Advertisment

କଙ୍ଗନାଙ୍କ ବୋଲ୍ଡ ଅବତାରକୁ ଟ୍ରୋଲ୍ କଲେ ପ୍ରଶଂସକ

କଙ୍ଗନା ରାଣାୱତ ପ୍ରାୟ ସମୟରେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ଦୁନିଆ ହେଉ ବା ସିନେ ଜଗତ ହେଉ ଚାରିଆଡେ ହଇଚଇ ଖେଳିଯାଏ। କିନ୍ତୁ, ବର୍ତ୍ତମାନର କଥା ହେଉଛି ଟିକିଏ ଭିନ୍ନ। ଏବେ କଙ୍ଗନା ରାଣାୱତ ଯେଉଁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତା’ ପଛରେ ନା ତାଙ୍କର ଚଳଚ୍ଚିତ୍ର ଅଛି ନା କୌଣସି ବିବୃତ୍ତି ଅଛି। ନିକଟରେ କଙ୍ଗନା ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ବହୁତ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି କାରଣରୁ ସୋସିଆଲ ମିଡିଆ ଉପମୋକ୍ତାମାନେ କଙ୍ଗନାକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
କଙ୍ଗନାଙ୍କ ବୋଲ୍ଡ ଅବତାରକୁ ଟ୍ରୋଲ୍ କଲେ ପ୍ରଶଂସକ

Kangana Ranaut

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଯିଏକି ପଙ୍ଗାଗାର୍ଲ ଭାବେ ବେଶ ଜଣାଶୁଣା ତାଙ୍କ ଅଭିନୟକୁ ନେଇ ଯେତିକି ଲୋକପ୍ରିୟ, ନିଜର ମତ ମନ୍ତବ୍ୟ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଏହି ଅଭିନେତ୍ରୀ ପ୍ରାୟ ସମୟରେ ଏମିତି କିଛି କହିଦିଅନ୍ତି ଯାହାକୁ ନେଇ ରାଜନୀତି ଦୁନିଆ ହେଉ ବା ସିନେ ଜଗତ ହେଉ ଚାରିଆଡେ ହଇଚଇ ଖେଳିଯାଏ। କିନ୍ତୁ, ବର୍ତ୍ତମାନର କଥା ହେଉଛି ଟିକିଏ ଭିନ୍ନ। ଏବେ କଙ୍ଗନା ରାଣାୱତ ଯେଉଁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ତା’ ପଛରେ ନା ତାଙ୍କର ଚଳଚ୍ଚିତ୍ର ଅଛି ନା କୌଣସି ବିବୃତ୍ତି ଅଛି। ନିକଟରେ କଙ୍ଗନା ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ବହୁତ ବୋଲ୍ଡ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି କାରଣରୁ ସୋସିଆଲ ମିଡିଆ ଉପମୋକ୍ତାମାନେ କଙ୍ଗନାକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି।

Advertisment
କଙ୍ଗନାଙ୍କ ବୋଲ୍ଡ ଅବତାର

କଙ୍ଗନା ରାଣାୱତଙ୍କ ଏହି ଫଟୋର ପଛରେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖାଯାଉଛି। ଏହି ଅଭିନେତ୍ରୀ କୌଣସି ଏକ ହ୍ରଦ କୂଳରେ ଠିଆ ହୋଇଛନ୍ତି। ଏହି ଫଟୋରେ କଙ୍ଗନାଙ୍କୁ ଏକ ଧଳା ରଙ୍ଗର ବ୍ରାଲେଟ୍ ଏବଂ ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ସେ ନିଜ ଲୁକ୍‌କୁ ସେଜ୍ଜେଇବା ନେଇ ଏକ ବନ୍ ପିନ୍ଧିତ୍ତିବା ବେଳେ ବେକରେ ଏକ ସୁନା ଚେନ୍ ପକେଇଛନ୍ତି। ଫଟୋରେ କଙ୍ଗନା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଗାଲିବଙ୍କ ଏକ କବିତା ଉଦ୍ଧାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି- “ପ୍ରେମରେ କୌଣସି ପାର୍ଥକ୍ୟ ନାହିଁ ବଞ୍ଚିବା ଓ ମରିବା ଭିତରେ, ତାକୁ ଦେଖି କି ହିଁ ଜୀଇଯାଏ ଯାହାର ବିଶ୍ୱାସଘାତକତା ଦେଖାଯାଏ।”

