Advertisment

ସାରା ଦୁନିଆକୁ ଚମକେଇଥିବା ୧୦ ଭାରତୀୟ ସୁନ୍ଦରୀ

ମିସ୍ ୟୁନିଭର୍ସ ଟାଇଟଲ ହାତେଇବାରେ ୩ୟ ଭାରତୀୟ ଭାବେ ହରନାଜ୍ ସାନ୍ଧୁ ଏବେ ଖୁବ୍ ଚର୍ଚ୍ଚାରେ। ଆଜିଯାଏ ଆନ୍ତର୍ଜାତୀୟ ସୁନ୍ଦରୀ କ୍ଷେତ୍ରରେ ୧୦ଜଣ ଭାରତୀୟ ଭାରତର ନାମକୁ ଚମକେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।

author-image
Pramod Behera
International beInternational beauty pageant winners of Indiaauty pageant winners of India

International beauty pageant winners of India

ମୁମ୍ବାଇ: ସାରା ଦୁନିଆରେ ତିନି ସ୍ତରରେ ଅନ୍ତରାଷ୍ଟ୍ରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ହୋଇଥାଏ। ସେସବୁ ମଧ୍ୟରେ ରହିଛି ମିସ୍ ୟୁନିଭର୍ସ, ମିସ୍ ୱାର୍ଲ୍ଡ ଓ ମିସ୍ ଆର୍ଥ। ଏହି ତିନି ପ୍ରତିଯୋଗିତାରେ ଭାରତ ନିଜର ପ୍ରତିଯୋଗୀ ଦେଇଛି ଆଉ ବିଜୟର ଟିକା ପିନ୍ଧିଛି।

Advertisment

ଯଦି ୫୫ ବର୍ଷ ପୂର୍ବ ଘଟଣାକୁ ଦେଖାଯାଏ ତେବେ ୧୯୬୬ରେ ରୀତା ଫରିୟା ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଜିତିବାରେ ପ୍ରଥମ ଭାରତୀୟ ଥିଲେ। ସେ ମିସ୍ ୱାର୍ଲ୍ଡ ହେବା ନେଇ ପ୍ରଥମ ଭାରତୀୟ ମହିଳା ଥିଲେ। ଆଜି ୫୫ ବର୍ଷ ପରେ ବିଶ୍ୱ ସୁନ୍ଦରୀ ହେବାରେ ଏହି ତିନି ପ୍ରତିଯୋଗିତାରେ ୧୦ଜଣ ଭାରତୀୟ ନିଜ ନାଁକୁ ସାମିଲ କରି ସାରା ଦୁନିଆରେ ଭାରତର ନାଁକୁ ଉଜ୍ଜ୍ୱଳ କରିଛନ୍ତି। ତେବେ ଆସନ୍ତୁ ନଜର ପକେଇନେବା ଏହି ସବୁ ବିୟୁଟି କ୍ୱିନ୍‌ମାନେ ଆଜି କେଉଁଠି ଅଛନ୍ତି।

ରୀତା ଫରିୟା:

ରୀତା ଫରିୟା ସର୍ବ ପ୍ରଥମେ ମିସ୍ ବାମ୍ବେ କ୍ରାଉନ୍ ଜିତିଥିଲେ। ଏହା ପରେ ସେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। କିନ୍ତୁ ଏହି ଟାଇଟଲ୍‌କୁ ୟାସ୍ମୀନ୍ ଦାଜୀ ନିଜ ନାଁରେ କରିନେଇଥିଲେ। ୧୯୬୬ରେ ରୀତା ମିସ୍ ୱାର୍ଡ୍ଲ ପ୍ରତିଯୋଗିତାରେ ଭାଗ ନେଇଥିଲେ ଆଉଅ ଏହାର ଟାଇଟଲ ହାସଲ୍ କରିଥିଲେ। ରୀତା ସୋନ୍ଦର୍ଯ୍ୟର ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଭାରତର ନାମକୁ ପଞ୍ଜିକରଣ କରିବାରେ ପ୍ରଥମ ଭାରତୀୟ ମହିଳା ଥିଲେ। ସେ ଜଣେ ଡାକ୍ତର ମଧ୍ୟ। ୧୯୭୧ରେ ରୀତା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାଭିଡ୍ ପାୱେଲ୍‌ଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଡିର୍ଦ୍ରେ ଓ ଆନ୍ ମାରୀ ଅଛନ୍ତି। ପରିବାର ସହିତ ରୀତା ବର୍ତ୍ତମାନ ଆୟରଲାଣ୍ଡର ଡବଲିନରେ ରହୁଛନ୍ତି।

