Advertisment

୩ ଖାନଙ୍କ ସହ କାମ କରିବା ଅଜବ ହେବ ବୋଲି କହିଲେ ଜାହ୍ନବୀ କପୁର

୩ ଖାନଙ୍କୁ ନେଇ ବଡ ବୟାନ ଦେଲେ ଜାହ୍ନବୀ କପୁର। କହିଲେ ସେମାନଙ୍କ ସହ କାମ କରିବା ତାଙ୍କ ପାଇଁ ଅଜବ ହେବ। ଏବା ବ୍ୟତୀତ ସେ କେଉଁମାନଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଛନ୍ତି।

author-image
Pramod Behera
Janhvi Kapoor said it would be little odd to work with 3 Khans

Janhvi Kapoor said it would be little odd to work with 3 Khans

ନିକଟରେ ରିଲିଜ୍ ହୋଇଥିବା 'ଗୁଡ୍‌ଲକ୍ ଜେରୀ' ପାଇଁ ଜାହ୍ନବୀ କପୁରଙ୍କୁ ଏକ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଅଭିନୟ ବ୍ୟତୀତ ସେ ନିଜ ମନର କଥାକୁ ଖୋଲାଖୋଲି କହିବା ନେଇ ମଧ୍ୟ ଜଣାଶୁଣା। ୨୦୧୮ ମସିହାରେ ଫିଲ୍ମ ‘ଧଡକ’ ମାଧ୍ୟମରେ ବଲିଉଡରେ ପାଦ ଦେଇଥିବା ଏହି ଅଭିନେତ୍ରୀ ନିକଟରେ ତିନି ଖାନଙ୍କ ସହ କାମ କରିବାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

Advertisment

ଏକ ସାକ୍ଷାତକାର ବେଳେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ ବଲିଉଡ୍‌ର ତିନି ଖାନ୍‌, ଶାହରୁଖ, ସଲମାନ ଏବଂ ଆମୀରଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି? ଏହାର ଜବାବରେ ଜାହ୍ନବୀ ଏକ ମଜାଦାର ଉତ୍ତର ଦେଇଥିଲେ। ଏହି ତିନି ସୁପରଷ୍ଟାରଙ୍କ ସହ ତାଙ୍କ ଯୋଡି ବଡ ପରଦାରେ ଅଜବ ଦେଖାଯିବ ବୋଲି ଅଭିନେତ୍ରୀ କହିଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲ୍‌ ସହ କଥାବାର୍ତ୍ତା କରି ସେ କହିଛନ୍ତି, “ସେମାନେ ହେଉଛନ୍ତି ସବୁଠାରୁ ବଡ ତାରକା ଏବଂ ସମସ୍ତେ ସେମାନଙ୍କ ସହ କାମ କରିବାକୁ ଚାହାଁନ୍ତି, କିନ୍ତୁ ଯଦି ମୁଁ ତାଙ୍କ ବିପକ୍ଷରେ କାମ କରେ ତେବେ ମୋତେ ଟିକେ ଅଜବ ଲାଗିବ।”

ତେବେ ସେ ଏହି ତିନିଜଣଙ୍କ ସହ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ମଜାଦାର କଥା ହେଲା ଜାହ୍ନବୀଙ୍କୁ ବର୍ତ୍ତମାନ ୨୫ ବର୍ଷ ହୋଇଥିବାବେଳେ ସମସ୍ତ ତିନି ଖାନ ୫୦ ବର୍ଷ ଅତିକ୍ରମ କରିଛନ୍ତି।

Advertisment

ଏହି ସାକ୍ଷାତକାରରେ ଜାହ୍ନବୀ ଆହୁରି କହିଛନ୍ତି ଯେ ସେ କେଉଁ କଳାକାରଙ୍କ ସହ ତାଙ୍କ ଯୋଡି ସବୁଠାରୁ ଭଲ ଲାଗିବ। ବରୁଣ ଧାୱନ, ରଣବୀର କପୁରଙ୍କ ଭଳି ତାରକାଙ୍କ ସହ ତାଙ୍କ ଯୋଡି ଭଲ ଦେଖାଯିବ ବୋଲି ଏହି ଅଭିନେତ୍ରୀ କହିଛନ୍ତି। ଏହା ବ୍ୟତୀତ ସେ ଆଲିଆ ଭଟ୍ଟଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆଲିଆ ତାଙ୍କୁ ବହୁତ ପ୍ରେରଣା ଦେଇଛନ୍ତି।

କାମର କଥା କହିଲେ ନିକଟରେ ତାଙ୍କ ଫିଲ୍ମ 'ଗୁଡ୍‌ଲକ୍ ଜେରୀ' OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି। ଏହା ବ୍ୟତୀତ ତାଙ୍କୁ ଫିଲ୍ମ 'ବବାଲ୍‌'ରେ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ନିତେଶ ତିୱାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ‘ଦଙ୍ଗଲ’ ଏବଂ ‘ଛିଛୋର’ ଭଳି ବ୍ଲକ୍‌ବଷ୍ଟର୍‌ ଫିଲ୍ମ ନିର୍ମାଣ ପାଇଁ ଜଣାଶୁଣା। ଏହା ବ୍ୟତୀତ ସେ ‘ମିଷ୍ଟର୍ ଔର୍ ମିସେଜ୍ ମାହୀ’, ‘ତଖ୍‌ତ୍’ ଏବଂ ‘ମିଲି’ରେ ତାଙ୍କର ଅଭିନୟ ଦକ୍ଷତା ଦେଖିବାକୁ ମିଳେ।

Bollywood Aamir Khan Janhvi Kapoor
Advertisment
Advertisment