Advertisment

ଅଡୁଆରେ ‘କଲ୍‌କୀ ୨୮୯୮ ଏଡି’; ଡିଜାଇନ୍ ଚୋରି ହୋଇଥିବା ଅଭିଯୋଗ

‘କଲ୍‌କୀ ୨୮୯୮ ଏଡି’ର ନିର୍ମାତାଙ୍କ ପାଇଁ ଏକ ବଡ ସମସ୍ୟା ଉପୁଜିଛି। ଦକ୍ଷିଣ କୋରିଆର କନ୍‌ସେପ୍ଟ କଳାକାର ନିର୍ମାତାଙ୍କୁ ତାଙ୍କ ଡିଜାଇନ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। ପ୍ରମାଣ ପାଇଁ ଏକ ଫଟୋ ମଧ୍ୟ ଶେୟାର କରାଯାଇଛି, ଯାହା ପରେ ଲୋକମାନେ ତାଙ୍କୁ ଏକ କେସ୍ କରିବାକୁ ପରାମର୍ଶ ଦେଉଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Kalki 2898ad in trouble before release

Kalki 2898ad in trouble before release

ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସ ବଲିଉଡ୍ ମେଗାଷ୍ଟାର୍ ଅମିତାଭଙ୍କ ‘କଲ୍‌କୀ ୨୮୯୮ ଏଡି’ ଜୁନ୍ ୨୭ରେ ରିଲିଜ୍ ହେବାକୁ ପ୍ରସ୍ତୁତ। ଏହାର ନିର୍ମାତା ଟ୍ରେଲର ଶେୟାର କରି ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛନ୍ତି। ବର୍ତ୍ତମାନ ଏହକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି। ଅନେକ ଲୋକ ଏହାକୁ ହଲିଉଡ୍ ଚଳଚ୍ଚିତ୍ର ‘ଡୁନ୍ ଆଣ୍ଡ୍ ମ୍ୟାଡ୍ ମ୍ୟାକ୍ସ ଫ୍ୟୁରି ରୋଡ୍’ ସହିତ ତୁଳନା କରିଛନ୍ତି।

Advertisment

ଏହାକୁ ନିଏ ବର୍ତ୍ତମାନ ଫିଲ୍ମର ନିର୍ମାତାଙ୍କ ପାଇଁ ଏକ ବଡ ସମସ୍ୟା ଉପୁଜିଛି, କାରଣ ଦକ୍ଷିଣ କୋରିଆର କନ୍‌ସେପ୍ଟ କଳାକାର ନିର୍ମାତାଙ୍କୁ ଏହି ଡିଜାଇନ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। ପ୍ରମାଣ ପାଇଁ ଏକ ଫଟୋ ମଧ୍ୟ ଶେୟାର କରାଯାଇଛି, ଯାହା ପରେ ଲୋକମାନେ ତାଙ୍କୁ ଏକ ମାମଲା ଦାୟର କରିବାକୁ ପରାମର୍ଶ ଦେଉଥିବା ଦେଖାଯାଏ।

ସମ୍ପ୍ରତି ଦକ୍ଷିଣ କୋରିଆର କନ୍‌ସେପ୍ଟ ଚିତ୍ରକାର ତଥା ଡିଜାଇନର୍ ସୁଙ୍ଗ୍ ଚୋଇ, ‘କଲ୍‌କୀ ୨୮୯୮ ଏଡି’ ନିର୍ମାତାଙ୍କୁ ତାଙ୍କ ଆର୍ଟ ୱାର୍କର ନକଲ କରିଥିବା ଅଭିଯୋଗ କରିଛନ୍ତି।

Advertisment

ସୁଙ୍ଗ୍ ଚୋଇ ସୋସିଆଲ ମିଡିଆରେ ଏକ କୋଲାଜ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଆର୍ଟ ୱାର୍କ ଏବଂ ଫିଲ୍ମର ଟ୍ରେଲରର ଏକ ଫଟୋ ଅନ୍ତର୍ଭୁକ୍ତ ହୋଇଛି। ଏଥିରେ ସେ କହିଛନ୍ତି, "କଳାକୃତିର ଅନଧିକୃତ ବ୍ୟବହାର ଏକ ଭୁଲ ପ୍ରଥା। ଏହା ମୋତେ ଏହି ବିଶୃଙ୍ଖଳିତ ପରିବେଶରେ କଳା କରିବା ଉପରେ ପ୍ରଶ୍ନ ଉଠାଉଛି।" ଏହା ସହିତ ସେ ନିର୍ମାତାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

Kalki 2898ad in trouble before releaseଡିଜାଇନର୍ ସୁଙ୍ଗ୍ ଚୋଇ, ‘କଲ୍‌କୀ ୨୮୯୮ ଏଡି’ ନିର୍ମାତାଙ୍କୁ ତାଙ୍କ ଆର୍ଟ ୱାର୍କର ନକଲ କରିଥିବା ଅଭିଯୋଗ କରିଛନ୍ତି

ଏଥିରେ ଥିବା ଫଟୋ ଦର୍ଶାଏ ଯେ ମୂଳ ଚିତ୍ର ଦଶ ବର୍ଷ ପୂର୍ବେ ସେମାନଙ୍କ ୱେବସାଇଟ୍ ଆର୍ଟ ଷ୍ଟେସନ୍‌ରେ ପ୍ରକାଶିତ ହୋଇଥିଲା। ଯେଉଁଠାରେ ‘କଲ୍‌କୀ ୨୮୯୮ ଏଡି’ ର ଟ୍ରେଲର ନିକଟରେ ରିଲିଜ୍ ହୋଇଛି। ଜଣେ ଲେଖିଛନ୍ତି - ଦୟାକରି ତାଙ୍କ ଉପରେ କେସ୍ କରାଯାଉ, ମୁଁ ଗୁଗୁଲରେ ପଢିଥିଲି ଯେ ସେ ପ୍ରଭାସଙ୍କ ଲୁକ୍ ଲିକ୍ ପାଇଁ VFX କମ୍ପାନୀ ବିରୁଦ୍ଧରେ କେସ୍ କରିଥିଲେ, ଯଦି ସେମାନେ କେସ କରିପାରିବେ, ତେବେ ଆପଣ ମଧ୍ୟ ଏହା କରିବା ଉଚିତ।

ଆଉ ଜଣେ ଲେଖିଛନ୍ତି, “ମୁଁ ଆଶା କରୁଛି ଯଦି ସମ୍ଭବ ତେବେ ଆପଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ଭୟଙ୍କର ଅଟେ।”

Prabhas South Indian Films
Advertisment
Advertisment