Advertisment

Namita Bhuyan Controversy in Jollywood: ଜଲିଉଡ ଝଡ଼ରେ କାଳବୈଶାଖୀ ସାଜିଲେ କି ନମିତା ? ବୟକଟ୍ ପାଇଁ ଦେଲେ ଆହ୍ବାନ

ଯାତ୍ରା ଜଗତରେ ଉଠିଥିବା ଝଡ଼ ଭିତରେ ନିର୍ଧୁମ ବର୍ଷିଲେ । କଳାକାରଙ୍କୁ ବେଇମାନ କରୁଛି କିଏ...ଅସନ୍ତୋଷ ଛାଡ଼ିଲେ ସୋସିଆଲ୍ ମିଡ଼ିଆରେ...ଅନ୍ୟ କଳାକାରଙ୍କ ଯେଭଳି ବୟକଟ୍ କରାଯାଉଛି, ତାଙ୍କୁ ବି ବୟକଟ କରାଯାଉ ବୋଲି ଦେଲେ ଖୋଲା ଆହ୍ବାନ ।

ଅଦ୍ୟତନ ହୋଇଛି
ଜଲିଉଡରେ ନମିତା ଝଡ଼

ଜଲିଉଡରେ ନମିତା ଝଡ଼

Advertisment

ଜଲିଉଡ୍‌ରେ ବହୁଥିବା ଝଡ଼ ଭିତରେ କାଳବୈଶାଖୀ ଆଣିଲେ କି ଅଭିନେତ୍ରୀ ନମିତା ଭୂୟାଁ ? କଳାକାର-ମାଲିକ ସଂଘ ବିବାଦ ଭିତରେ ସାଂଘାତିକ ବୟାନ ଦେଇ ବ୍ୟବସ୍ଥା ବିରୋଧରେ ବର୍ଷିଲେ ନିର୍ଧୂମ । ଅଭିନେତା ନରି ପଣ୍ଡା ଏବଂ ପୀୟୁଷ ତ୍ରିପାଠୀଙ୍କ ପ୍ରସଙ୍ଗରେ ଖୋଲା ମନ୍ତବ୍ୟ ଦେଇ ମୋତେ ବି ବୟକଟ୍ କରିଦେଖାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଏହି ଭର୍ସାଟାଇଲ୍ ଆକଟ୍ରେସ୍ । କେବଳ ଏତିକି ନୁହେଁ, ଆଇପିଏଲ୍ ଢାଞ୍ଚାରେ କଳାକାର ନିଲାମ ସପକ୍ଷରେ ଉଠିଥିବା ମନ୍ତବ୍ୟକୁ ବି ଘୋର ବିରୋଧ କରିଛନ୍ତି। ଅପରପକ୍ଷେ ଆସନ୍ତାକାଲି ବସିବାକୁ ଯାଉଛି କଳାକାର ସଂଘ ବୈଠକ, ଯେଉଁଠି ସବୁ ବିବାଦର ସମାଧାନ ପାଇଁ ନିଷ୍ପତ୍ତି ହେବ ବୋଲି କହିଛି ସଂଘ ।

Advertisment

ଅଧିକ ପଢ଼ନ୍ତୁ: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, କହିଲେ...

ଯାତ୍ରା ଜଗତରେ ଉଠିଥିବା ଝଡ଼ ଭିତରେ ନିର୍ଧୁମ ବର୍ଷିଲେ । କଳାକାରଙ୍କୁ ବେଇମାନ କରୁଛି କିଏ...ଅସନ୍ତୋଷ ଛାଡ଼ିଲେ ସୋସିଆଲ୍ ମିଡ଼ିଆରେ...ଅନ୍ୟ କଳାକାରଙ୍କ ଯେଭଳି ବୟକଟ୍ କରାଯାଉଛି, ତାଙ୍କୁ ବି ବୟକଟ କରାଯାଉ ବୋଲି ଦେଲେ ଖୋଲା ଆହ୍ବାନ । ଜଲିଉଡର ଭର୍ସାଟାଇଲ୍ ଅଭିନେତ୍ରୀ ନମିତା ଭୂୟାଁ । ସୋସିଆଲ ମିଡ଼ିଆରେ ଅନର୍ଗଳ ବର୍ଷିବା ସହ ବ୍ୟବସ୍ଥା ବିରୋଧରେ ଗର୍ଜିଛନ୍ତି ଏଭଳି ଭାବେ । ଯାହାକୁ ନେଇ ହଲଚଲ୍ ଯାତ୍ରା ଜଗତ । ଏଭଳି ନାନା ପ୍ରସଙ୍ଗରେ ବୟାନବାଜିକୁ ନେଇ ମାଲିକ ସଂଘ କୁଆଡ଼େ ଅସନ୍ତୋଷ ଜାହିର କରିଛି, ନାଲି ଆଖି ଦେଖାଇ ସୋ’ କଜ୍ ନୋଟିସ୍ କରାଯାଇଛି । ଏହି ତମାମ ପ୍ରସଙ୍ଗରେ ଆଜି ଓଟିଭି ଆଗରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ନମିତା ଭୂୟାଁ। କହିଛନ୍ତି, ସତ କହିବା ପରେ ଯଦି ବୟକଟ୍ କରାଯାଏ, ତେବେ ମୋର ଦୁଃଖ ନାହିଁ। ସତର ଯେହେତୁ ଶତ୍ରୁ ଥାଆନ୍ତି । ତେଣୁ ସତ କହି ଯଦି ଦଣ୍ଡ ଭୋଗିବାକୁ ପଡ଼େ ତା’ହେଲେ ବି କଷ୍ଟ ହେବ ନାହିଁ। ଭଗବାନ ମୁହଁରେ ରଙ୍ଗ ଦେଇଛନ୍ତି। ଦର୍ଶକ ପାଇଁ ବଞ୍ଚିକି ରହିଛୁ । ମୁଁ ଯାହା କୁହେଁ ଠିକ୍ କୁହେ । ତେବେ ନୋଟିସ୍ ଆସିଲେ ତାହାର ନିଶ୍ଚୟ ଜବାବ ଦେବି ।

