Advertisment

କପୁରଙ୍କୁ ପ୍ରଭାବିତ କରିବାକୁ ହେଲେ ଦେବାକୁ ହୁଏ ଏହି ଟେଷ୍ଟ

ଡିସ୍କଭରୀ ଚାନେଲ୍‌ରେ ଆରମ୍ଭ ହୋଇଯାଇଛି ଷ୍ଟାର୍ ଭର୍ସେସ୍‌ ଫୁଡ୍‌ର ସେକେଣ୍ଡ ସିଜିନ୍। ଶୋ’ର ପ୍ରଥମ ଏପିଶୋଡରେ ଜାହ୍ନବୀ କପୁର ଯୋଗ ଦେଇଥିବା ବେଳେ ସେ କୋରିୟାନ୍ ମିଲ୍ ତିଆରି କରୁଥିବା ଦେଖାଯାଇଛି। ତେବେ ଜାହ୍ନନୀ କପୁରଙ୍କ ଏହି କୁକିଂ ଏକ୍ସପେରିମେଣ୍ଟ୍‌ରେ ତାଙ୍କୁ ସହଯୋଗ କରିଥିଲେ ଜେଡବ୍ଲ୍ୟୁ ମେରିୟମର କାର୍ଯ୍ୟକାରୀ ପରିଚାଳକ ସୈଫ ଅଭିଷେକ ବସୁ। ଏହି ଶୋ’ରେ ଜାହ୍ନବୀଙ୍କ କୁକିଂ ଏକ୍ସପେରିମେଣ୍ଟ ଦେଖିବାକୁ ଯେତିକି ମଜ୍ଜା ଲାଗିଥିଲା, ଏହି ସମୟରେ ସେ ମଧ୍ୟ ତାଙ୍କ ପରିବାରର ଏକ ମଜ୍ଜଦାର ପରମ୍ପରାର ପର୍ଦାଫାସ କରିଥିବା ଦେଖାଯାଇଥିଲା।

author-image
Pramod Behera
Janhavi Kapoor

Janhavi Kapoor

ନୂଆଦିଲ୍ଲୀ : ଡିସ୍କଭରୀ ଚାନେଲ୍‌ରେ ଆରମ୍ଭ ହୋଇଯାଇଛି ଷ୍ଟାର୍ ଭର୍ସେସ୍‌ ଫୁଡ୍‌ର ସେକେଣ୍ଡ ସିଜିନ୍। ଶୋ’ର ପ୍ରଥମ ଏପିଶୋଡରେ ଜାହ୍ନବୀ କପୁର ଯୋଗ ଦେଇଥିବା ବେଳେ ସେ କୋରିୟାନ୍ ମିଲ୍ ତିଆରି କରୁଥିବା ଦେଖାଯାଇଛି। ତେବେ ଜାହ୍ନନୀ କପୁରଙ୍କ ଏହି କୁକିଂ ଏକ୍ସପେରିମେଣ୍ଟ୍‌ରେ ତାଙ୍କୁ ସହଯୋଗ କରିଥିଲେ ଜେଡବ୍ଲ୍ୟୁ ମେରିୟମର କାର୍ଯ୍ୟକାରୀ ପରିଚାଳକ ସୈଫ ଅଭିଷେକ ବସୁ। ଏହି ଶୋ’ରେ ଜାହ୍ନବୀଙ୍କ କୁକିଂ ଏକ୍ସପେରିମେଣ୍ଟ ଦେଖିବାକୁ ଯେତିକି ମଜ୍ଜା ଲାଗିଥିଲା, ଏହି ସମୟରେ ସେ ମଧ୍ୟ ତାଙ୍କ ପରିବାରର ଏକ ମଜ୍ଜଦାର ପରମ୍ପରାର ପର୍ଦାଫାସ କରିଥିବା ଦେଖାଯାଇଥିଲା।

Advertisment

ଜାହ୍ନବୀ କହିଛନ୍ତି ଯେ ତାଙ୍କ ଘରେ କପୁର ଟେଷ୍ଟ୍ ହୋଇଥାଏ, ଯାହା ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ କ୍ଷେତ୍ରରେ ଲାଗୁ କରାଯାଇଥାଏ। ସେ କହିଛନ୍ତି ଯେ “ଆମ କିଚେନ୍‌ରେ ଯଦି କିଏ ମସଲାକୁ ଦରଦାସ୍ତ କରି ନ ପାରିଲା ତେବେ ସେ କପୁର ନୁହେଁ। ତାକୁ ଜୀବନ ସାରା ଲଜ୍ଜିତ ହେବାକୁ ପଡିବ ଏବଂ ଅଲଗା ଟେବୁଲରେ ଖାଇବାକୁ ପଡିବ।”

Advertisment

‘ଷ୍ଟାର୍ ଭର୍ସେସ୍‌ ଫୁଡ୍‌ ୨’ରେ ଜାହ୍ନବୀ ପାରମ୍ପରିକ କୋରିୟାନ ଖାଦ୍ୟ କରିଥିଲେ ଯେଉଁଥିରେ ବିବିମବାପ୍ ଓ ହେମୁଲ୍ ପେଜନ୍‌ ଭଳି ଡିସ୍ ସାମିଲ୍ ଥିଲା। ଜାହ୍ନବୀ ଭିନ୍ନ ଭିନ୍ନ ଧରଣର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ତିଆରି କରିଥିଲେ ଏବଂ ସେଫଙ୍କ ସବୁ ଆଦେଶକୁ ପାଳନ କରିଥିଲେ।

ଜାହ୍ନବୀଙ୍କ ବ୍ୟତୀତ ପରବର୍ତ୍ତୀ ସମୟରେ ଏହି ଶୋ’ରେ ନୋରା ଫତେହୀ, ଅନନ୍ୟା ପାଣ୍ଡେ, ଅନିଲ କପୁର, ଜାକିର ଖାନ, ବାଦଶାହା ମଧ୍ୟ ନଜର ଆସିବେ। ତେବେ ଏହି ଶୋ’କୁ ଦେଖିଲା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଅଭିନୟ ଠାରୁ ରୋଷେଇ କରିବା ଅଧିକ କଷ୍ଟକର। ଏହା ପୂର୍ବରୁ ‘ଷ୍ଟାର୍ ଭର୍ସେସ୍‌ ଫୁଡ୍‌’ର ପ୍ରଥମ ସିଜିନ୍‌ରେ କରୀନା କପୁର, କରଣ ଜୋହର, ମଲାଇଲା ଅରୋରା, ଅର୍ଜୁନ୍ କପୁର ଓ ପ୍ରତୀକ ଗାନ୍ଧୀ ନଜର ଆସି ସାରିଛନ୍ତି।

Janhvi Kapoor Entertainment
Advertisment
Advertisment