Advertisment

ଦୀର୍ଘ ସମୟ ପରେ, ତାଙ୍କ ପ୍ରଶଂସକମାନେ ମଧ୍ୟ କଙ୍ଗନା ରାଣାୱତର ବୋଲ୍ଡ ଅବତାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନ କଙ୍ଗନା ତାଙ୍କର ଏହି ସୁପର ବୋଲ୍ଡ ଅବତାରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। କେହି କେହି ଅଭିନେତ୍ରୀଙ୍କ ଏହି ଲୁକ୍‌କୁ ପସନ୍ଦ କରୁଥିବାବେଳେ କିଛି ଉପଭୋକ୍ତା କଙ୍ଗନାଙ୍କ ବୋଲ୍ଡ ଅବତାରକୁ ନାପସନ୍ଦ କରିଛନ୍ତି। ଉପଭୋକ୍ତାମାନେ କହିଛନ୍ତି ଯେ ସେ ପ୍ରାୟତଃ ପୋଷାକକୁ ନେଇ ଅନ୍ୟ ତାରକାମାନଙ୍କୁ ପରାମର୍ଶ ଦିଅନ୍ତି ନିଜେ ବ୍ରାଲେଟ୍ ପିନ୍ଧି ପୋଜ୍ ଦେଇଛନ୍ତି। ଏଭଳି କହି କିଛି ଉପଭୋକ୍ତା ଅଭିନେତ୍ରୀଙ୍କୁ ଟ୍ରୋଲ୍‌ କରୁଛନ୍ତି।

କଙ୍ଗନାଙ୍କ ବୋଲ୍ଡ ଅବତାର

ଅଭିନେତ୍ରୀଙ୍କ ଏହି ଫଟୋ ଉପରେ ଉପଭୋକ୍ତାମାନେ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ “ଆପଣଙ୍କ ଠାରୁ ଏଭଳି ଆଶା ନ ଥିଲା ଯେ କଙ୍ଗନା ଏତେ ଅଶାଳୀନ ପୋଷାକ ପିନ୍ଧିବେ।” ସେହିଭଳି ଆଉ ଜଣେ ଲେଖିଛନ୍ତି- “ଆପଣ ନିଜେ ଅନ୍ୟମାନଙ୍କ ପୋଷ୍ଟରେ ମତ ଦିଅନ୍ତି, ଆପଣ ଏହି ପୋଷ୍ଟ୍‌ ଅପ୍‌ଲୋଡ୍ କରିବା ବେଳେ ଟିକେ ଚିନ୍ତା କଲେନି।” ଆଉ ଜଣେ ଉପଭୋକ୍ତା ମଧ୍ୟ ଟ୍ରୋଲ୍ କରି ଲେଖିଛନ୍ତି ଯେ- “ଯେତେବେଳେ ଆପଣ ନିଜ ଛବିକୁ ସନାତନରେ ବିଶ୍ୱାସ ରଖୁଥିବା ଜଣେ ସଭ୍ୟ ମହିଳା ଭାବରେ ତିଆରି କରିଛନ୍ତି, ତେବେ ପୁଣି ଏ ସବୁ କ’ଣ? ଏଭଳି ଦୁଇଟି ଚେହେରା କାହା ପାଇଁ ଖରାପ ହୋଇଥାଏ।

ଆଜିକାଲି କଙ୍ଗନା ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ କହିଥିଲେ ଯେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧାକଡ'ର ସୁଟିଂ ଶେଷ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ରାପ୍ ପାର୍ଟିର ଫଟୋ ମଧ୍ୟ ପୋଷ୍ଟ୍‌ କରିଥିଲେ ଏବଂ ସୁଟିଂ ଶେଷ ହେବା ପରେ ଏକ ଭାବପ୍ରବଣ ପୋଷ୍ଟ୍‌ ମଧ୍ୟ ଲେଖିଥିଲେ। ଏହି ଚଳଚ୍ଚିତ୍ରରେ କଙ୍ଗନା ପୁଣି ଏକ ଆକ୍ସନ୍ ଅବତାରରେ ନଜର ଆସିବେ।

Kangana Ranaut Bollywood
Advertisment
Advertisment