• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ହରନାଜ୍ କୌରଙ୍କୁ ମିସ୍‌ ୟୁନିଭର୍ସ ଟାଇଟଲ୍

  • ମିସ୍‌ ୟୁନିଭର୍ସ ହେବାରେ ତୃତୀୟ ଭାରତୀୟ

ନୂଆଦିଲ୍ଲୀ: ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ବିଶ୍ୱ ସୌନ୍ଦର୍ଯ୍ୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ହରନାଜ୍ କୌର୍ ସାନ୍ଧୁ ମିସ୍ ୟୁନିଭର୍ସ ୨୦୨୧ ହୋଇଛନ୍ତି । ବିଶ୍ୱର ୭୯ ଜଣ, ଏକରୁ ବଳି ଆରେକ ସୌନ୍ଦର୍ଯ୍ୟବତୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସର ତାଜ୍ ପିନ୍ଧିଛନ୍ତି ହରନାଜ୍ । ଏହାପରେ ତାଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି ।

ଇଣ୍ଡିଆନ୍ ବ୍ୟୁଟି ହରନାଜଙ୍କ ମୁଣ୍ଡରେ ମିସ୍ ୟୁନିଭର୍ସ ତାଜ୍ । ସୌନ୍ଦର୍ଯ୍ୟ ଓ ପ୍ରତିଭାରେ ବିଶ୍ୱର ମନ ହରିନେଲେ ହରନାଜ୍ । ହରନାଜ୍ ବିଶ୍ୱର ୭୯ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ୨୦୨୧ ବର୍ଷର ମିସ୍ ୟୁନିଭର୍ସ ଟାଇଟଲ୍ ନିଜ ନାଁରେ କରିଛନ୍ତି ପଞ୍ଜାବର ଏହି ୨୧ ବର୍ଷୀୟା ତରୁଣୀ । ଏଥିସହ ୨୧ ବର୍ଷ ପରେ ପୁଣି ଭାରତାୟ ସୁନ୍ଦରୀଙ୍କୁ ମିଳିଛି ମିସ୍ ୟୁନିଭର୍ସ ଟାଇଟଲ୍ । ଇସ୍ରାଏଲ୍ ଏଇଲାତ୍‌ରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀଙ୍କୁ ହରାଇ ହରନଜ୍ ଏହି ତାଜ୍ ହାତେଇ ନେଇଛନ୍ତି । ୭୦ତମ ମିସ୍ ୟୁନିଭର୍ସ ହେବା ପରେ ସେ ପଞ୍ଜାବୀ ଷ୍ଟାଇଲ୍‌ରେ ଚକଦେ ଫଟେ ଇଣ୍ଡିଆ, ଚକଦେ ଫଟେ କହି ସାରା ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରିଆ ମେଜା ବ୍ରହ୍ମାଣ୍ଡ ସୁନ୍ଦରୀର ତାଜ୍ ହରନାଜ୍‌ଙ୍କୁ ପିନ୍ଧାଇ ଅଭିନନ୍ଦନ ଜଣାଇଥିଲେ ।

 

ପଞ୍ଜାବରେ ଜନ୍ମିତ ହରନାଜ୍ ୧୭ ବର୍ଷ ବୟସରୁ ହିଁ ବ୍ୟୁଟି ପାଜେଣ୍ଟରେ ଭାଗ ନେବା ଆରମ୍ଭ କରିଥିଲେ । ୨୦୧୭ରେ ମିସ୍ ଚଣ୍ଡୀଗଡ଼, ୨୦୧୮ରେ ମିସ୍ ମ୍ୟାକ୍ସ୍ ଏମର୍ଜିଙ୍ଗ ଷ୍ଟାର୍ ଇଣ୍ଡିଆ, ୨୦୧୯ରେ ଫେମିନା ମିସ୍ ଇଣ୍ଡିଆ ପଞ୍ଜାବ ଏବଂ ପରେ ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟରେ ଟପ୍-ଟେବଲ୍ଭ ରହି ଆସିଛନ୍ତି । ଏଥିସହ କିଛି ପଞ୍ଜାବୀ ଫିଲ୍ମରେ ବି ଅଭିନୟର ଯାଦୁ ମଧ୍ୟ ଦେଖାଇ ସାରିଛନ୍ତି ସୁନ୍ଦରୀ ହରନାଜ୍ ଓରଫ୍ କ୍ୟାଣ୍ଡି । ଏହି ବଡ଼ ସଫଳତାରେ ତାଙ୍କ ପରିବାର ବେଶ ଗର୍ବିତ ଥିବା ବେଳେ ନିଜ ସଫଳତାର ଶ୍ରେୟ ନିଜ ମାଆ ରବି ସାନ୍ଧୁଙ୍କୁ ଦେଇଛନ୍ତି ।

୧୯୯୪ରେ ସୁସ୍ମିତା ସେନ୍ ଓ ୨୦୦୦ରେ ଲାରା ଦତ୍ତାଙ୍କ ପରେ ତୃତୀୟ ଭାରତୀୟ ଭାବେ ମିସ୍ ୟୁନିଭର୍ସ ତାଜ୍ ପିନ୍ଧିଛନ୍ତି ହରନାଜ୍ । ସୁସ୍ମିତା ସେନ୍ ‘ହର୍ ହିନ୍ଦୁସ୍ତାନୀ କି ନାଜ୍-ହରନାଜ୍’ ବୋଲି ଟୁଇଟ୍ ମଧ୍ୟ କରିଛନ୍ତି । ଲାରା ଦତ୍ତା ମଧ୍ୟ ଲେଖିଛନ୍ତି ‘ୱେଲକମ୍ ଟୁ ଦ କ୍ଲବ୍’ । ୨୦୨୦ର ମିସ୍ ଓ୍ୱାଲର୍ଡ ପ୍ରିୟଙ୍କା ଚୋପ୍ରା ମଧ୍ୟ ଟ୍ୱିଟ୍ କରି ହରନାଜ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।