/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721652892.jpg)
Kalki 2898 ad team gets legal notice for allegedly hurting hindu sentiments
ପ୍ରଭାସ ଏବଂ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମ 'କଳ୍କୀ ୨୮୯୮ ଏଡି' ପୁଣି ବିବାଦରେ। ନିର୍ମାତା ଏବଂ ଅଭିନେତାମାନଙ୍କୁ ଏକ ଆଇନଗତ ନୋଟିସ୍ ପଠାଯାଇଛି। ନୋଟିସ୍ ପଠାଇଥିବା ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ ଏହି ଫିଲ୍ମଟି ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।
ANI ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ଏହି ଫିଲ୍ମ ଶାସ୍ତ୍ର ବିରୁଦ୍ଧ ଅଟେ। ସେ ନିର୍ମାତାଙ୍କ ସହିତ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କୁ ମଧ୍ୟ ନୋଟିସ୍ ପଠାଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, "ଭାରତ ହେଉଛି ଭାବନା, ବିଶ୍ୱାସ ଏବଂ ଭକ୍ତିର ଦେଶ। ସନାତନ ଧର୍ମର ମୂଲ୍ୟବୋଧକୁ ବଦଳାଇବା ଉଚିତ ନୁହେଁ। ସନାତନ ଧର୍ମର ଶାସ୍ତ୍ର ପରିବର୍ତ୍ତନ କରାଯିବା ଉଚିତ ନୁହେଁ। ଭଗବାନ କଳ୍କୀ ନାରାୟଣ ଆମର ବିଶ୍ୱାସର କେନ୍ଦ୍ରରେ ଅଛନ୍ତି। ତାଙ୍କୁ ଭଗବାନ ବିଷ୍ଣୁଙ୍କ ଶେଷ ଅବତାର ଭାବେ ବିବେଚନା କରାଯାଏ।"
चंद पैसों के लिए शास्त्रों से खिलवाड़ मत करो: श्री कल्कि पीठाधीश्वर @AcharyaPramodk जी महाराज.https://t.co/6TVujgw8Qy
— Office Of Acharya Pramod Krishnam (@OfficeOfAPK) July 21, 2024
ସେ କହିଛନ୍ତି, "ଏହି ଫିଲ୍ମ ଆମର ଧାର୍ମିକ ଶାସ୍ତ୍ରରେ ଯାହା କୁହାଯାଇଛି ତାହା ବିପରୀତ ଅଟେ। ଏହି ଫିଲ୍ମ ଆମର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଛି। ତେଣୁ ଆମେ କିଛି ଆପତ୍ତି ଉଠାଇଛୁ ଏବଂ ଏହାର ଉତ୍ତରକୁ ଅପେକ୍ଷା କରିଛୁ। ହିନ୍ଦୁମାନଙ୍କ ଭାବନା ସହ ଖେଳିବା ଫିଲ୍ମ ନିର୍ମାତାଙ୍କ ଅଭ୍ୟାସ ହୋଇଗଲାଣି। ସନ୍ଥମାନଙ୍କୁ ରାକ୍ଷସ ରୂପରେ ଦେଖାଯାଉଛି। ଅଭିବ୍ୟକ୍ତିର ସ୍ୱାଧୀନତାର ମାନେ ନୁହେଁ ଯେ ଆପଣ ଆମ ବିଶ୍ୱାସ ସହିତ ଖେଳିବେ।”
ଆଚାର୍ଯ୍ୟ ପ୍ରମୋଦଙ୍କ ଆଇନଗତ ନୋଟିସ୍ ଭାରତର ସୁପ୍ରିମକୋର୍ଟର ଓକିଲ ଉଜ୍ଜ୍ୱଲ ଆନନ୍ଦ ଶର୍ମାଙ୍କ ଦ୍ୱାରା ପଠାଯାଇଛି। ନୋଟିସ୍ରେ ଆହୁରି ଲେଖାଅଛି ଯେ “ଆପଣଙ୍କ ଫିଲ୍ମ ଭଗବାନ କଳ୍କୀଙ୍କ ବିଷୟରେ ଥିବା ମୌଳିକ ଧାରଣାକୁ ବଦଳାଇ ଦେଇଛି। ଭଗବାନ କଳ୍କୀଙ୍କ କାହାଣୀ ଯାହା ହିନ୍ଦୁ ପୁରାଣ ଗ୍ରନ୍ଥଗୁଡ଼ିକରେ ଲେଖାଯାଇଛି ଏବଂ କୁହାଯାଇଛି ତାହାର ଦୃଶ୍ୟପଟ୍ଟକୁ ସଂପୂର୍ଣ୍ଣ ଭୁଲ୍ କରାଯାଇଛି ଏବଂ ଏହି ପବିତ୍ର ଗ୍ରନ୍ଥର ଅସମ୍ମାନ କରାଯାଇଛି।”
अमिताभ बच्चन को भेजा गया लीगल नोटिस !
हिन्दुओ की भावनाओं के साथ खिलवाड़ बंद करें फ़िल्म बनाने वाले।
आचार्य प्रमोद कृष्णम ने फ़िल्म कल्कि के मेकर्स को भेजा लीगल नोटिस।
फिल्म में तथ्यों को तोड़-मरोड़ कर दिखाया गया है, फिल्म के कुछ दृश्य हैं जो हिन्दुओ की भावना को आहत करते हैं।… pic.twitter.com/3EesTybm6L
— Panchjanya (@epanchjanya) July 21, 2024
A post shared by Amitabh Bachchan (@amitabhbachchan)
ତେବେ ଫିଲ୍ମ 'କଳ୍କୀ ୨୮୯୮ ଏଡି' ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏକ ସାଇ-ଫାଇ ଆକ୍ସନ୍ ଆଡ୍ଭେଞ୍ଚର୍। ମେଗା-ବଜେଟ୍ର ଏହି ଫିଲ୍ମ ହେଉଛି ସାଇନ୍ସ-ଫିକ୍ସନ୍ ଏବଂ ଭାରତୀୟ ପୁରାଣର ମିଶ୍ରଣ। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ମୁଖ୍ୟ ଭୂମିକାରେ ଥିବାବେଳେ ଶୋଭନା, ପଶୁପତି, ଶାଶ୍ୱତ ଚାଟାର୍ଜୀ, ଅନ୍ନା ବେନ, ଦିଶା ପାଟନୀ ଏବଂ ବ୍ରାହ୍ମାନନ୍ଦମ ସହଯୋଗୀ ଭୂମିକାରେ ଅଛନ୍ତି। ଏହାକୁ ୬୦୦ କୋଟି ଟଙ୍କାର ବଡ ବଜେଟ୍ ସହିତ ବୈଜୟନ୍ତୀ ମୁଭିଜ୍ ନିର୍ମାଣ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)