/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697360706.jpg)
ajay devgn singham again movie lead actress deepika padukone play lady singham
ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଂଘମ ଏଗେନ୍'ର ମୁଖ୍ୟ ଅଭିନେତ୍ରୀ ଚୂଡ଼ାନ୍ତ ହୋଇଯାଇଛି। ବଲିଉଡ୍ର ଟପ୍ ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ। ବିଶେଷ କଥା ହେଉଛି ଏଥିରେ ସେ ଜଣେ ଲେଡି ଇନ୍ସପେକ୍ଟର ଭାବେ ନଜର ଆସିବେ ଏବଂ ତାଙ୍କ ଚରିତ୍ରର ନାମ ହେଉଛି ଶକ୍ତି ଶେଟ୍ଟୀ। ଜାଣନ୍ତୁ ସେ କିଏ...
ରୋହିତ ଶେଟ୍ଟୀ ଦୀପିକା ପାଦୁକୋନ୍ଙ୍କୁ ଲେଡି ସିଂଘମ୍ ଭାବେ ଚୟନ କରିଛନ୍ତୁ। ସେ ଦୀପିକାଙ୍କୁ ଏକ ଦମଦାର ମ୍ୟୁଜିକ୍ ସହିତ ପରିଚିତ କରାଇଛନ୍ତି। ରୋହିତ ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ହେଉଛି ସିଂଘମ୍ ଫ୍ରାଞ୍ଚାଇଜ୍ର ତୃତୀୟ ଚଳଚ୍ଚିତ୍ର ଏବଂ କପ୍ ୟୁନିଭର୍ସର ଷଷ୍ଠ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ଘୋଷଣା ପରେ ହିଁ ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଅଜୟ ଦେବଗନ୍ 'ସିଂଘମ୍ ଏଗେନ୍’ରେ ପୁଣି ଥରେ ବାଜିରାଓ ସିଂଘମ୍ ଭୂମିକାରେ ନଜର ଆସିବେ। ତେବେ ଅନେକ ଦିନ ହେଲା ଫିଲ୍ମରେ କରୀନା କପୁରଙ୍କ ଉପସ୍ଥିତିକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ରୋହିତ ଶେଟ୍ଟୀ ଏହି ମୋସନ ପୋଷ୍ଟର ସହିତ ସ୍ପଷ୍ଟ କରିଦେଇଛନ୍ତି ଯେ ଫିଲ୍ମରେ ଦୀପିକା ପାଦୁକୋନଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି, ସେ ପୁଣି ଜଣେ ପୋଲିସ ଅଧିକାରୀ ଭୂମିକାରେ।
ରୋହିତ ଶେଟ୍ଟୀ ଦୀପିକା ପାଦୁକୋନଙ୍କ ୨ ଟି ମୋସନ ପୋଷ୍ଟର ଶେୟାର କରିଛନ୍ତି। ପ୍ରଥମ ପୋଷ୍ଟରରେ ଦୀପିକା ଗୁଣ୍ଡାଙ୍କ ମୁହଁରେ ବନ୍ଧୁକ ରଖିଥିବାର ଦେଖାଯାଉଛି ଏବଂ ଏହା ପଛରେ ନିଆଁ ଜଳୁଛି। ତାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି। ଦ୍ୱିତୀୟ ପୋଷ୍ଟରରେ ସେ ବନ୍ଧୁକକୁ ହାତରେ ଧରି ନିଜ କପାଳରେ ରଖି ହସୁଛନ୍ତି। ଏଥିରେ ଦୀପିକାଙ୍କ ଦମଦାର ଷ୍ଟାଇଲ୍ ଦେଖିବାକୁ ମିଳେ।
ମୋସନ ପୋଷ୍ଟର ଶେୟାର କରିବାବେଳେ ରୋହିତ ଶେଟ୍ଟୀ ଲେଖିଛନ୍ତି, “ନାରୀ ହେଉଛନ୍ତି ସୀତାଙ୍କର ରୂପ ଏବଂ ଦୁର୍ଗାଙ୍କର ମଧ୍ୟ… ଆମ କପ୍ ୟୁନିଭର୍ସର ଅତି ନିର୍ଦ୍ଦୟ ଏବଂ ହିଂସାତ୍ମକ ଅଧିକାରୀଙ୍କୁ ଭେଟନ୍ତୁ… ଶକ୍ତି ଶେଟ୍ଟୀ… ମୋ ଲେଡି ସିଂଘମ୍… ଦୀପିକା ପାଦୁକୋନ।” ଦୀପିକା ମଧ୍ୟ ତାଙ୍କ ଇଣ୍ଟ୍ରୋଡକ୍ସନ୍ ପୋଷ୍ଟର ଶେୟାର କରି ଲେଖିଛନ୍ତି, “ଶକ୍ତି ଶେଟ୍ଟୀଙ୍କୁ ଭେଟନ୍ତୁ, ସିଂଘମ୍ ଏଗେନ୍।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)