/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672054857.jpg)
Kamal haasan give controversial statement on hindi language
ହିନ୍ଦୀ ଏବଂ ତାମିଲ ଭାଷା ମଧ୍ୟରେ ବିବାଦ ନୂଆ ନୁହେଁ। ସମୟ ସମୟରେ ତାମିଲ ଭାଷାଭାଷୀ ଲୋକମାନେ ହିନ୍ଦୀକୁ ସେମାନଙ୍କ ଉପରେ ଜବରଦସ୍ତ ଲଗାଯାଉଥିବା ଅଭିଯୋଗ କରିଆସୁଛନ୍ତି। ଦକ୍ଷିଣ ଭାରତରେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ଏହି କ୍ରମରେ ଦକ୍ଷିଣ ସୁପରଷ୍ଟାର କମଲ ହାସନ ପୁଣି ଥରେ ହିନ୍ଦୀ ଭାଷା ଉପରେ ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ସାଉଥ୍ରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଚିହ୍ନ ଛାଡିଥିବା ସୁପର୍ଷ୍ଟାର୍ କମଲ ହାସନ ନିଜର ଦମଦାର ଅଭିନୟ ଓ ମୁହଁ ଖୋଲା ଜବାବ ପାଇଁ ଜଣାଶୁଣା। ନିକଟରେ କମଲ ହାସନ ଏଭଳି ଏକ ବିବାଦୀୟ ମତ ଦେଇ ପୁଣିଥରେ ଭାଷା ବିବାଦ ପ୍ରସଙ୍ଗ ଉଠାଇଛନ୍ତି। ଯେତେବେଳେ ସେ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ ସେତେବେଳେ ସେ ଏହି ମତ ଦେଇଛନ୍ତି।
କେରଳ ସାଂସଦ ଜନ୍ ବ୍ରିଟାସ୍ଙ୍କ ଟ୍ୱିଟ୍କୁ ରିଟ୍ୱିଟ୍ କରିବାବେଳେ କମଲ ହାସନ ତାମିଲ ଭାଷାରେ ଏହି ପୋଷ୍ଟ୍ ଶେୟାର କରି ଲେଖିଛନ୍ତି ଯେ ମାତୃଭାଷା ଆମର ଜନ୍ମଗତ ଅଧିକାର। ଅନ୍ୟ ଭାଷା କହିବା ଏବଂ ଶିଖିବା ଏହା ଏକ ବ୍ୟକ୍ତିଗତ ପସନ୍ଦ। ଅନ୍ୟମାନଙ୍କ ଉପରେ ହିନ୍ଦୀକୁ ଜବରଦସ୍ତ କରିବା ମୂର୍ଖାମୀ। ଯେତିକି ଲାଗୁ ହୋଇଛି ତାହାକୁ ବିରୋଧ କରାଯିବ।
ପ୍ରକାଶଥାଉ ଯେ କମଲଙ୍କ ସମସ୍ତ ଟ୍ୱିଟ୍ ତାମିଲ ଭାଷାରେ ଅଛି। ସିପିଆଇଏମ୍ ସାଂସଦ ଜନ୍ ବ୍ରିଟାସ୍ ତାଙ୍କର ଏକ ଭିଡିଓ ଟ୍ୱିଟ୍ କରି କ୍ୟାପସନ୍ରେ ଲେଖିଛନ୍ତି, “ହିନ୍ଦୀକୁ ବାଧ୍ୟବାଧକତା କରିବାର ଆପଣମାନଙ୍କ ନିଷ୍ଠୁର ଉଦ୍ଦେଶ୍ୟ ଏହି ଦେଶକୁ ଧ୍ୱଂସ କରିବ। ଯଦି ସୁନ୍ଦର ପିଚାଇ ଆଇଆଇଟିରେ ହିନ୍ଦୀରେ ପରୀକ୍ଷା ଦେଇଥାନ୍ତେ, ତେବେ ସେ ଗୁଗୁଲର ଶୀର୍ଷ ପଦରେ ରହିଥାନ୍ତେ କି?”
ஹிந்தியை திணிக்கும் உங்களின் கேவலமான வடிவமைப்பு இந்த நாட்டை சீரழித்து விடும். ஐஐடியில் ஹிந்தியில் தேர்வு எழுத வேண்டும் என்றால், கூகுளின் தலைமைப் பொறுப்பில் சுந்தர் பிச்சை இருந்திருக்க முடியுமா?@mkstalin@ptrmadurai@Udhaystalin@KanimozhiDMK@dmk_raja@ikamalhaasan@arrahmanpic.twitter.com/o8zyzzS6zR
— John Brittas (@JohnBrittas) December 25, 2022
இதையே கேரளமும் பிரதிபலிக்கின்றது என்பது பாதி இந்தியாவிற்கான சோற்றுப் பதம். பொங்கல் வருகிறது எச்சரிக்கை. ஓ! Sorry உங்களுக்குப் புரிவதற்காக “ஜாக்த்தே ரஹோ” https://t.co/HLIcAHSpnb
— Kamal Haasan (@ikamalhaasan) December 25, 2022
ସେହିପରି କମଲ ହାସନ ତାଙ୍କ ଦ୍ୱିତୀୟ ଟ୍ୱିଟ୍ରେ ଚେତାବନୀ ଦେଇ ଲେଖିଛନ୍ତି ଯେ “କେରଳରେ ମଧ୍ୟ ସମାନ କଥା ସ୍ପଷ୍ଟ ଦେଖାଯାଉଛି। ଭାରତର ଅଧା ଭାଗରେ ଏହା କୁହାଯାଇଛି। ସାବଧାନ ରୁହନ୍ତୁ ପୋଙ୍ଗଲ ଆସୁଛି! ଓହଃ… କ୍ଷମା କର, ଆପଣ ଏହାକୁ ସହଜରେ ବୁଝିଯାଉଥିବେ, ଏଥିପାଇଁ ଜାଗ୍ରତ ରୁହନ୍ତୁ…।”
କମଲ ହାସନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡା ଯାତ୍ରାରେ ଯୋଗ ଦେଇଥିଲେ। ଏହା ପରେ ସେ ଦିଲ୍ଲୀରେ ଏକ ସଭାରେ ସମ୍ବୋଧିତ କରିଥିଲେ। କମଲ ହାସନ ସେହି ଭାଷଣକୁ ତାମିଲ ଭାଷାରେ ହିଁ ଦେଇଥିଲେ। ବର୍ତ୍ତମାନ ଏହା ଦେଖିବାକୁ କୌତୁହଳପ୍ରଦ ଯେ ଭାରତ ଯୋଡୋ ଯାତ୍ରାରେ ଯୋଗଦେବା ପରେ କମଲ ହାସନ ଏହିପରି ଟ୍ୱିଟ୍ କରି କେଉଁ ସଙ୍କେତ ଦେବାକୁ ଚାହୁଁଛନ୍ତି?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)