Advertisment

ଐଶ୍ୱର୍ଯ୍ୟା ରାୟ:

ସୌନ୍ଦର୍ଯ୍ୟର ରାଣୀ ଐଶ୍ୱର୍ଯ୍ୟା ରାୟ ଓ ସୁସ୍ମିତା ସେନ୍ ଗୋଟିଏ ବର୍ଷରେ ହିଁ ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗିତା ବିଜୟର ତାଜ ଭାରତ ନାମରେ କରିଥିଲେ। ୧୯୯୪ ରେ ଐଶ୍ୱର୍ଯ୍ୟା ରାୟ ବିଶ୍ୱ ସୁନ୍ଦରୀ ହୋଇଥିଲେ। ବିଶ୍ୱ ସୁନ୍ଦରୀ ହେବା ପରେ ତାଙ୍କ ପାଖକୁ ବଡିଉଡ୍‌ ଅଫର୍‌ର ସୁଅ ଛୁଟିଲା। ଏହା ପରେ ଐଶ୍ୱର୍ଯ୍ୟା କେବେ ବି ପଛକୁ ବୁଲି ଚାହିଁ ନାହାନ୍ତି। ୨୦୦୭ରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱାର୍ଯ୍ୟା ଖୁବ୍ କମ ଫିଲ୍ମ କରିଛନ୍ତି ହେଲା ଆଜି ବି ବଲିଉଡ୍‌ରେ ତାଙ୍କ ସକ୍ରିୟତା ରହିଛି। ମଣିରତ୍ନମ୍‌ଙ୍କ ଆଗାମୀ ଫିଲ୍ମ ‘ପୋନିୟିନ୍ ସେଲ୍‌ଭାନ୍’ ରେ ନଜର ଆସିବେ।

ଡାୟନା ହେଡନ୍:

୧୯୯୭ରେ ଡାୟନା ହେଡନ ବିଶ୍ୱ ସୁନ୍ଦରୀ ହୋଇଥିଲେ। ବିଶ୍ୱ ସୁନ୍ଦରୀ ହେବା ପରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। କିନ୍ତୁ ଏ ଦୁନିଆରେ ସେ ନିଜର ପରିଚୟ ତିଆରି କରିବାରେ ବିଫଳ ହୋଇଥିଲେ। ସେ ‘ବିଗ୍ ବସ୍ ୨’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ୨୦୧୩ରେ ଲାସ୍ ୱେଗସ୍‌ର କଣ୍ଟ୍ରୀ କ୍ଲବ୍‌ରେ ସେ ଆମେରିକୀୟ ବ୍ୟବସାୟୀ କଲିନ୍ ଡିକ୍‌ଙ୍କୁ ଡାୟନା ବିବାହ କରିଥିଲେ। ଡାୟନା ବର୍ତ୍ତମାନ କ୍ୟାମେରାରୁ ବହୁ ଦୂରରେ ଅଛନ୍ତି ଓ ନିଜ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତି।

ଯୁକ୍ତା ମୁଖୀ:

