Advertisment

ହେଇଗଲା କି ସୋନାକ୍ଷୀ ସିହ୍ନାଙ୍କ ରିଙ୍ଗ ସେରିମନୀ, ଦେଖନ୍ତୁ ଫଟୋ…

ସୋନାକ୍ଷୀ ସିହ୍ନାଙ୍କ ଫଟୋ ଇଣ୍ଟର୍‌ନେଟ୍‌ରେ ହଙ୍ଗାମା ସୃଷ୍ଟି କରିଛି। ସୋନାକ୍ଷୀ ଯେଉଁଭଳି ଭାବରେ ଏହି ଫଟୋଗୁଡିକୁ ଶେୟାର୍ କରିଛନ୍ତି ଓ କ୍ୟାପ୍‌ସନ୍ ଦେଇଛନ୍ତି ତାହା ହଇଚଇ ସୃଷ୍ଟି କରିଛି। ସେ ତାଙ୍କ ହାତରେ ଥିବା ମୁଦିକୁ ଦେଖେଇ ଜଣେ ଲୋକର ହାତ ଧରିଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Is Sonakshi Sinha engaged, actress shows off ring

Is Sonakshi Sinha engaged, actress shows off ring

ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ତାଜା ଫଟୋ ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ହଙ୍ଗାମା ସୃଷ୍ଟି କରିଛି। ସୋନାକ୍ଷୀ ଯେଉଁଭଳି ଭାବରେ ଏହି ଫଟୋଗୁଡିକୁ ଶେୟାର୍ କରିଛନ୍ତି ଓ କ୍ୟାପ୍‌ସନ୍ ଦେଇଛନ୍ତି ତାହା ହଇଚଇ ସୃଷ୍ଟି କରିଛି। ସେ ତାଙ୍କ ହାତରେ ଥିବା ରିଙ୍ଗ୍‌କୁ ଦେଖେଇ ଜଣେ ଅଜଣା ଲୋକର ହାତ ଧରିଥିବା ଦେଖାଯାଏ।

Advertisment

ଫଟି ଶେୟାର କରି ସୋନାକ୍ଷୀ ଲେଖିଛନ୍ତି, “ମୁଁ ଯେଉଁଦିନକୁ ଅପେକ୍ଷା କରିଥିଲି ସେହି ଦିନଟି ଆସିଛି।” ଏପରି ପରିସ୍ଥିତିରେ ଏହି ଫଟୋ ଦେଖି ବର୍ତ୍ତମାନ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ରିଙ୍ଗ୍ ସେରିମନୀକୁ ନେଇ ଗୁଜବ ଖେଳିଯାଇଛି। ଯଦିଓ ଆମେ ସୋନାକ୍ଷୀଙ୍କ ତରଫରୁ ଏହାର ସୁନିଶ୍ଚିତତାକୁ ଅପେକ୍ଷା କରିଛୁ ଏହାରି ମଧ୍ୟରେ ଅନେକ ଲୋକ ଅଭିନେତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ୍ ମିଡିଆରେ ଏହି ଫଟୋ ଶେୟାର କରି ସୋନାକ୍ଷୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଏହା ମୋ ପାଇଁ ଏକ ବଡ଼ ଦିନ। ମୋର ସବୁଠୁ ବଡ ସ୍ୱପ୍ନ ମଧ୍ୟରୁ ଗୋଟିଏ ସାକାର ହେବାକୁ ଯାଉଛି… ଏବଂ ମୁଁ ଏହାକୁ ସମସ୍ତଙ୍କ ସହ ବାଣ୍ଟିବାକୁ ଆଉ ଅପେକ୍ଷା କରିପାରିବି ନାହିଁ। ଏତେ ସହଜ ହୋଇଯିବ ବୋଲି ଭାବି ନଥିଲି।”

Advertisment

ପ୍ରକାଶଥାଉ ଯେ ପୂର୍ବରୁ ଖବର ଆସିଥିଲା ​​ଯେ ସୋନାକ୍ଷୀ ଅଭିନେତା ଜହିର ଇକ୍‌ବାଲ୍‌ଙ୍କୁ ଡେଟ୍‌ କରୁଛନ୍ତି। ସୋନାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ ଯେ ଜହିର ତାଙ୍କର ସବୁଠାରୁ ଭଲ ବନ୍ଧୁ। ଏହି ଖବର ଉପରେ ଦୁହେଁ ବହୁତ ହସିଥିଲେ କାରଣ ଏହା ସେମାନଙ୍କ ପାଇଁ ବହୁତ ମଜାଦାର ଥିଲା। ସୋନାକ୍ଷୀ ଏବଂ ଜହିର 'ଡବଲ୍ ଏକ୍ସଏଲ୍' ଫିଲ୍ମରେ ଏକାଠି କାମ କରିଛନ୍ତି।

ତେବେ ସୋସିଆଲ ମିଡିଆ ଯୁଗରେ ଏହା ଅନେକ ଥର ଘଟିଛି ଯେତେବେଳେ ତାରକାମାନେ ସେମାନଙ୍କର କୌଣସି ଗୀତ, କୌଣସି ବ୍ୟବସାୟ କିମ୍ବା କୌଣସି ଫିଲ୍ମର ପ୍ରମୋସନ ପାଇଁ ଏହିପରି ରହସ୍ୟମୟ ପୋଷ୍ଟ୍‌ଗୁଡିକ ଶେୟାର କରିଥାନ୍ତି। ବୋଧହୁଏ ଏହା ମଧ୍ୟ ସୋନାକ୍ଷୀଙ୍କ କିଛି ପ୍ରମୋଶନ କାର୍ଯ୍ୟକଳାପ ହୋଇଥାଇପାରେ। ପ୍ରକାଶଥାଉ ଯେ ନିକଟରେ ଦେବୋଲିନା ଅଭିନେତା ବିଶାଲ ସିଂଙ୍କ ସହ ତାଙ୍କର ରିଙ୍ଗ ସେରିମନୀର ଫଟୋ ମଧ୍ୟ ଶେୟାର କରିଥିଲେ ଏବଂ ପରେ କହିଥିଲେ ଯେ ଏହା ହେଉଛି ତାଙ୍କର ନୂଆ ଗୀତର ଥିମ୍।

Bollywood Sonakshi Sinha
Advertisment
Advertisment