହିନ୍ଦୀ ଫିଲ୍ମକୁ କାହିଁକି ପସନ୍ଦ କରାଯାଉନି। ତେବେ ବର୍ତ୍ତମାନ ବଲିଉଡ ପଙ୍ଗା ଗାର୍ଲ କଙ୍ଗନା ରାଣାୱତ୍ ସାଉଥ୍ ଷ୍ଟାର୍ସଙ୍କ ଉପରେ ପୁଣି ଥରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

କଙ୍ଗନା ସାଉଥ୍ ଅଭିନେତାମାନଙ୍କ ସଫଳତାକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଅଲ୍ଲୁ ଅର୍ଜୁନ, ରାମ ଚରଣ, ଜୁନିୟର୍ ଏନ୍‌ଟିଆର୍ ଓ ୟଶ୍‌ଙ୍କୁ ପ୍ରଶଂସା କରି ଏକ ନୋଟ୍ ଲେଖିଛନ୍ତି ଓ କୋଲାଜ୍ କରି ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି ଯେ 'ସାଉଥ୍‌ ସୁପର୍‌ଷ୍ଟାର୍‌ମାନେ ସେମାନଙ୍କର ସଂସ୍କୃତି ସହିତ ଜଡିତ ଏବଂ ସେମାନଙ୍କର ମୂଳ ବହୁତ ଗଭୀର। ତାଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମ ବ୍ୟତୀତ, ତାଙ୍କର ସତ୍ୟତା ହିଁ ଦର୍ଶକଙ୍କୁ ବାନ୍ଧି ରଖିଥାଏ।

Advertisment
Kangana Ranaut praise for south superstarsସାଉଥ୍‌ ସୁପର୍‌ଷ୍ଟାର୍‌ଙ୍କ ଉପରେ କଙ୍ଗନାଙ୍କ ମତ

ଅନ୍ୟ ଏକ ଇନଷ୍ଟାଗ୍ରାମର ଷ୍ଟୋରୀରେ ଅଭିନେତ୍ରୀ କେଜିଏଫ୍ ତାରକା ୟଶଙ୍କୁ ପ୍ରଶଂସା କରି ଲେଖିଛନ୍ତି, “ୟଶ୍‌ ହେଉଛନ୍ତି ଏଙ୍ଗ୍ରି ୟଙ୍ଗ ମ୍ୟାନ୍ ଯାହାଙ୍କୁ ଭାରତ ଅନେକ ଦଶନ୍ଧି ଧରି ଖୋଜୁଥିଲା। ସେ ସେହି ଶୂନ୍ୟସ୍ଥାନକୁ ପୂରଣ କରିଛନ୍ତି ଯାହାକୁ ୭୦ ବର୍ଷ ପୂର୍ବରୁ ଅମିତାଭ ବଚ୍ଚନ ଛାଡିଥିଲେ। ଖୁବ ବଢିଆ।” କହିବାକୁ ଗଲେ ଏହା ପୂର୍ବରୁ ମଧ୍ୟ କଙ୍ଗନା ଅନେକ ଥର ଦକ୍ଷିଣର୍‌ ଷ୍ଟାର୍‌ଡମ୍‌କୁ ପ୍ରଶଂସା କରିଥିବା ବେଳେ ବଲିଉଡ୍‌କୁ ଟାର୍ଗେଟ୍ କରିଛନ୍ତି।

ନିଜ କଥାକୁ ନେଇ କଙ୍ଗନା କହିଛନ୍ତି ଯେ “ଯେତେବେଳେ 'ଧାକଡ' ମୋ ପାଖକୁ ଆସିଲା, ମୁଁ ଖୁସି ହେଇଗଲି ଯେ ଜଣେ ମହିଳାଙ୍କୁ ହାର୍ଡକୋର ବ୍ୟବସାୟିକ ଫିଲ୍ମରେ ଆକ୍ସନ୍ ହିରୋଇନ୍ ଭାବରେ ଦେଖିବା ପାଇଁ କେହି ଜଣେ ସାହସ କରିଛନ୍ତି।” ତେବେ ଏହି ଫିଲ୍ମ ପାଇ ସେ ବହୁତ ଖୁସି ଅଛନ୍ତି ଏବଂ ବର୍ତ୍ତମାନ ଏହାକୁ ପ୍ରମୋଟ୍ କରୁଛନ୍ତି। କଙ୍ଗନାଙ୍କ ବ୍ୟତୀତ ଏହି ଫିଲ୍ମରେ ଶାଶ୍ୱତ ଚାଟାର୍ଜୀ, ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Kangana Ranaut Bollywood
Advertisment
Advertisment