ଯୁକ୍ତା ମୁଖୀ ୧୯୯୯ରେ ବିଶ୍ୱ ସୁନ୍ଦରୀ ଟାଇଟଲକୁ ନିଜ ନାମରେ କରିନେଇଥିଲେ। ଏହା ପରେ ସେ ନିଜ ଭାଗ୍ୟକୁ ପିଲ୍ମ ଦୁନିଆରେ ଦେଖିବାକୁ ଆରମ୍ଭ କରିଥିଲେ। କିନ୍ତୁ ଏଠାରେ ତାଙ୍କୁ ସଫଳତା ମିଳି ନଥିଲା। ଯୁକ୍ତା ୨୦୦୮ରେ ନ୍ୟୁୟର୍କସ୍ଥ ବ୍ୟବସାୟୀ ପ୍ରିନ୍ସ ତୁଲିଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶିଦିନ ତିଷ୍ଠି ପାରି ନଥିଲା। ୨୦୧୪ରେ ସେମାନେ ବିଚ୍ଛେଦ ହୋଇଥିଲେ। ଶେଷ ଥର ପାଇଁ ଯୁକ୍ତାଙ୍କୁ ୨୦୧୯ରେ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ରେ ଦେଖିବାକୁ ମିଳିଥିଲା। ଏଥିରୁ ଜଣାଯାଉଛି ଯେ ସେ ପରଦାରେ ନିଜର ସକ୍ରିୟତାକୁ ବଜାୟ ରଖିଛନ୍ତି।

ପ୍ରିୟଙ୍କା ଚୋପ୍ରା:

ଗ୍ଲୋବାଲ୍ ଆଇକନ୍ ହୋଇଯାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ଏହା ପରେ ସେ ସିନେ ଦୁନିଆକୁ ଆସିଥିଲେ ଆଉ ଏଠାରେ ବି ସେ ତାଙ୍କର ଯାଦୁ ଦେଖେଇଥିଲେ। ନିଜ ପ୍ରତିଭା ଦ୍ୱାରା ପ୍ରିୟଙ୍କା ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି। ଖାଲି ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ପ୍ରିୟଙ୍କା ନିଜର କଳା ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।

ମାନୁଷୀ ଛିଲ୍ଲର:

ମାନୁଷୀ ଛିଲ୍ଲର ୨୦୧୭ରେ ବିଶ୍ୱ ସୁନ୍ଦରୀ ହୋଇଥିଲେ। ବିଶ୍ୱ ସୁନ୍ଦରୀ ଟାଇଟଲ ଜିତିବା ପରେ ତାଙ୍କୁ ଅନେକ ବିଜ୍ଞାପନରେ ଦେଖାଯାଇଛି। ଖୁବ୍ ଶୀଘ୍ର ମାନୁଷୀ ‘ପୃଥ୍ୱୀରାଜ୍’ ଫିଲ୍ମ ଦ୍ୱାରା ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ନିଜର ଏହି ପ୍ରଥମ ଫିଲ୍ମରେ ହିଁ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହିତ କାମ କରୁଛନ୍ତି।

ସୁସ୍ମିତା ସେନ୍:

ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ପ୍ରଥମ ଭାରତୀୟ ଥିଲେ ସୁସ୍ମିତା ସେନ୍। ୧୯୯୪ରେ ସେ ଏହି ବିଜୟ ହାସଲ କରି ଇତିହାସ୍ ରଚିଥିଲେ। ଏହା ପରେ ତାଙ୍କ ପାଖକୁ ବଲିଉଡ୍ ତରଫରୁ ଲମ୍ବା ଲାଇନ୍ ଲାଗିବା ଆରମ୍ଭ ହୋଇଗଲା। ବଲିଉଡ୍‌କୁ ସେ ଅନେକ୍ ସୁପରହୀଟ୍ ଫିଲ୍ମ ଦେଇଛନ୍ତି। ଆଜି ମଧ୍ୟ ସିନେ ଦୁନିଆରେ ସେ ଖୁବ ସକ୍ରୀୟ ଅଛନ୍ତି। ଖୁବ୍ ଶୀଘ୍ର ସୁସ୍ମିତାଙ୍କ ୱେବ୍ ସିରିଜ୍ ‘ଆର୍ଯ୍ୟା ୨’ ଆସୁଛି।

