Advertisment

ବିବାଦୀୟ ଟ୍ୱିଟ୍ ପାଇଁ ଗିରଫ ହେଲେ KRK, ୧୪ ଦିନ ଖାଇବେ ଜେଲ୍ ହାୱା

ଅଡୁଆରେ ପଡିଲେ KRK। ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଫସିଯାଇଛନ୍ତି। ମୁମ୍ବାଇ ପୋଲିସ୍ ତାଙ୍କୁ ଗିରଫ କରିଛି। ଏବେ ୧୪ ଦିନ ଖାଇବେ ଜେଲ୍ ହାୱା। ଜାଣନ୍ତୁ ସେ କ’ଣ ଟ୍ୱିଟ୍ କରିଥିଲେ।

author-image
Pramod Behera
Kamal Rashid Khan arrested by Mumbai police for his controversy twit

Kamal Rashid Khan arrested by Mumbai police for his controversy twit

ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ଚଳଚ୍ଚିତ୍ର ସମାଲୋଚକ କମଲ ଆର୍‌ ଖାନ୍‌ (KRK) କୁ ମୁମ୍ବାଇ ପୋଲିସ ଗିରଫ କରିଛି। ୨୦୨୦ ମସିହାର ଏକ ବିବାଦୀୟ ଟ୍ୟୁଟ୍‌କୁ ନେଇ ମୁମ୍ବାଇ ପୋଲିସ KRK କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବୋରିଭଲୀ କୋର୍ଟକୁ ନିଆଯାଇଥିଲା। ଏଠାରେ ବିବାଦୀୟ ଟ୍ୟୁଟ୍ ମାମଲା ସମ୍ପର୍କରେ ଶୁଣାଣି ହୋଇଥିଲା। ଶୁଣାଣି ପରେ କୋର୍ଟ KRKକୁ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ପଠାଇଛନ୍ତି। ତେବେ କେଆର୍‌କେ କୋର୍ଟରେ ଜାମିନ ଆବେଦନ କରିଛନ୍ତି।

Advertisment

KRK ଗିରଫ ହେବା ପରେ ଡିସିପି ବିଶାଲ ଠାକୁର ଏକ ବିବୃତ୍ତିରେ କହିଛନ୍ତି ଯେ ଆଇଟି ଆକ୍ଟ ଅନୁଯାୟୀ KRK କୁ ଗିରଫ କରାଯାଇଛି ଏବଂ ପୋଲିସ ତାଙ୍କୁ ବହୁ ବର୍ଷ ଧରି ତାଙ୍କୁ ଖୋଜୁଥିଲା। ମୁମ୍ବାଇ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।

ଡିସିପି ବିଶାଲ ଠାକୁର ତାଙ୍କ ବିବୃତ୍ତିରେ କହିଛନ୍ତି, “କମଲ ଆର୍‌ ଖାନ୍‌ଙ୍କ ବିରୋଧରେ ୨୦୨୦ରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। KRK ଙ୍କ ଏହି ଗିରଫ ଆଇଟି ଆକ୍ଟ ଅନୁଯାୟୀ କରାଯାଇଛି। ବହୁ ବର୍ଷ ଧରି ପୋଲିସ KRKଙ୍କୁ ଖୋଜୁଥିଲା। ସେ ଗତକାଲି ଅବତରଣ କଲେ ଏବଂ ତାଙ୍କୁ ତୁରନ୍ତ ଗିରଫ କରାଗଲା। ବର୍ତ୍ତମାନ ତାଙ୍କୁ କୋର୍ଟରେ ହାଜର କରାଯିବ।”

Advertisment

ବିଶାଲ ଠାକୁର ଆହୁରି କହିଛନ୍ତି, “କମଲ ଆର୍‌ ଖାନ୍‌ ଭାରତ ବାହାରେ ଥିଲେ ତେଣୁ ଆମେ ଲୁକ୍‌ ଆଉଟ୍ ସର୍କୁଲାର (LoC) ଜାରି କରିଥିଲୁ। ଗତକାଲି ସେ ଭାରତ ଆସିବାରୁ ଆମେ ତାଙ୍କୁ ଗିରଫ କରିଥିଲୁ। ଆମେ ଆଇପିସିର ଧାରା ଏବଂ ଆଇଟି ଆକ୍ଟ ୬୭ ଅନୁଯାୟୀ ଗିରିଫ କରିଛୁ। ବିବାଦୀୟ ଟ୍ୱିଟ୍‌କୁ ନେଇ ଆମେ ଏକ ମାମଲା ପଞ୍ଜିକରଣ କରିଛୁ।”

