/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633259555.jpg)
Janhvi Kapoor in the lap of nature
ମୁମ୍ବାଇ : ଶ୍ରୀଦେବୀ ଲଳନା ତଥା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ବୁଲାବୁଲିକୁ ବହୁତ ପସନ୍ଦ କରନ୍ତି। ନିଜ ସାଙ୍ଗସାଥିମାନଙ୍କ ସହିତ ୱିକେଣ୍ଡ ମସ୍ତିର ମୌକାକୁ ସେ କେବେ ବି ଛାତଛଡା କରନ୍ତି ନାହିଁ। ଏବେ ଜାହ୍ନବୀ ନିଜ ସାଙ୍ଗମାନଙ୍କ ସହିତ ଜଙ୍ଗଲରେ ବୁଲୁଛନ୍ତି। ଏହି ଭ୍ରମଣକାଳୀନ ସମୟରେ ସେ ଅନେକ ଫଟୋ ଉଠାଇବା ସହିତ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରୁଛନ୍ତି। ଏହି ଫଟୋଗୁଡିକରେ ଜାହ୍ନବୀ ପ୍ରକୃତିକୁ ଉପଭୋଗ କରୁଥିବା ନଜର ଆସନ୍ତି। ଏଥିରୁ ଲାଗୁଛି ଯେ ସେ ତାଙ୍କ ସହରୀ ଜୀବନରେ ବ୍ୟତିବ୍ୟସ୍ତ ହୋଇ ପ୍ରକୃତି କୋଳକୁ ଫେରିଯାଇଛନ୍ତି।
ପ୍ରକୃତି କୋଳରେ ଜାହ୍ନବୀ କପୁର୍ନିକଟରେ ଜାହ୍ନବୀ ଜଙ୍ଗଲ ବୁଲୁଥିବା ବେଳେ ଗଛ ଓ ଫୁଲମାନଙ୍କ ଗହଣରେ ରହି ପ୍ରକୃତିକୁ ଉପଭୋଗ କରୁଛନ୍ତି। କିଛି କିଛି ଫଟୋରେ ସେ ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରୁଥିବା ବେଳେ କେତେକ ଫଟୋରେ ସେ ତାଙ୍କ ସାଙ୍ଗମାନଙ୍କ ସହ ନଦୀ କୂଳ ବୁଲୁଥିବା ନଜର ଆସନ୍ତି। ଫଟୋରେ ଜାହ୍ନବୀ ଓ ତାଙ୍କ ସାଙ୍ଗମାନଙ୍କ ହାତରେ ଯୋଗ ମ୍ୟାଟ୍ ବି ଥିବା ଦେଖାଯାଏ।
ସାଙ୍ଗମାନଙ୍କ ସହ ଜାହ୍ନବୀ Also Read
ଏହି ଆଡ୍ଭେଞ୍ଜର୍ ଟ୍ରେକିଂରେ ଜାହ୍ନବୀ କପୁରଙ୍କୁ ସବୁଜୀମାଭରା ଗଛଲତା ସହିତ ପ୍ରଜାପତିଙ୍କ ମେଳରେ ଦେଖିବାକୁ ମିଳେ। ଏହା ସହିତ ସେ ନଦୀରେ ପହଁରୁଥିବା ମଧ୍ୟ ଦେଖାଯାଆନ୍ତି। ଦୁଇ ପାଖରେ ଦୁଇଟି ବେଣୀ ସହିତ ଧଳା ରଙ୍ଗର ଟ୍ୟାଙ୍କ୍ ଟପ୍ ଓ ସବୁଜ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ମେକଅପ୍ ଫ୍ରୀ ଚେହେରାରେ ଜାହ୍ନବୀ ଖୁବ ସୁନ୍ଦର ଓ କ୍ୟୁଟ୍ ଲାଗୁଛନ୍ତି।
ମେକ୍ଅପ୍ ଫ୍ରୀ ଅବସ୍ଥାରେ ଜାହ୍ନବୀଜଙ୍ଗଲ ଭିତରେ ଭ୍ରମଣ କରୁଥିବା ବେଳର ଅନେକ ଫଟୋ ଶେୟାର କରି ଜାହ୍ନବୀ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ 'les fleurs du mal.' ଏହା ଫ୍ରେଞ୍ଚ୍ କବିତାର କଲେକ୍ସନରୁ ଉଦ୍ଧୃତ ହୋଇଛି। ଏହାର ଅର୍ଥ ହେଉଛି ‘ଦୃଷ୍ଟତାର ଫୁଲ’।
ସହରୀ ଜୀବନରେ ବ୍ୟସ୍ତ ହୋଇ ପ୍ରକୃତିକୁ ଉପଭୋଗ କରୁଛନ୍ତି ଜାହ୍ନବୀ କପୁରଜାହ୍ନବୀଙ୍କ ପ୍ରୋଜେକ୍ଟର କଥା ଯଦି ଆଲୋଚନା କରାଯାଏ ତେବେ ତାଙ୍କୁ ଶେଷ ଥର ପାଇଁ ‘ରୁହୀ’ରେ ଦେଖାଯାଇଥିଲା। ଏହା ଏକ ହରର କମେଡୀ ଫିଲ୍ମ ଥିଲା। ଏଥିରେ ତାଙ୍କ ସହିତ ରାଜ କୁମାର ତାୱ ଓ ବରୁଣ ଶର୍ମା ଥିଲେ। ତେବେ ଫିଲ୍ମକୁ ସେଭଳି ସଫଳତା ମିଳି ନ ଥିଲା।
ୱିକେଣ୍ଡ ମସ୍ତିରେ ଜାହ୍ନବୀ କପୁରବର୍ତ୍ତମାନ ଜାହ୍ନବୀଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ଏଥିରେ ‘ଗୁଡ୍ ଲକ୍ ଜେରୀ’ ଓ ‘ଦୋସ୍ତାନା ୨’ର ନାମ ସାମିଲ ରହିଛି। ଏହି ଦୁଇଟି ଫିଲ୍ମରେ ଜାହ୍ନବୀଙ୍କୁ ନିଆରା ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିବ।
ନଦୀ କୂଳରେ ସାଙ୍ଗମାନଙ୍କ ଗହଣରେ ଜାହ୍ନବୀଫିଲ୍ମ ଦୁନିଆ ଛଡା ଫିଟ୍ନେସ୍ ନେଇ ଜାହ୍ନବୀ ମଧ୍ୟ ବେଶ ପରିଚିତ। ଅନେକ ସମୟରେ ତାଙ୍କୁ ଜୀମ ସେଣ୍ଟର ପାଖରେ ଦେଖାଯାଏ। ସେ ମଧ୍ୟ ତାଙ୍କର ୱର୍କଆଉଟ୍ ଫଟୋ ଶେୟାର କରନ୍ତି, ଯାହା ଏବେ ଭାଇରାଲ୍ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)