Advertisment

ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା

ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା ରଣୱତ। ବଲିଉଡ୍ ଗୀତିକାର ଜାଭେଦ ଅଖତର ଅଭିନେତ୍ରୀ କଙ୍ଗନା ରଣୱତଙ୍କ ନାମରେ ମାନହାନୀ କେସ୍‌ ଦାଖଲ କରିଥିଲେ। ଏହି ମାମଲାରେ ଆଜି ଅନ୍ଧେରୀ କୋର୍ଟରେ ଶୁଣାଣି ଥିଲା। ମାମଲା ଶୁଣାଣି ନେଇ ଜାଭେଦ ଅଖତର୍ ପତ୍ନୀ ଓ ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଶବାନା ଆଜାମୀଙ୍କ ସହିତ କୋର୍ଟକୁ ଆସିଥିଲେ। କିନ୍ତୁ କଙ୍ଗନା ରଣୱତ କୋର୍ଟରେ ଉପସ୍ଥିତ ହୋଇ ନ ଥିଲେ।

author-image
Pramod Behera
Kangana-Javed

Kangana-Javed

ମୁମ୍ବାଇ : ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା ରଣୱତ। ବଲିଉଡ୍ ଗୀତିକାର ଜାଭେଦ ଅଖତର ଅଭିନେତ୍ରୀ କଙ୍ଗନା ରଣୱତଙ୍କ ନାମରେ ମାନହାନୀ କେସ୍‌ ଦାଖଲ କରିଥିଲେ। ଏହି ମାମଲାରେ ଆଜି ଅନ୍ଧେରୀ କୋର୍ଟରେ ଶୁଣାଣି ଥିଲା। ମାମଲା ଶୁଣାଣି ନେଇ ଜାଭେଦ ଅଖତର୍ ପତ୍ନୀ ଓ ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଶବାନା ଆଜାମୀଙ୍କ ସହିତ କୋର୍ଟକୁ ଆସିଥିଲେ। କିନ୍ତୁ କଙ୍ଗନା ରଣୱତ କୋର୍ଟରେ ଉପସ୍ଥିତ ହୋଇ ନ ଥିଲେ।

Advertisment

କଙ୍ଗନା ରଣୱତଙ୍କ ଓକିଲ ରିଜୱାନା ସିଦ୍ଦୀକୀ କୁହନ୍ତି ଯେ ଅଭିନେତ୍ରୀଙ୍କ ଦେହ ଖରାପ ଥିବାରୁ ସେ କୋର୍ଟରେ ପହଞ୍ଚି ପାରି ନ ଥିଲେ। ଏନେଇ ତାଙ୍କ ଓକିଲ କୋର୍ଟରେ ଅନ୍ୟ ଦିନ ହାଜର ହେବା ପାଇଁ ମଧ୍ୟ ଦାବି କରିଛନ୍ତି। ଏହା ପରେ କୋର୍ଟ ସେପ୍ଟେମ୍ବର ୨୦କୁ ଅଭିନେତ୍ରୀ କୋର୍ଟରେ ହାଜର ହେବା ନେଇ ଆଦେଶ ଦେଇଛନ୍ତି। ଜଜ୍‌ ଆହୁରି ମଧ୍ୟ କହିଛନ୍ତି ଯେ କଙ୍ଗନା ଯଦି ପରବର୍ତ୍ତୀ ଶୁଣାଣି ଦିନ ଉପସ୍ଥିତ ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯିବ।

Advertisment

କଙ୍ଗନାଙ୍କ ଓକିଲ କୋର୍ଟରେ ଅଭିନେତ୍ରୀଙ୍କ ମେଡିକାଲ ସାର୍ଟିଫିକେଟ୍ ଜାରି କରି ସେ ନ ଆସିବାର କାରଣ କହିଛନ୍ତି। କିନ୍ତୁ ଏହା ପରେ ବି ପରବର୍ତ୍ତୀ ଶୁଣାଣିରେ ତାଙ୍କୁ କୋର୍ଟରେ ଉପସ୍ଥିତ ହେବାକୁ ପଡିପାରେ।

କିନ୍ତୁ ଜାଭେଦ ଅଖତରଙ୍କ ଓକିଲ ଜୟକୁମାର ଭରଦ୍ୱାଜ କହିଛନ୍ତି ଯେ ଅନେକ ନୋଟିସ୍‌ ଜାରି ପରେ ବି କଙ୍ଗନା କୋର୍ଟକୁ ଆସୁ ନାହାନ୍ତି। ସେ ଶୁଣାଣିକୁ ବିଳମ୍ବ କରିବାକୁ ଚେଷ୍ଟା କରୁଛନ୍ତି।

କଙ୍ଗନାଙ୍କ ଓକିଲ ତାଙ୍କ ସପକ୍ଷରେ କହିବାକୁ ଯାଇ କହିଛନ୍ତି ଯେ ଜୟକୁମାର ଭରଦ୍ୱାଜଙ୍କ ଦ୍ୱାରା ଅଭିନେତ୍ରୀଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ଭୁଲ୍। ସେ କହିଛନ୍ତି ଯେ କଙ୍ଗନାଙ୍କ କରୋନା ଟେଷ୍ଟ୍ କରିବାର ଅଛି। ଯଦି ସେ ଏଠାକୁ ଆସନ୍ତି ଓ କୋଭିଡ୍ ପଜେଟିଭ୍‌ ଥିବା ଜଣାଯାଏ ତେବେ କ’ଣ ହେବ। କାରଣ କରୋନାର ଦୁଇ ଡୋଜ୍ ନେବା ପରେ ବି ଲୋକେ କରୋନା ପଜିଟିଭ ହେଉଛନ୍ତି।

Kangana Ranaut Entertainment
Advertisment
Advertisment