Advertisment

ଆରପାରିରେ ଟିଭି ଦୁନିଆର ଆଉ ଜଣେ କଳାକାର

ଟିଭି ଦୁନିଆରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କ କମ ବର୍ଷ ବୟସରେ ବିୟୋଗ ହୋଇଛି। ‘MTV ଲଭ ସ୍କୁଲ’ ଫେମ୍‌ ଜଗନୂର ଅନେଜାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଶର୍‌ର ଇଜିପ୍ଟରେ ଥିବାବେଳେ ତାଙ୍କର ଏହି ମୃତ୍ୟୁ ହୋଇଛି।

author-image
Pramod Behera
Jagnoor Aneja passes away

Jagnoor Aneja passes away

ନୂଆଦିଲ୍ଲୀ : ଟିଭି ଦୁନିଆରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କ କମ ବର୍ଷ ବୟସରେ ବିୟୋଗ ହୋଇଛି। ‘MTV ଲଭ ସ୍କୁଲ’ ଫେମ୍‌ ଜଗନୂର ଅନେଜାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଶର୍‌ର ଇଜିପ୍ଟରେ ଥିବାବେଳେ ତାଙ୍କର ଏହି ମୃତ୍ୟୁ ହୋଇଛି।

Advertisment
Jagnoor Aneja passes awayଆରପାରିରେ ଜଗନୂର ଅନେଜା

ସୂଚନା ମୁତାବକ ଜଗନୂର ଅନେଜା ମିଶର ଭ୍ରମଣରେ ଯାଇଥିଲେ। ସୋସିଆଲ୍ ମିଡିଆରେ ଜଗନୂର ପ୍ରାୟ ସବୁବେଳେ ତାଙ୍କ ମିଶ୍ର ଭ୍ରମଣର ଫଟୋ ଶେୟାର କରନ୍ତି। ବୁଧବାର ଏହି ଅଭିନେତା ଇନ୍‌ଷ୍ଟାଗ୍ରାମରେ ତାଙ୍କ ଭ୍ରମଣର ଫଟୋ ମଧ୍ୟ ଶେୟାର କରିଥିଲେ । ସେ ଏକ ଭିଡିଓ ଶେୟାର କରିଥିଲେ ଯେଉଁଥିରେ ସେ ମିଶ୍ରର ଖୁବ ଆକର୍ଷଣୀୟ ଦୃଶ୍ୟ ଓ ପିରାମିଡ୍‌ ପାଖରେ ଠିଆହେବାର ନଜର ଆସିଥିଲେ। ତେବେ ଏହି ଫଟୋ ଓ ଭିଡିଓରେ ଜଗନୂର୍ ପୂରା ଫିଟ୍ ଥିବା ଦେଖାଯାଉଥିଲେ।

Advertisment

ତେବେ ପିରାମିଡ୍ ପାଖରେ ପୋଜ୍ ଦେଇ ପୋଷ୍ଟ କରିଥିବା ରିଲ୍ ଭିଡିଓରେ ଜଗନୂର୍ କ୍ୟାପ୍‌ସନ୍ ଦେଇ ଲେଖିଥିଲେ ଯେ, ଗୋଟିଏ ସ୍ୱପ୍ନ ସତ ହେଲା ଯେତେବେଳେ ମୁଁ ଗିଜାର ପିରାମିଡ୍‌ ଦେଖିଲି। ମୋ ଅପେକ୍ଷିତ ତାଲିକାର ଗୋଟିଏ ଇଛା ପୂରଣ ହେଲା ବୋଲି ସେ ଲେଖିଥିଲେ। ହେଲେ କିଏ ଜାଣିଥିଲା ଜଗନୂରଙ୍କ ଏହି ଭ୍ରମଣ ଶେଷ ଭ୍ରମଣ ହେବ ବୋଲି। ତାଙ୍କର ବାକି ରହିଥିବା ସ୍ୱପ୍ନ ଏଇଠି ଅଧୁରା ରହିଯିବ ବୋଲି। ତେବେ ଜଗନୂରଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଶୋକରେ ଅଛନ୍ତି। ଏହି ଖବରକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।

ଜଗନୂର ଏମ୍‌ଟିଭି ଲଭ୍‌ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ସିଜନ୍‌ରେ ଭାଗ ନେଇଥିଲେ। ପ୍ରଥମ ସିଜନ୍‌ରେ ସେ ତାଙ୍କ ପ୍ରେମିକା ମନୀଷାଙ୍କ ସହ ସଂପର୍କକୁ ଦୃଢ କରିବା ନେଇ ଚେଷ୍ଟା କରିଥିଲେ ମଧ୍ୟ ତାହା ହୋଇପାରି ନ ଥିଲା। ପରେ ଜଗନୂର୍ ତାଙ୍କ ପୂର୍ବତନ ପ୍ରେମିକା ମୋନିକାଙ୍କ ସହିତ ସଂପର୍କକୁ ସମାଧାନ କରିବା ନେଇ ଚେଷ୍ଟା କରିଥିଲେ। ତେବେ ତାଙ୍କ କଥା ରହିଲା ନାହିଁ ଏବଂ ଉଭୟଙ୍କ ବ୍ରେକ୍‌ଅପ୍ ହୋଇଗଲା। ଶୋ’ର ଆଉ ଜଣେ ପ୍ରତିଯୋଗୀ ଜଗନୂରଙ୍କ ଯୌନ ସମ୍ବନ୍ଧକୁ ନେଇ ପ୍ରଶ୍ନ ଉଠାଇଥିଲେ ଓ ତାଙ୍କୁ ଗେ ବୋଲି କହିଥିଲେ।

ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁର ଦୁଃଖ ବଲିଉଡ୍ ପ୍ରେମୀଙ୍କ ମନକୁ ଯାଇ ନ ଥିବା ବେଳେ ପୁଣି ଜଗନୂରଙ୍କ ମୃତ୍ୟୁ ସେମାନଙ୍କ ଆଖିକୁ ଅଶ୍ରୁଳ କରିଦେଇଛି। ସୁଶାନ୍ତଙ୍କ ମୃତ୍ୟୁ ୩୪ ବର୍ଷରେ ହୋଇଥିବା ବେଳେ ସିଦ୍ଧାର୍ଥଙ୍କ ମୃତ୍ୟୁ ୪୦ ବର୍ଷରେ ହୋଇଥିଲା।

Entertainment Jagnoor Aneja
Advertisment
Advertisment