Advertisment

ଓସ୍କାରରୁ ବାଦ ପଡିଲା ଭାରତୀୟ ଫିଲ୍ମ 'ରାଇଟିଙ୍ଗ୍ ୱିଥ୍ ଫାୟାର୍'

ଓସ୍କାରରୁ ବାଦ ପଡିଲା ଭାରତୀୟ ଫିଲ୍ମ 'ରାଇଟିଙ୍ଗ୍ ୱିଥ୍ ଫାୟାର୍'। ଚଳିତ ବର୍ଷ ଓସ୍କାରରେ ୧୨ଟି ଆନ୍ତର୍ଜାତୀୟ ପୁରସ୍କାର ଜିତିଥିବା ‘ଦ ପାୱାର ଅଫ୍ ଦ ଡଗ୍’ ପ୍ରାଧାନ୍ୟ ବିସ୍ତାର କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Canceled from Oscars

Canceled from Oscars

୯୪ ତମ ଏକାଡେମୀ ପୁରସ୍କାର ଆରମ୍ଭ ହୋଇଛି, ଯେଉଁଥିପାଇଁ କେବଳ ସେଲିବ୍ରେଟ୍ ନୁହଁନ୍ତି ସାଧାରଣ ଲୋକ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ବିଜେତା ଚୟନ ପ୍ରକ୍ରିୟାରେ, ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ୍‌ ସାଇନ୍ସ ଏକାଡେମୀର ୯୮୪୭ ସଦସ୍ୟ ଜାନୁଆରୀ ୨୭ରୁ ଫେବୃଆରୀ ୦୧ ମଧ୍ୟରେ ୨୭୬ ଚଳଚ୍ଚିତ୍ର ପାଇଁ ଭୋଟ୍ ଦେଇଥିଲେ। ଚଳିତ ବର୍ଷ ଓସ୍କାରରେ ୧୨ଟି ନାମାଙ୍କନ ଗ୍ରହଣ କରିଥିବା ‘ଦ ପାୱାର ଅଫ୍ ଦ ଡଗ୍’ ପ୍ରାଧାନ୍ୟ ବିସ୍ତାର କରିଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବେନେଡିକ୍ଟ କାମ୍ବରବ୍ୟାଚ୍ ଏବଂ କର୍ଷ୍ଟନ୍ ଡଷ୍ଟ୍‌ ଅଭିନୟ କରିଛନ୍ତି।

Advertisment

ସେହିପରି ଭାରତ ତରଫରୁ ଏକ ଡକ୍ୟୁମେଣ୍ଟାରୀର ନାମ ମଧ୍ୟ ଓସ୍କାର ନାମାଙ୍କନରେ ସାମିଲ୍ ହୋଇଛି। ଭାରତ ଦ୍ୱାରା ମନୋନୀତ ହୋଇଥିବା ଏହି ଡକ୍ୟୁମେଣ୍ଟାରୀ ହେଉଛି 'ରାଇଟିଙ୍ଗ୍ ୱିଥ୍ ଫାୟାର୍'।

ଏହି ଡକ୍ୟୁମେଣ୍ଟାରୀକୁ ନେଇ ଦେଶ ବହୁତ ଆଶାବାଦୀ ଅଛି। 'ରାଇଟିଙ୍ଗ୍ ୱିଥ୍ ଫାୟାର୍' ସାମ୍ବାଦିକତା ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ, ଯାହା ଓସ୍କାର ୨୦୨୨ ପାଇଁ ମନୋନୀତ ହୋଇଛି। ଏହି ଡକ୍ୟୁମେଣ୍ଟାରୀ ପୂର୍ବରୁ ସନ୍‌ଡ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଡକ୍ୟୁମେଣ୍ଟାରୀ ଏପର୍ଯ୍ୟନ୍ତ ୧୨ଟି ଆନ୍ତର୍ଜାତୀୟ ପୁରସ୍କାର ଜିତିଛି।

Advertisment

'ରାଇଟିଙ୍ଗ୍ ୱିଥ୍ ଫାୟାର୍' ରିଣ୍ଟୁ ଥୋମାସ୍ ଏବଂ ସୁସ୍ମିତ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହା ସେମାନଙ୍କର ଉଭୟ କ୍ୟାରିୟରର ପ୍ରଥମ ଡକ୍ୟୁମେଣ୍ଟାରୀ। ବିଶେଷ କଥା ହେଉଛି ଏହାକୁ ବିଶ୍ୱ ସ୍ତରରେ ଖୁବ ପ୍ରଶଂସା କରାଯାଇଛି। ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସଂଘର୍ଷର କାହାଣୀ ଏଥିରେ ଦର୍ଶାଯାଇଛି। ବର୍ତ୍ତମାନ ଏହି ଫିଲ୍ମଟି ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ସମଗ୍ର ଦେଶ ଏନେଇ ଆଶାବାଦୀ ରହିଛି।

ପ୍ରକାଶଥାଉ ଯେ ଲସ୍ ଆଞ୍ଜେଲ୍ସର ଡଲ୍‌ବି ଥିଏଟରରେ ୯୪ ତମ ଏକାଡେମୀ ପୁରସ୍କାର ଆୟୋଜିତ ହେଉଛି। ଭାରତୀୟ ଦର୍ଶକମାନେ ଷ୍ଟାର୍ ୱାର୍ଲ୍ଡ ଏବଂ ଷ୍ଟାର୍ ମୁଭିଜ୍ ମାଧ୍ୟମରେ ଓସ୍କାର ଦେଖିପାରିବେ। ଏଥର ଏହାକୁ ହାସ୍ୟ ଅଭିନେତା ଏମୀ ଶୁମର, ୱାଣ୍ଡା ସାଇକସ୍ ଏବଂ ରେଜିନା ହଲ୍ ହୋଷ୍ଟ କରୁଛନ୍ତି।

ସେହିପରି ସିଙ୍ଗର୍ ବେୟୋନ୍ସେ ଏବଂ ବିଲି ଇଲିଶ ଓସ୍କାରରେ ସେମାନଙ୍କର ଗୀତ ଗାଇବେ। ପିଚ୍‌ଫୋର୍କଙ୍କ ଅନୁଯାୟୀ ୪୦ ବର୍ଷ ବୟସ୍କା ସିଙ୍ଗର୍ ଏକାଡେମୀ ପୁରସ୍କାରରେ ତାଙ୍କ ଗୀତ ‘ବି ଆଲିଭ୍’ ଗାଇବାର ନଜର ଆସିବେ। ଏଥି ସହିତ, ବିଲି ଇଲିଶ ‘ନୋ ଟାଇମ୍ ଟୁ ଡାଏ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିବେ।

93rd Academy Awards Oscars 2022
Advertisment
Advertisment