ପ୍ରକାଶଥାଉ ଯେ କମଲ ଆର୍‌ ଖାନ ନିଜ ବିବାଦୀୟ ବୟାନକୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି। ସେ ବଲିଉଡ୍‌ର ଆଗଧାଡିର ତାରକା ଏବଂ ବଡ ବଡ ଫିଲ୍ମକୁ ନେଇ ବିବାଦୀୟ ଟ୍ୱିଟ୍ କରନ୍ତି। ଫିଲ୍ମଗୁଡିକର ସମୀକ୍ଷା କରି ଅନେକ ସମୟରେ ବିବାଦୀୟ ବିବୃତ୍ତି ନେଇ ସେ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି।

୨୦୨୦ ମସିହାରେ, KRK ଦୁଇ ଦିବଂଗତ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଉଭୟଙ୍କ ମୃତ୍ୟୁ ପରେ KRK ଲେଖିଥିଲେ, “ମୁଁ ଗମ୍ଭୀର ଭାବରେ କହିବାକୁ ଚାହେଁ ଯେ ମୁଁ କିଛି ଦିନ ପୂର୍ବରୁ କହିଥିଲି ଯେ କରୋନା ସେ ପର୍ଯ୍ୟନ୍ତ ଯିବନି ଯେ ପର୍ଯ୍ୟନ୍ତ କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସାଙ୍ଗରେ ନ ନେଇଛି।”

୨୦୨୦ରେ କମଲଙ୍କ ଉପରେ ତାଙ୍କର ଏହି ଟ୍ୟୁଟ୍ ପରେ ଯୁବ ସେନାର କୋର୍ କମିଟି ମଲାଡ୍‌ ପୋଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ଦାଖଲ କରିଥିଲା। କମିଟି ସଦସ୍ୟ ରାହୁଲ କନଲ ଅଭିଯୋଗ କରିଥିଲେ ଯେ କମଲ ଦିବଂଗତ ଅଭିନେତା ଇର୍‌ଫାନ୍‌ ଖାନ୍‌ ଏବଂ ଋଷି କପୁରଙ୍କୁ ନେଇ ଆପତ୍ତିଜନକ ଟ୍ୱିଟ୍‌ କରିଛନ୍ତି। ଏହି ମାମଲାରେ ପୋଲିସ କମଲଙ୍କ ବିରୋଧରେ ଧାରା ୨୯୪ ଅନୁଯାୟୀ ମାମଲା ରୁଜୁ କରିଥିଲା।

ସେ ପ୍ରାୟତଃ ନିଜର ବିବାଦୀୟ ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ରୁହନ୍ତି। KRK ସବୁବେଳେ ଯେକୌଣସି ଫିଲ୍ମ ଓ ଅଭିନେତାଙ୍କୁ ନେଇ ମନ୍ତବ୍ୟ ଦେଇଥାନ୍ତି। ସେ ବେପରୁଆ ଭାବେ ସବୁବେଳେ ବଲିଉଡ୍‌କୁ ଟାର୍ଗେଟ୍‌ କରିଚାଲିଛନ୍ତି। କେବଳ ଏତିକି ନୁହେଁ ସେ ଆମୀର ଖାନ, ସଲମାନ ଖାନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ମଧ୍ୟ ଖରାପ ଭାବେ ଚିତ୍ରିତ କହିଛନ୍ତି।

ଏହାପୂର୍ବରୁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ଦାଖଲ କରାଯାଇଛି। ବଲିଉଡ୍‌ର ଦବଙ୍ଗ ଖାନ ତାଙ୍କ ବିରୋଧରେ ମାମଲା ମକଦ୍ଦମା ଦେଇଥିଲେ। ସଲମାନ ଖାନଙ୍କ ଫିଲ୍ମ ‘ରାଧେ’କୁ ନେଇ KRK ଏକ ନକାରାତ୍ମକ ସମୀକ୍ଷା ଦେଇଥିଲେ। କେବଳ ଏତିକି ନୁହେଁ, ସେ ଅଭିନେତାଙ୍କ ଉପରେ ବ୍ୟକ୍ତିଗତ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏହାକୁ ନେଇ ଦବଙ୍ଗ ଖାନ ତାଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ।

ନିକଟରେ ମୁକ୍ତିଲାଭ କରିଥିବା ଆମୀର ଖାନଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଡ୍‌ଢା’ ଉପରେ ମଧ୍ୟ KRK ଏକ ନକାରାତ୍ମକ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ସେ ଆମୀର ଖାନଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। କମଲ ଆର୍‌ ଖାନ୍‌ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ୨୦୦୫ ମସିହାର ଫିଲ୍ମ 'ସୀତମ୍' ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

Controversy Heats Up KRK Bollywood
Advertisment
Advertisment