Advertisment

ଯାତ୍ରା କଳାକାର ଗୌର ଦାସ ହୁଅନ୍ତୁ, ଅବା ପୀୟୁଷ ତ୍ରିପାଠୀ। ଅନେକ ନାମୀ ଦାମୀ କଳାକାରଙ୍କ ବିପକ୍ଷରେ ଭିନ୍ନ ମତ ରଖି ଚର୍ଚ୍ଚାରେ ରହିଛନ୍ତି ନମିତା। ଆଜି ଓଟିଭି କ୍ୟାମେରା ଆଗରେ ଯାତ୍ରା ଜଗତରେ ଆଉ କିଛି ଗୁମର ବି ଖୋଲି ବ୍ୟବସ୍ଥା ବିରୋଧରେ ବର୍ଷିଛନ୍ତି। କହିଛନ୍ତି ଯାତ୍ରା ପାର୍ଟିରେ ଗ୍ରୁପିଜିମ୍ ହେଉଛି, ଯାହା ସ୍ବୀକାର ଯୋଗ୍ୟ ନୁହଁ। କଳାକାର କଳାକାରଙ୍କ ମଧ୍ୟରେ ରହୁଛି ପକ୍ଷପାତ। ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ବୟକଟ୍ ଏବଂ ବର୍ଷେ ପାଇଁ ହାଇପେଡ୍ ଆର୍ଟିଷ୍ଟ ପୀୟୁଷ ତ୍ରିପାଠୀଙ୍କ ବିଶ୍ରାମ ପ୍ରସଙ୍ଗ ବି ମତ ରଖିଛନ୍ତି। କହିଛନ୍ତି ଜଣଙ୍କ ବିରୋଧରେ ଆକ୍ସନ, ଆର ଜଣଙ୍କ ବିରୋଧରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏପରିକି ଓଡ଼ିଶା ଯାତ୍ରା ପାର୍ଟି ମାଲିକ ସଂଘର ସଦସ୍ୟ କବିରାଜ ସ୍ବାଇଁ ଯାତ୍ରା ଜଗତରେ ଆଇପିଏଲ୍ ଢାଞ୍ଚାରେ କଳାକାର ନିଲାମ ଉପରେ ଯେଉଁ ଜୋର୍ ଦେଇଥିଲେ, ତାକୁ ବି ବିରୋଧ କରିଛନ୍ତି । ଏଭଳି ହେଲେ ଅନେକ କଳାକାର କ୍ଷତି ସହିବେ ବୋଲି କହିବା ସହ ଖୁବଶୀଘ୍ର ବସୁଥିବା କଳାକାର ସଂଘ ବୈଠକରେ ଏସବୁ ପ୍ରସଙ୍ଗରେ ଆଲୋଚନା
ହେବ ବୋଲି କହିଛନ୍ତି ନମିତା । ସେହିପରି କଳାକାର ସଂଘର କର୍ମକର୍ତ୍ତା ବାପି ପଣ୍ଡା କହିଛନ୍ତି, ଆସନ୍ତାକାଲି ଭୁବନେଶ୍ବରରେ କଳାକାର ସଂଘର ବୈଠକ ବସିବ। ସେଇଠି ସବୁ ବିବାଦ ସଂପର୍କରେ ଆଲୋଚନା ହେବ ।

ସେପଟେ ଓଡ଼ିଶା ଯାତ୍ରା ମାଲିକ ସଂଘ ସଦସ୍ୟ କବିରାଜ ସ୍ବାଇଁ କହିଛନ୍ତି, ଉଭୟ ପକ୍ଷ ସମନ୍ବୟ ରଖି ଚାଲିବା ଉଚିତ। ଜିଦରେ ରହିଲେ କିଛି ଲାଭ ହେବନି । ତା’ସହ ଯାତ୍ରା ପାର୍ଟିରେ ନିଲାମ ପ୍ରକ୍ରିୟା ବି ଯଦି ହୁଏ, ତେବେ କଳାକାରମାନେ ଏଥିରେ ସାମିଲ ହେଲେ ଅସୁବିଧା କ’ଣ ବୋଲି କହିଛନ୍ତି । ଜଲିଉଡ୍ କଳିକୁ ନେଇ ଜଣଙ୍କ ପରେ ଜଣେ କଳାକାରଙ୍କ ଅସନ୍ତୋଷ ଏବଂ ବିସ୍ଫୋରକ ବୟାନ ସାମ୍ନାକୁ ଆସୁଥିବାବେଳେ କେବେ ଏହି ବିବାଦରେ ପଡୁଛି ଯବନିକା, ତାକୁ ଏବେ ଅପେକ୍ଷା ।

Advertisment

ଅଧିକ ପଢ଼ନ୍ତୁ: ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

Odisha Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