Advertisment

ଏକା ସମୟରେ ରିଲିଜ୍ ହେବ ଦୁଇ ସୁପର୍‌ଷ୍ଟାର୍‌ଙ୍କ ଫିଲ୍ମ; ହେବ ଜବରଦସ୍ତ ଲଢେଇ

ଜନ୍‌ ଆବ୍ରାହମ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଏହି ସମୟରେ ପ୍ରଭାବ ଙ୍କ 'ପ୍ରୋଜେକ୍ଟ କେ' ମଧ୍ୟ ରିଲିଜ୍ ହେବ। ଦେଖାଯିବ ଜବରଦସ୍ତ ଲଢେଇ।

author-image
Pramod Behera
John Abraham the diplomat will clash with prabhas film project k

John Abraham the diplomat will clash with prabhas film project k

ହିନ୍ଦୀ ସିନେମାର ପ୍ରତିଭାବାନ ଅଭିନେତା ଜନ୍ ଆବ୍ରାହମ୍ ତାଙ୍କର ରୋମାଞ୍ଚକର ପ୍ରୋଜେକ୍ଟ ସହିତ ପ୍ରେକ୍ଷାଳୟକୁ ଦୋହଲେଇବାକୁ ଆସୁଛନ୍ତି। ଅଭିନେତା ତାଙ୍କର ଆଗାମୀ ଫି 'ଦି ଡିପ୍ଲୋମେଟ୍' ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜନ୍‌ ଆବ୍ରାହମ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦି ଡିପ୍ଲୋମେଟ୍' ବିଷୟରେ ସୋସିଆଲ ମିଡିଆରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି।

Advertisment

ସେ ଟ୍ୱିଟର୍‌ରେ ଫିଲ୍ମର ଦମଦାର ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟର୍‌ରେ ଜନ୍‌ଙ୍କ ଚରିତ୍ରର ଝଲକ ଦେଖିବାକୁ ମିଳେ। ବାସ୍ତବ କାହାଣୀ ଉପରେ ଆଧାର ଏହି ଚଳଚ୍ଚିତ୍ରର ପୋଷ୍ଟର୍‌ରେ ଲେଖାଅଛି- “ଜଣେ ପ୍ରକୃତ ହିରୋର କୌଣସି ଅସ୍ତ୍ରର ଆବଶ୍ୟକତା ନାହିଁ।”

ପୋଷ୍ଟର୍‌ ଶେୟାର କରି ଅଭିନେତା ଟ୍ୱିଟ୍ କରି କହିଛନ୍ତି, "କିଛି ଯୁଦ୍ଧ ଯୁଦ୍ଧକ୍ଷେତ୍ର ବାହାରେ ବି ଲଢାଯାଏ। ଏକ ନୂତନ ପ୍ରକାରର ହିରୋ ପାଇଁ ପ୍ରସ୍ତୁତ ହୋଇଯାଅ। କାରଣ ହାଇ-ଅକ୍ଟେନ୍ ଡ୍ରାମା 'ଦ ଡିପ୍ଲୋମେଟ୍' ରିଲିଜ୍ ତାରିଖ ମିଳିଯାଇଛି। ଏହା ସାରା ବିଶ୍ୱରେ ୧୧ ଜାନୁୟାରୀ ୨୦୨୪ରେ ମୁକ୍ତିଲାଭ କରିବ।"

Advertisment

ପ୍ରକାଶଥାଉ ଯେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ୧୨ ଜାନୁଆରୀ ୨୦୨୪ରେ 'ପ୍ରୋଜେକ୍ଟ କେ' ରିଲିଜ୍ ହେବ, ଏଥିରେ ପ୍ରଭାସ, ଦୀପିକା ପାଦୁକୋନ୍ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାଯାଉଛି।

'ଦ ଡିପ୍ଲୋମେଟ୍' ଜନ୍ ଆବ୍ରାହମ, ଭୂଷଣ କୁମାର, ସମୀର ଦୀକ୍ଷିତ, ଅଶ୍ୱିନ, ରାଜେଶ ବହଲ, ଭିପୁଲ ଶାହା ଏବଂ କୃଷ୍ଣନ କୁମାରଙ୍କୁ ନେଇ ନିର୍ମିତ ହେଉଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶିବମ ନାୟାର। ସେ ପୂର୍ବରୁ ଯିଏ 'ନାମ୍‌ ଶବାନା' ଏବଂ 'ମୁଖବୀର' ଭଳି ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ନିର୍ମାଣ କରିଛନ୍ତି।

Prabhas John Abraham Bollywood
Advertisment
Advertisment