Advertisment

‘ମାନିକେ ମାଗେ ହିଥେ’ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ତଳ

କିଛି ଦିଅନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଗାୟିକା ରାନୁ ମଣ୍ତଳ। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟେସନ୍‌ ସିଙ୍ଗରରୁ ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିଲେ ରାନୁ ମଣ୍ତଳ। ପୁଣିଥରେ ଏକ ବହୁଚର୍ଚ୍ଚିତ ଶ୍ରୀଲଙ୍କାନ୍ ଗାୟିକା ୟୋହାନୀଙ୍କ ଲୋକପ୍ରିୟ ଗୀତ ‘ମାନିକେ ମାଗେ ହିଥେ’ କୁ ନିଜ ଅନ୍ଦାଜରେ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ranu Mandal

Ranu Mandal

ନୂଆଦିଲ୍ଲୀ: କିଛି ଦିଅନର ନିରବତା ପରେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଗାୟିକା ରାନୁ ମଣ୍ତଳ। ପଶ୍ଚିମବଙ୍ଗ ରାଣାଘାଟ ରେଳ ଷ୍ଟେସନରେ ଏକ ଗୀତ ଗାଇ ରାତାରାତି ଷ୍ଟେସନ୍‌ ସିଙ୍ଗରରୁ ବଲିଉଡ୍‌ ସିଙ୍ଗର ପାଲଟି ଯାଇଥିଲେ ରାନୁ ମଣ୍ତଳ। ପୁଣିଥରେ ଏକ ବହୁଚର୍ଚ୍ଚିତ ଶ୍ରୀଲଙ୍କାନ୍ ଗାୟିକା ୟୋହାନୀଙ୍କ ଲୋକପ୍ରିୟ ଗୀତ ‘ମାନିକେ ମାଗେ ହିଥେ’ କୁ ନିଜ ଅନ୍ଦାଜରେ ଗାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରାନୁ ମଣ୍ତଳ ୨୦୧୯ ରେ ଲତା ମଙ୍ଗେସ୍କରଙ୍କ ଆଇକନିକ ଗୀତ ‘ଏକ ପ୍ୟାରକା ନଗମା’ଗୀତ ଗାଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲେ। ତାଙ୍କର ଏହି ଭିଡିଓଟି ୨.୫ ମିଲିୟନ୍ ଥର ଦେଖାଯାଇଥିଲା। ଏନେଇ ଖୁବ୍ ଶୀଘ୍ର ତାଙ୍କୁ ମୁମ୍ବାଇର ଏକ ରିଆଲିଟି ଶୋ’କୁ ଡକାଯାଇଥିଲା। ସେଠାରେ ବିଚାରପତି ଭାବେ ଉପସ୍ଥିତ ଥିବା ହିମେଶ ରେଶମିୟାଁ ତାଙ୍କର ବେଶ ପ୍ରଶଂସା କରିବା ସହ ତାଙ୍କ ଫିଲ୍ମ ହାପି ହାର୍ଡି ଏବଂ ହିର ପାଇଁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ରାନୁଙ୍କ ଗୀତ 'ତେରୀ ମେରୀ କାହାନି' ଲୋକଙ୍କ ମନକୁ ବେଶ ଛୁଇଁଥିଲା। ସେ ରାତାରାତି ଇଣ୍ଟରନେଟରେ ସେନସେସନ୍ ପାଲଟି ଯାଇଥିଲେ।

Advertisment

ନିକଟରେ ୟୁଟ୍ୟୁବର୍ ରୋନ୍ଧୋନ ପରିଚୋଇ ରାନୁଙ୍କର ‘ମାନିକେ ମାଗେ ହିଥେ’ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୪,୦୦୦ ଲୋକ ଦେଖିସାରିଲେଣି। ଏହି ଭିଡିଓଟିରେ ରାନୁ ନାଲି ଟି’ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ମାନିକେ ମାଗେ ହିଥେ ଗୀତ ଗାଉଥିବାର ଦେଖାଯାଇଛି। ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ରାନୁ ମଣ୍ତଳଙ୍କ ନୂଆ ଭିଡିଓ ଦେଖିବା ପରେ ବେଶ ପ୍ରଶଂସା କରିଛନ୍ତି।

‘ମାନିକେ ମାଗେ ହିଥେ’ ଗୀତଟିକୁ ଶ୍ରୀଲଙ୍କାର ଜଣେ ଜଣାଶୁଣା ଗାୟକ ୟୋହାନି ଦିଲୋକା ଦେ ସିଲଭା ଗାଇଛନ୍ତି। ସେ ୟୋହାନି ନାଁରେ ସେ ବେଶ୍‌ ପରିଚିତ। ୟୋହାନି ଏକାଧାରରେ ଜଣେ ଗାୟକ, ସଙ୍ଗୀତ ଲେଖକ, ରାପର୍‌ ଓ ପ୍ରଯୋଜକ। ସେ ପୂର୍ବରୁ ଅନେକ ଗୀତ ଗାଇ ଶ୍ରୀଲଙ୍କାରେ ପ୍ରଶଂସା ସାଉଣ୍ଟିଛନ୍ତି। ଏବେ ତାଙ୍କର ଏହି ନୂଆ ଗୀତ ଭାରତରେ ତାଙ୍କୁ ଲୋକପ୍ରିୟ କରାଇ ଦେଇଛି। ଏମିତିକି ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୟୋହାନିଙ୍କ ପ୍ରଶଂସା କରିଛନ୍ତି।

Manike Mage Hithe Ranu Mondal
Advertisment
Advertisment