Advertisment

Jurassic World Rebirth: ଫିଲ୍ମର ବଜେଟ ୧୫୦୦ କୋଟି, ଏବେବି ଚାଲିଛି ହାଉସଫୁଲ୍

ଜୁରାସିକ୍ ୱାର୍ଲଡ ରିବର୍ଥ ନଅ ଦିନରେ ଭାରତରେ ୬୫ କୋଟି ଟଙ୍କା ଆୟ କରିଛି । ଫିଲ୍ମଟି ସାରା ବିଶ୍ୱରେ ୩ହଜାର ୩୦୦ କୋଟି ଟଙ୍କା ରୋଜଗାର କରିସାରିଛି । ଜୁରାସିକ୍ ୱାର୍ଲ୍ଡ: ରିବର୍ଥ ହେଉଛି ଗାରେଥ୍ ଏଡୱାର୍ଡସ୍ ଦ୍ୱାରା ନିର୍ଦ୍ଦେଶିତ ଏକ ସାଇନ୍ସ ଫିକସନ୍ ଥ୍ରୀଲର ।

Jurassic World Rebirth

Jurassic World Rebirth

Advertisment

ବକ୍ସଅଫିସରେ କମାଲ କରୁଛି ହଲିଉଡ ଫିଲ୍ମ ଜୁରାସିକ୍ ୱାର୍ଲଡ ରିବର୍ଥ । ଜୁଲାଇ ୪ରେ ରିଲିଜ ହୋଇଥିଲା । ଭାରତରେ ବି ଫିଲ୍ମ ଭଲ ଆୟ କରିଛି । ଫିଲ୍ମଟି ଦର୍ଶକଙ୍କୁ ସିନେମା ହଲକୁ ଟାଣିବାରେ ସଫଳ ହୋଇଛି । ଫିଲ୍ମଟି ୧୫ଶହ କୋଟିରେ ନିର୍ମାଣ କରାଯାଇଛି । ବଜେଟ ଠାରୁ ୨ଗୁଣା ଅଧିକ ଆୟ କରିଛି ଫିଲ୍ମ ।

Advertisment

ଫିଲ୍ଶଟି ଫ୍ୟାନ୍ସଙ୍କ ମଧ୍ୟରେ ନିଜର ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି। ଜୁରାସିକ୍ ୱାର୍ଲ୍ଡ ରିବର୍ଥ ହେଉଛି ଜୁରାସିକ୍ ୱାର୍ଲ୍ଡର ଅଷ୍ଟମ ଭାଗ । ପୂର୍ବରୁ ସାତଟି ଭାଗ ବକ୍ସ ଅଫିସରେ 54 ବିଲିୟନ ଟଙ୍କା ରୋଜଗାର କରିଛି ।

ଅଧିକ ପଢନ୍ତୁ: ପ୍ରିୟଙ୍କା ସହ ବ୍ରେକଅପ ! କହିଲେ ଏବେ ମୁଁ ସିଙ୍ଗଲ୍

ଜୁରାସିକ୍ ୱାର୍ଲଡ ରିବର୍ଥ ନଅ ଦିନରେ ଭାରତରେ ୬୫ କୋଟି ଟଙ୍କା ଆୟ କରିଛି । ଫିଲ୍ମଟି ସାରା ବିଶ୍ୱରେ ୩ହଜାର ୩୦୦ କୋଟି ଟଙ୍କା ରୋଜଗାର କରିସାରିଛି । ଜୁରାସିକ୍ ୱାର୍ଲ୍ଡ: ରିବର୍ଥ ହେଉଛି ଗାରେଥ୍ ଏଡୱାର୍ଡସ୍ ଦ୍ୱାରା ନିର୍ଦ୍ଦେଶିତ ଏକ ସାଇନ୍ସ ଫିକସନ୍ ଥ୍ରୀଲର ।

Advertisment

ଜୁରାସିକ୍ ୱାର୍ଲ୍ଡ ସିରିଜର ପ୍ରଥମ ଭାଗ ୧୯୯୩ରେ ଜୁରାସିକ୍ ପାର୍କ ରିଲିଜ୍ ହୋଇଥିଲା। ତାପରେ ୧୯୯୭ ରେ ଦ୍ୱିତୀୟ ଭାଗ ‘ଦ ଲଷ୍ଟ ୱାର୍ଲ୍ଡ ଜୁରାସିକ୍ ପାର୍କ’ ଆସିଥିଲା। ୨୦୦୧ରେ ତୃତୀୟ ଭାଗ ଜୁରାସିକ୍ ପାର୍କ ଥ୍ରୀ ଆସିଥିଲା। ୨୦୧୫ରେ ଚତୁର୍ଥ ଭାଗ ଜୁରାସିକ୍ ୱାର୍ଲ୍ଡ , ଏହା ପରେ ୨୦୧୮ରେ ଜୁରାସିକ୍ ୱାର୍ଲ୍ଡ ଫଲେନ୍ କିଙ୍ଗଡମ୍ ରିଲିଜ୍ ହୋଇଥିଲା । ୨୦୧୯ରେ ବ୍ୟାଟେଲ୍ ଆଟ୍ ବିଗ୍ ରକ୍ ଏବଂ ୨୦୨୨ରେ ଜୁରାସିକ୍ ୱାର୍ଲ୍ଡ ଡୋମିନିୟନ୍ ଆସିଥିଲା । ୨୦୨୫ ରେ ଏବେ ଜୁରାସିକ୍ ୱାର୍ଲ୍ଡ ରିବର୍ଥ ଥିଏଟରରେ ରିଲିଜ୍ ହୋଇଛି।

ଅଧିକ ପଢନ୍ତୁ: ପ୍ରଥମ ଥର ଏକାଠି ଜାହ୍ନବୀ-ସିଦ୍ଧାର୍ଥ , ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ

Advertisment
Hollywood Box Office Collection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