• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଲିଉଡ୍‌ ଅଭିନେତା ରଣବୀର ସିଂ ନିକଟରେ ଏକ ମାଗାଜିନ ପାଇଁ ଫଟୋ ସୁଟ୍ କରିବା ପରେ ଚର୍ଚ୍ଚାରେ ଅଛନ୍ତି । ନ୍ୟୁଡ୍‌ ଫଟୋସୁଟ୍‌ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଲଗାତାର ଭାବେ ଟ୍ରୋଲ କରାଯାଉଛି । ଦେଶର ଅନେକ ସ୍ଥାନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିକ୍ଷୋଭକାରୀମାନେ ତାଙ୍କୁ ମାନସିକ ରୋଗୀ ବୋଲି କହୁଛନ୍ତି । ଏହିକ୍ରମରେ ମଧ୍ୟପ୍ରଦେଶର ସବୁଠାରୁ ପରିମଳ ସହର ଇନ୍ଦୋରରେ ଅଳିଆ ସଂଗ୍ରହ ଠେଲା ସହିତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

 

ରଣବୀରଙ୍କ ପାଇଁ ପୋଷାକ ସଂଗ୍ରହ କରିବା ପାଇଁ ଏକ ‌ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏଭଳି ସ୍ଥିତିରେ ବିକ୍ଷୋଭକାରୀମାନେ ରଣବୀର ସିଂଙ୍କ ପାଇଁ ପୋଷାକ ସଂଗ୍ରହ କରିବାକୁ ସ୍ଥିର କରିଛନ୍ତି । ଅଭିନେତାଙ୍କ ଭାଇରାଲ ଫଟୋ ସୁଟକୁ ବିରୋଧ କରି କିଛି ସାମାଜିକ କର୍ମୀ ଏହି ଅଭିଯାନ ଆରମ୍ଭ କରିଛନ୍ତି । ରଣବୀର ଜଣେ ଷ୍ଟାଇଲ୍‌ ଆଇକନ୍‌ ହୋଇଥିବା ବେଳେ ଯୁବଗୋଷ୍ଠୀ ତାଙ୍କୁ ଅନୁସରଣ କରୁଛନ୍ତି । ହେଲେ ତାଙ୍କର ଏପ୍ରକାର ଫଟୋ ସୁଟ୍ ଶସ୍ତା ଲୋକପ୍ରିୟତାକୁ ଦର୍ଶାଉଛି ।

ସେପଟେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍‌ରେ ନିଜ ଉଲଗ୍ନ ଫଟୋ ପୋଷ୍ଟ କରିବାକୁ ନେଇ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ଚେମ୍ବୁର ଥାନାରେ ଆଇପିସି ଧାରା ୨୯୨, ୨୯୩ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ୫୦୯ରେ ଦଫା ଲଗାଯାଇଛି । ଏହାକୁ ନେଇ ମୁମ୍ବାଇର ଗୋଟିଏ ବେସରକାରୀ ସଂସ୍ଥା ଗତକାଲି ଚେମ୍ବୁର ଥାନାରେ ରଣବୀରଙ୍କ ବିରୋଧରେ ଏତଲା ଦେଇଥିଲେ । ମହିଳାଙ୍କ ଭାବାବେଗକୁ ଆଘାତ ଦେଉଥିବା ଦର୍ଶାଇ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସଂପୃକ୍ତ ଏନ୍‌ଜିଓ ଆବେଦନ କରିଥିଲା । ଏହାପରେ ଚେମ୍ବୁର ଥାନା ପକ୍ଷରୁ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ ରଣବୀର ସିଂହଙ୍କ ଏହିପରି ଫଟୋସୁଟ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ବଲିଉଡ୍‌ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ରଣବୀର ସିଂହଙ୍କ ଏହି ନଗ୍ନ ଫଟୋକୁ ନେଇ  ବେଶ୍‌ ଆଲୋଚନା–ସମାଲୋଚନା କରୁଛନ୍ତି । ସୋସିଆଲ୍‌ ମିଡିଆରେ ଏହି ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ତେବେ କିଛି ୟୁଜର୍ସ ଏହାକୁ ସେକ୍ସି ଏବଂ କୁଲ୍ ବୋଲି କହୁଥିବା ବେଳେ ଆଉ କେତେକ ୟୁଜର୍ସ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।