Advertisment

ଜୁହୀ କହିଲେ ଶାହରୁଖଙ୍କ ଦୁର୍ଦ୍ଦିନର କଥା, EMI ନ ଦେଇପାରିବାରୁ ଚାଲିଯାଇଥିଲା ଏହି କାର୍

ଶାହରୁଖ ଖାନଙ୍କ ସହ କାମ କରିଥିବା ଜୁହୀ ଚାୱଲା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କର EMI ଦେବାକୁ ଟଙ୍କା ନ ଥିଲା। ସେ କହିଛନ୍ତି ଯେ EMI ପୈଠ କରି ନ ଥିବାରୁ ଶାହରୁଖଙ୍କ ଜିପ୍ସୀ କାର୍‌ ହାତରୁ ଚାଲିଯାଇଥିଲା।

ଅଦ୍ୟତନ ହୋଇଛି
Juhi chawla said shah rukh khan gypsy was taken away as he could not pay emi

Juhi chawla said shah rukh khan gypsy was taken away as he could not pay emi

Advertisment

ଅନେକ ଫିଲ୍ମରେ ଶାହରୁଖ ଖାନଙ୍କ ସହ କାମ କରିଥିବା ଜୁହୀ ଚାୱଲା କହିଛନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଅଭିନେତାଙ୍କର EMI ଦେବାକୁ ଟଙ୍କା ନ ଥିଲା। ସେ କହିଛନ୍ତି ଯେ EMI ପୈଠ କରି ନ ଥିବାରୁ ଶାହରୁଖଙ୍କ ଜିପ୍ସୀ କାର୍‌ ହାତରୁ ଚାଲିଯାଇଥିଲା। ବର୍ତ୍ତମାନ ଜୁହି ଶାହରୁଖ ଖାନଙ୍କ ସଂଘର୍ଷମୟ ଦିନଗୁଡ଼ିକୁ ମନେପକାଇ ମୁମ୍ବାଇରେ ଘର ନଥିଲେ ମଧ୍ୟ ଅଭିନେତା ପ୍ରତିଦିନ ୨-୩ ସିଫ୍ଟରେ କାମ କରୁଥିଲେ ବୋଲି କହିଛନ୍ତି।

Advertisment

ଜୁହୀ ଚାୱଲା ଶାହରୁଖ ଖାନଙ୍କୁ ଦୀର୍ଘ ଦିନରୁ ଜାଣିଛନ୍ତି, ଦୁହେଁ କେବଳ ଅନେକ ଫିଲ୍ମରେ କାମ କରିନାହାଁନ୍ତି ବରଂ ଆଜି ଉଭୟ ବ୍ୟବସାୟିକ ଭାଗିଦାରୀ ମଧ୍ୟ। ଜୁହି ଚାୱଲା ମଧ୍ୟ ଶାହରୁଖ ଖାନଙ୍କ ଆଇପିଏଲ୍ ଟିମ୍ କେକେଆର୍‌ର ଏକ ଅଂଶ।

ଗୁଜୁରାଟ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ଏକ ଇଭେଣ୍ଟରେ ଶାହରୁଖ ଖାନଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଜୁହୀ କହିଛନ୍ତି – “ମୋର ମନେଅଛି, ସେତେବେଳେ ମୁମ୍ବାଇରେ ଶାହରୁଖଙ୍କ ଘର ନଥିଲା। ଦିଲ୍ଲୀ ଆସିବା ପରେ ମୁଁ ଜାଣେ ନାହିଁ ସେ କେଉଁଠାରେ ରହିଲେ। ଏଭଳି ପରିସ୍ଥିତିରେ ସେ ଫିଲ୍ମ ୟୁନିଟ୍ ସହିତ ଚା’ ପିଉଥିଲେ ଏବଂ ଫିଲ୍ମ କ୍ରୁମାନନଙ୍କ ସହ ଖାଦ୍ୟ ମଧ୍ୟ ଖାଉଥିଲେ, ଏହି କାରଣରୁ ସେ ଶୀଘ୍ର ସମସ୍ତଙ୍କ ସହ ମିଶି ଯାଉଥିଲେ।”

Advertisment

ଅଧିକ ପଢ଼ନ୍ତୁ: ମୁଁ ଜଣେ ହାର୍ଡକୋର ରୋମାଣ୍ଟିକ୍‌, ପ୍ରେମ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବି; ମଲାଇକା

