Advertisment

ମୁଁ ହିନ୍ଦୀ ସିନେମାର ହିରୋ, କୌଣସି ଆଞ୍ଚଳିକ ଫିଲ୍ମ କରିବି ନାହିଁ; ଜନ୍‌ ଆବ୍ରାହମ୍‌

ବର୍ତ୍ତମାନ ସାରା ଭାରତରେ ସାଉଥ୍ ଫିଲ୍ମର ଦବଦବା ଚାଲିଛି। ବଲିଉଡ ଅଭିନେତାମାନେ ମଧ୍ୟ ସେପଟକୁ ଡେଇଁବାରେ ଲାଗିଲେଣି। ଏହା ଭିତରେ ଅନ୍ୟ ବଲିଉଡ୍‌ ଅଭିନେତାମାନଙ୍କ ପରି କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ ବୋଲି ଜନ ଆବ୍ରାହମ କହିଛନ୍ତି।

author-image
Pramod Behera
John Abraham says I am hindi film hero and will never do telugu or regional film

John Abraham says I am hindi film hero and will never do telugu or regional film

ଆଜିକାଲି ଜନ ଆବ୍ରାହମ ନିଜ ଫିଲ୍ମ 'ଆଟାକ୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଗଣମାଧ୍ୟମରେ ଆଲୋଚନା ବେଳେ ସେ ମଧ୍ୟ ଆଟାକ ମୁଡ୍‌ରେ ନଜର ଆସିଥିଲେ। 'ପୁଷ୍ପା: ଦି ରାଇଜ୍' ଓ 'RRR' ପରି ଦକ୍ଷିଣ ଭାରତୀୟ ସିନେମା ଆଜିକାଲି ବକ୍ସ ଅଫିସ୍‌ରେ ହଇଚଇ ଖେଳେଇ ଦେଇଛି।

Advertisment

ଏହି ସବୁ ହଙ୍ଗାମା ଭିତରେ ଜନ୍ ସ୍ପଷ୍ଟ କରିଛନ୍ତି ଯେ 'ଅନ୍ୟ ବଲିଉଡ୍‌ ଅଭିନେତାମାନଙ୍କ ପରି ସେ କେବଳ ବ୍ୟବସାୟ ମନୋବୃତ୍ତି ନେଇ ଆଞ୍ଚଳିକ ସିନେମାର ଏକ ଅଂଶ ହେବେ ନାହିଁ।' ନିକଟରେ ସଲମାନ ଖାନ ଆଇଫାର ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୀ କ୍ଷେତ୍ରରେ ଦକ୍ଷିଣ ସିନେମା ଭଲ ଚାଲୁଥିବା ବେଳେ ବଲିଉଡ ଫିଲ୍ମ ଦକ୍ଷିଣରେ ଚାଲୁ ନଥିବା କହିଥିଲେ।

କିଛି ଦିନ ପୂର୍ବରୁ ଶୁଣାଯାଉଥିଲା ଯେ ଜନ୍ ଆବ୍ରାହମ୍ ମଧ୍ୟ ଦକ୍ଷିଣ ସିନେମାର ଏହି ଦୌଡରେ ସାମିଲ୍ ହେବାକୁ ଯାଉଛନ୍ତି। ସେ କୌଣସି ଏକ ତେଲୁଗୁ ଫିଲ୍ମରେ କାମ କରିବାକୁ ଯାଉଥିବା କୁହାଯାଉଥିଲା। ଏହାକୁ ନେଇ ଜନ୍ କହିଛନ୍ତି ଯେ “ମୁଁ କେବେ ବି ଆଞ୍ଚଳିକ ଫିଲ୍ମ କରିବି ନାହିଁ। ମୁଁ ହିନ୍ଦୀ ଫିଲ୍ମର ହିରୋ। ମୁଁ କେବଳ ଏକ ଫିଲ୍ମର ଅଂଶ ହେବା ପାଇଁ ସେକେଣ୍ଡ ଲିଡ୍ କରିବି ନାହିଁ। କେବଳ ବ୍ୟବସାୟରେ ରହିବାକୁ ମୁଁ ଅନ୍ୟ କଳାକାରଙ୍କ ପରି ଆଞ୍ଚଳିକ ଫିଲ୍ମର ଅଂଶ ହେବି ନାହିଁ। ପ୍ରକାଶଥାଉ ଯେ ଜନ୍ ଅବ୍ରହାମ ପ୍ରଭାସଙ୍କ ଅଭିନୀତ ତେଲୁଗୁ ଫିଲ୍ମ 'ସାଲାର'ରେ ନଜର ଆସିବାର ଖବର ଥିଲା।

Advertisment

ତେବେ ଜନ୍‌ ଆବ୍ରାହମ ଯେଉଁସବୁ କଳାକାରମାନଙ୍କୁ ଆଡକୁ ଇଶାରା କରିଛନ୍ତି ସେମାନଙ୍କ ମଧ୍ୟରେ ଅଜୟ ଦେବଗନ୍, ଆଲିଆ ଭଟ୍ଟ ଓ ସଲମାନ ଖାନଙ୍କ ପରି ତାରକାଙ୍କ ନାମ ରହିଛି। ନିର୍ଦ୍ଦେଶକ ରାଜାମୌଲିଙ୍କ 'RRR'ରେ ଅଜୟ ଏବଂ ଆଲିଆ ଛୋଟ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ସଲମାନ ଖାନ ଖୁବ୍ ଶୀଘ୍ର ଦକ୍ଷିଣର ମେଗାଷ୍ଟାର ଚିରଞ୍ଜୀବୀଙ୍କ ଫିଲ୍ମ 'ଗଡ୍‌ଫାଦର'ରେ ଏକ ବିଶେଷ ଭୂମିକା ଗ୍ରହଣ କରୁଥିବା ନଜର ଆସିବେ।

ଜନ୍‌ଙ୍କ ୱାର୍କଫ୍ରଣ୍ଟ୍‌ର କଥା କହିବାକୁ ଗଲେ 'ଆଟାକ୍' ପରେ ସେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ପଠାନ'ର ସୁଟିଂରେ ବ୍ୟସ୍ତ ରହିବେ। ଜନ୍‌, ରାକୁଲ ପ୍ରୀତ ଏବଂ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ ଷ୍ଟାରର ‘ଆଟାକ୍’ ଏକ ସାଇ-ଫାଇ ଡ୍ରାମା ଏବଂ ଏହାର ଟ୍ରେଲର ପରଠାରୁ ବହୁ ପ୍ରଶଂସା ଗ୍ରହଣ କରୁଛି। ନିର୍ଦ୍ଦେଶକ ଲକ୍ଷ ରାଜ୍ ଆନନ୍ଦ ଆନନ୍ଦଙ୍କ ଏହି ଫିଲ୍ମ ଏପ୍ରିଲ ୧ରେ ମୁକ୍ତିଲାଭ କରିବାକୁ ଯାଉଛି।

John Abraham Bollywood
Advertisment
Advertisment