Advertisment

କେତେ ପାଠ ପଢିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌...

ଆଜିକାଲି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ପିଲାଦିନରୁ ଜ୍ୟାକ୍‌ଲିନ୍‌ ଫିଲ୍ମ ଜଗତରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅଭିନୟ ପାଠ ମଧ୍ୟ ପଢିଛନ୍ତି। ଆପଣ ଜାଣନ୍ତି କି ତାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଜାଣନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Jacqueline Fernandez educational qualification

Jacqueline Fernandez educational qualification

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ ୧୧ ଅଗଷ୍ଟ ୧୯୮୫ ରେ ବାହାରିନ୍‌ର ମନାମାରେ ଜନ୍ମଗ୍ରହଣ କରିଥିଲେ। ଜ୍ୟାକ୍‌ଲିନ୍‌ଙ୍କ ବାପା ଶ୍ରୀଲଙ୍କାରେ ରହୁଥିବା ବେଳେ ତାଙ୍କ ନାମ ଏଲ୍ରୋ ଫର୍ଣ୍ଣାଣ୍ଡିଜ୍, ସିଏ ବୃତ୍ତିରେ ଜଣେ ବ୍ୟବସାୟୀ। ଜ୍ୟାକ୍‌ଲିନ୍‌ଙ୍କ ମା’ କିମ୍‌ ହେଉଛନ୍ତି ଜଣେ ମାଲେସିୟାନ୍। ସେ ଜଣେ ଏୟାର ହୋଷ୍ଟେସ୍। ଜ୍ୟାକ୍‌ଲିନ୍‌ଙ୍କର ୨ ବଡ଼ ଭାଇ ଏବଂ ଜଣେ ଭଉଣୀ ମଧ୍ୟ ଅଛନ୍ତି।

Advertisment

ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କର ପ୍ରାରମ୍ଭିକ ଶିକ୍ଷା ବାହାରିନର ସାକ୍ରେଡ୍ ହାର୍ଟ ସ୍କୁଲରୁ ଶେଷ କରିଥିଲେ। ଏହା ପରେ ସେ ସିଡ୍‌ନୀ ୟୁନିଭର୍ସିଟିରୁ ମାସ୍‌ କମ୍ୟୁନିକେସନନ୍‌ରେ ସ୍ନାତକ କରିଥିଲେ। ସେ ଭ୍ରମଣ, ଜିମ୍ନାଷ୍ଟିକ୍, ଡ୍ୟାନ୍ସ ଏବଂ ପହଁରିବାକୁ ବହୁତ ଭଲ ପାଆନ୍ତି।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସ୍କୁଲରେ ପଢିବା ବେଳେ ମାତ୍ର ୧୪ ବର୍ଷ ବୟସରେ ଏକ ଟିଭି ଶୋ’ର ହୋଷ୍ଟ୍ କରିଥିଲେ। ଯଦିଓ ସେ ବାହାରିନରେ ବଢିଥିଲେ ଏବଂ ଅଷ୍ଟ୍ରେଲିଆରେ ପାଠପଢା ଶେଷ କରିଥିଲେ, ତଥାପି ସେ ଶ୍ରୀଲଙ୍କାରେ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୬ ମସିହାରେ, ସେ ମିସ୍ ଶ୍ରୀଲଙ୍କା ହୋଇଥିଲେ। ଯେତେବେଳେ ସେ ଏକ ମଡେଲିଂ ଆସାଇନ୍‌ମେଣ୍ଟ୍‌ ପାଇଁ ଭାରତ ଆସିଥିଲେ ସେତେବେଳେ ତାଙ୍କୁ ବଲିଉଡ୍‌ ଫିଲ୍ମ ଅଫର୍‌ କରାଯାଇଥିଲ। ସେ ଜନ୍ ସ୍କୁଲ୍ ଅଫ୍ ଆକ୍ଟିଂରୁ ଅଭିନୟ ତାଲିମ ଗ୍ରହଣ କରିଥିଲେ।

Advertisment

ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ କିଛି ବର୍ଷ ପାଇଁ ବାହାରିନର ରାଜକୁମାରଙ୍କୁ ଡେଟ୍‌ କରୁଥିଲେ। ରିପୋର୍ଟ ଅନୁଯାୟୀ, ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା। ବଲିଉଡ୍‌କୁ ଆସିବା ପରେ ସେ ସାଜିଦ ଖାନଙ୍କୁ ୩ ବର୍ଷ ପାଇଁ ଡେଟ୍‌ କରିଥିଲେ। ତେବେ ସାଜିଦ ଖାନଙ୍କ ଅତ୍ୟଧିକ ଚାପ ଯୋଗୁଁ ଜ୍ୟାକ୍‌ଲିନ୍‌ ଏବଂ ତାଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଥିଲା। ଜ୍ୟାକ୍‌ଲିନ୍‌ ଶ୍ରୀଲଙ୍କାରେ ଏକ ଏନ୍‌ଜିଓ ମଧ୍ୟ ଚଲାନ୍ତି।

ଜ୍ୟାକ୍‌ଲିନ୍‌ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୬ କୋଟି ୩୧ ଲକ୍ଷ ଫଲୋର୍ସ ଅଛନ୍ତି। ଜ୍ୟାକ୍‌ଲିନ୍ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି। ଆଜିକାଲି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ନେଇ ଜ୍ୟାକ୍‌ଲିନ୍‌ ଚର୍ଚ୍ଚାରେ ଅଛନ୍ତି। ଇଡି ଦ୍ୱାରା ତାଙ୍କ ଉପରେ ମଧ୍ୟ ତଦନ୍ତ ଚାଲିଛି।

Bollywood Jacqueline Fernandez
Advertisment
Advertisment