ଲାରା ଦତ୍ତା:

ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ହେବାର ଦ୍ୱିତୀୟ ଭାରତୀୟ ଥିଲେ। ସେ ୨୦୦୦ ମସିହାରେ ଦେଶ ପାଇଁ ଏହି ଗର୍ବ ଆଣିଥିଲେ। ବ୍ରହ୍ମାଣ୍ଡ ସୁନ୍ଦରୀ ହେବା ପରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ। ଏ କ୍ଷେତ୍ରରେ ସେ ଖୁବ ସଫଳତା ପାଇଛନ୍ତି। ସେ ଟେନିସ୍ ତାରକା ମହେଶ ଭୂପତିଙ୍କୁ ବିବାହ କରିଛନ୍ତି। କିଛିଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ‘ବେଲ୍ ବଟମ୍’ରେ ଲାରାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିଲେ। ନିକଟରେ ତାଙ୍କର ୱେବ୍ ସିରିଜ୍ ‘ହିକପ୍ସ ଆଣ୍ଡ୍ ହୁକପ୍ସ’ ରିଲିଜ୍ ହୋଇଛି।

ନିକୋଲ୍ ଫାରିୟା:

ଆନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ମିସ୍ ଆର୍ଥ ଟାଇଟଲ ଜିତିବାରେ କେବଳ ଜଣେ ହିଁ ଭାରତୀୟ ମହିଳା ଅଛନ୍ତି, ସେ ହେଉଛନ୍ତି ନିକୋଲ୍ ଫାରିୟା। ୨୦୧୦ ମସିହାରେ ନିକୋଲ୍ ଏହି ଟାଇଟଲ୍‌ର ବିଜେତା ହୋଇଥିଲେ। ସେ ଜଣେ ଭାରତୀୟ ଅଭିନେତ୍ରୀ ଓ ଲଡେଲ୍ ମଧ୍ୟ। ଏହି ବିଜୟ ପରେ ନିକୋଲ୍ ଶୋ ‘ବିଜନେସ୍’ରେ ପ୍ରବେଶ କରିଥିଲେ। ସେ ମଧ୍ୟ ଫିଲ୍ମ ‘ୟାରିୟାଁ’ରେ ନଜର ଆସିଛନ୍ତି। ୨୦୨୦ ଜାନୁଆରୀରେ ନିକୋଲ୍ ରୋହନ୍ ପାୱାରଙ୍କୁ ବିବାହ କରିଛନ୍ତି।

ହରନାଜ୍ କୌର୍ ସାନ୍ଧୁ:

ଦୀର୍ଘ ୧୧ ବର୍ଷ ପରେ ବର୍ତ୍ତମାନ ୩ୟ ମିସ୍ ୟୁନିଭର୍ସ ଟାଇଟଲ ଭାରତକୁ ଆସିଛି। ଭାରତକୁ ଏହି ସୌଭାଗ୍ୟ ଆଣିଦେଇଛନ୍ତି ପଞ୍ଜାବୀ କ୍ୱିନ ହରନାଜ୍ କୌର୍। ଏହି ଟାଇଟଲ ନିଜ ନାମରେ କରିବା ପୂର୍ବରୁ ହରନାଜ୍ ଗ୍ଲାମର ଦୁନିଆକୁ ପ୍ରବେଶ କରିସାରିଥିଲେ। ପୂର୍ବରୁ ସେ ୨ଟି ପଞ୍ଜାବୀ ସିନେମାରେ ମଧ୍ୟ କାମ କରି ସାରିଛନ୍ତି।

Miss Universe Miss World
Advertisment
Advertisment