Advertisment

୨୧ ବର୍ଷ ପରେ... ମିସେସ୍‌ ୱାର୍ଲ୍ଡ ହେଲେ ଭାରତ ସୁନ୍ଦରୀ

ଶେଷଥର ପାଇଁ ୨୦୦୧ରେ ଡକ୍ଟର ଗୋବିତ୍ରୀକର ମିସେସ୍‌ ୱାର୍ଲ୍‌ଡ ବିଜେତା ଥିଲେ।

ଅଦ୍ୟତନ ହୋଇଛି
India's Sargam Koushal won Mrs World 2022

India's Sargam Koushal won Mrs World 2022 After 21 Years

Advertisment

ବିଶ୍ୱସ୍ତରରେ ଭାରତକୁ ଗୌରବାନ୍ୱିତ କଲେ ସରଗମ୍ କୌଶଲ। ୨୧ ବର୍ଷ ପରେ ମିସେସ୍‌ ୱାର୍ଲଡର ବିଜେତା ହୋଇଛନ୍ତି ଭାରତ ସୁନ୍ଦରୀ । ଭାରତରୁ ପ୍ରତିନିଧିତ୍ୱ କରୁଥିବା ସରଗମ୍‌ ଲାସ୍‌ ଭେଗାସ୍‌ରେ ଆୟୋଜିତ ମିସେସ ୱାର୍ଲଡର କ୍ରାଉନ ଦଖଲ କରିଛନ୍ତି।

Advertisment

ନିଜ ଇନଷ୍ଟା ସେୟାର କରି ସରଗମ୍‌ ଲେଖିଛନ୍ତି ଯେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି... ୨୧ ବର୍ଷ ପରେ ଆମେ କ୍ରାଉନ୍‌କୁ ଫେରିପାଇଛୁ। ଜାମ୍ମୁ ଓ କାଶ୍ମିରର ସରଗମ୍ କୌଶଲ ଭିଡିଓ ସେୟାର କରି ନିଜ ବିଜୟର କାହାଣୀ କହିଛନ୍ତି। ସେ କହିଛନ୍ତି ଯେ ଆମେ ୨୧-୨୨ ବର୍ଷ ପରେ କ୍ରାଉନ୍‌ ପାଇଛୁ। ଲଭ୍‌ ୟୁ ଇଣ୍ଡିଆ... ଲଭ୍‌ ୟୁ ୱାର୍ଲଡ୍‌''। 

ଅଧିକ ପଢ଼ନ୍ତୁ: ମିସେସ୍‌ ଗାଲାକ୍ସୀ ହେଲେ ଚାହତ ଦଲାଲ; ଦେଶରେ ଖୁସିର ମାହୋଲ୍

Advertisment

ଇନ୍‌ଷ୍ଟାରେ ହୋଇଥିବା ପୋଷ୍ଟ ଅନୁସାରେ ସରଗମ୍‌ ଇଂରାଜୀରେ ସ୍ନାତକୋତ୍ତର କରିଛନ୍ତି। ଏହାପୂର୍ବରୁ ସେ ଭାଇଜାଗ୍‌ରେ ଶିକ୍ଷକତା କରିଛନ୍ତି।

Advertisment

ବିବାହିତ ମହିଳାଙ୍କୁ ନେଇ ମିସେସ୍‌ ୱାର୍ଲଡ୍‌ ବିୟୁଟି କଣ୍ଟେଷ୍ଟ ହୋଇଆସୁଛି। ୧୯୮୪ରେ ମିସେସ୍‌ ଆମେରିକା ବିୟୁଟି ପିଜାଣ୍ଟ୍ ପରବର୍ତ୍ତୀ ସମୟରେ ୧୯୮୮ରେ  ମିସେସ୍‌ ୱାର୍ଲଡ୍‌ ନାଁରେ ପରିଚିତ ହୋଇଥିଲା। ଆମେରିକା ସମେତ ୮୦ ଦେଶ ବିୟୁଟି ପିଜାଣ୍ଟରେ ଭାଗ ନିଅନ୍ତି। ଶେଷଥର ପାଇଁ ୨୦୦୧ରେ ଡକ୍ଟର ଗୋବିତ୍ରୀକର ମିସେସ୍‌ ୱାର୍ଲ୍‌ଡ ବିଜେତା ଥିଲେ।

Instagram Beauty Pageant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