Advertisment

Jailer: ଜେଲର୍ ପାଇଁ ପ୍ରଶଂସକ ପାଗଳ: ଦୁଇ ଦିନରେ ୭୫ କୋଟିରୁ ଅଧିକ ରୋଜଗାର

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ସବୁବେଳେ ପାଗଳ। ଅନ୍ୟପକ୍ଷରେ, ଯଦି ତାଙ୍କ ଫିଲ୍ମ ବହୁ ବର୍ଷର ବ୍ୟବଧାନ ପରେ ପ୍ରେକ୍ଷାଳୟକୁ ଆସେ ତେବେ କିଏ ତାଙ୍କ ଫିଲ୍ମ ଦେଖିବାକୁ ଯିବ ନାହିଁ, ଏହା ହୋଇ ନ ପାରେ।

author-image
Pramod Behera
Jailer box office collection day 2

Jailer box office collection day 2

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ସବୁବେଳେ ପାଗଳ। ଅନ୍ୟପକ୍ଷରେ, ଯଦି ତାଙ୍କ ଫିଲ୍ମ ବହୁ ବର୍ଷର ବ୍ୟବଧାନ ପରେ ପ୍ରେକ୍ଷାଳୟକୁ ଆସେ ତେବେ କିଏ ତାଙ୍କ ଫିଲ୍ମ ଦେଖିବାକୁ ଯିବ ନାହିଁ, ଏହା ହୋଇ ନ ପାରେ।

Advertisment

ତେବେ ଦୁଇ ଦିନ ପୂର୍ବେ ମୁକ୍ତିଲାଭ କରିଥିବା ‘ଜେଲର୍‌’କୁ ନେଇ ମଧ୍ୟ ସେମିତି କିଛି ଦେଖିବାକୁ ମିଳୁଛି, ଯାହା ଦୁଇ ଦିନ ଭିତରେ କେବଳ ଭାରତରେ ୭୫ କୋଟିରୁ ଅଧିକ ରୋଜଗାର କରିସାରିଛି। ତେବେ ଶନିବାର ଏବଂ ରବିବାର ଦିନ ଏହାର ରୋଜଗାର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଆସନ୍ତୁ ଜାଣିବା ରଜନୀକାନ୍ତଙ୍କ ‘ଜେଲର’ ବକ୍ସ ଅଫିସରେ କେତେ ରୋଜଗାର କରିଛି...

ବକ୍ସ ଅଫିସ୍ ଟ୍ରାକର ସଚନିକଙ୍କ ଅନୁଯାୟୀ ‘ଜେଲର’ ଦ୍ୱିତୀୟ ଦିନରେ ୨୭ କୋଟି ରୋଜଗାର କରିଛି। ପ୍ରଥମ ଦିନରେ ୪୮.୩୫ କୋଟି ଟଙ୍କା ରୋଜଗାର କରିଥିଲ। ଦୁଇ ଦିନର ରୋଜଗାରକୁ ଦେଖିଲେ ଫିଲ୍ମ ମୋଟ୍‌ ୭୫.୩୫ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ, ଯଦି ବିଶ୍ୱବ୍ୟାପୀ ରୋଜଗାର ଦେଖାଯାଏ ତେବେ ପ୍ରଥମ ଦିନରେ ‘ଜେଲର’ ସାରା ବିଶ୍ୱରେ ୭୨ କୋଟି ଟଙ୍କା ରୋଜଗାର କରିଥିଲା

Advertisment

ପ୍ରକାଶଥାଉ ଯେ ସୁପରଷ୍ଟାର ରଜନୀକାନ୍ତଙ୍କ ବ୍ୟତୀତ ଶିବ ରାଜକୁମାର, ମିରନା ମେନନ୍, ତମନ୍ନା ଭାଟିଆ, ମୋହନଲାଲ ଏବଂ ବସନ୍ତ ରବି ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସନ୍ତି। ୨୦୦ କୋଟି ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମର ଗୀତଗୁଡିକ ଆଜିକାଲି ଖୁବ ଚର୍ଚ୍ଚାରେ ରହିଛି। ଏଥି ସହିତ, ପ୍ରଥମ ଦିନରେ ଫିଲ୍ମ ରୋଜଗାର କ୍ଷେତ୍ରରେ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି।

Bollywood Rajnikanth
Advertisment
Advertisment