ଜୁହୀ କହିଛନ୍ତି, “ସେତେବେଳେ ଶାହାରୁଖ ୨-୩ ସିଫ୍ଟ କାମ କରୁଥିଲେ। ଗୋଟିଏ ପଟେ ଶାହରୁଖ ୧୯୯୨ରେ ମୋ ସହ ‘ରାଜୁ ବନ୍ ଗୟା ଜେଣ୍ଟଲ୍‌ମ୍ୟାନ୍’ କରୁଥିବାବେଳେ ଅନ୍ୟ ପଟେ ସେ ‘ଦିଲ୍ ଆଶନା ହେ’ ମଧ୍ୟ କରୁଥିଲେ। ଏହି ସମୟରେ ସେ ଦିବ୍ୟା ଭାରତୀଙ୍କ ସହ ‘ଦୀୱାନା’ ପାଇଁ ସୁଟିଂ ମଧ୍ୟ କରୁଥିଲେ।”

Advertisment

ଏହି ସମୟରେ ଜୁହୀ ଚାୱଲା ଶାହରୁଖଙ୍କ କାର୍‌ ଚାଲିଯିବା କଥା କହିଛନ୍ତି।ଜୁଜୀ କହିଛନ୍ତି – “ସେତେବେଳେ ଶାହରୁଖ ଖାନଙ୍କର ଏକ କଳା ଜିପ୍ସୀ ଥିଲା। କିନ୍ତୁ ଗୋଟିଏ ଦିନ EMI ନ ଦେଇ ପାରିବାରୁ ତାଙ୍କ ଜିପ୍ସୀ ଚାଲିଗଲା। ସେହି ସମୟରେ ଶାହରୁଖ ବହୁତ ନିରାଶ ହୋଇ ସେଟ୍‌କୁ ଆସୁଥିଲେ, ମୁଁ ତାଙ୍କୁ ଚିନ୍ତା ନ କରିବାକୁ କହୁଥିଲି। ଆଉ କହୁଥିଲି ଦିନେ ତୁମ ପାଖକୁ ଏମିତି ଅନେକ କାର୍‌ ଆସିବ। ଶାହରୁଖ ଏହାକୁ ଏପର୍ଯ୍ୟନ୍ତ ମନେରଖିଛନ୍ତି କାରଣ ଏହା ସତ ହୋଇଛି, ଆପଣ ଦେଖୁଥିବେ ସେ ଆଜି କେଉଁଠାରେ ପହଞ୍ଚିଛନ୍ତି।”

ଶାହାରୁଖ ଏବଂ ଜୁହୀ ୟଶ ଚୋପ୍ରାଙ୍କ ‘ଡର୍’, ମହେଶ ଭଟ୍ଟଙ୍କ ‘ଡୁପ୍ଲିକେଟ୍’, ରାଜୀବ ମେହେରଙ୍କ ‘ରାମ ଜାନେ’, ଅଜୀଜ୍‌ ମିର୍ଜାଙ୍କ ‘ଫିର୍‌ ଦିଲ ହେ ହିନ୍ଦୁସ୍ତାନୀ’ ଏବଂ ‘ୱାନ ୨ କା ୪’ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ମିଳିତ ଭାବେ ସେମାନେ ୨୦୦୦ରେ ଅଜିଜ୍ ମିର୍ଜାଙ୍କ ସହିତ ମିଶି ଡ୍ରିଜ୍ ଅନ୍‌ଲିମିଟେଡ୍ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଖୋଲିଥିଲେ। ପରେ ଶାହରୁଖ ଖାନ୍‌ ରେଡ୍‌ ଚିଲିସ୍‌ ନାମରେ ନିଜର ଷ୍ଟୁଡିଓ ଆରମ୍ଭ କରିଥିଲେ। ଶାହରୁଖ ଖାନଙ୍କ ପରବର୍ତ୍ତୀ ଫିଲ୍ମ ‘କିଙ୍ଗ୍‌’ ଆସୁଥିବା ବେଳେ ଜୁହୀଙ୍କୁ ନିକଟରେ ‘ରେଲ୍‌ୱେ ମ୍ୟାନ୍‌’ରେ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: Viral Video: ସଲମାନ ଖାନଙ୍କ ଖୁଲାସା; ଭାଇଜାନଙ୍କ ଠାରୁ ୧୭ ବର୍ଷ ବଡ଼ ଏହି ହିରୋଇନ୍ ଥିଲେ ଫାଷ୍ଟ୍ କ୍ରସ୍

Bollywood Juhi Chawala Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